ଆଜି ଲକ୍ଷପତି ଦିଦି କର୍ମଶାଳା
ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିଦେ୍ର୍ଦଶ କ୍ରମେ ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲାରେ ଆରମ୍ଭ ହେଉଛି ଲକ୍ଷପତି ଦିଦି କର୍ମଶାଳା । କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ରାଜ୍ୟ ସରକାର ଏହି "ଲକ୍ଷପତି ଦିଦି' ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି କର୍ମଶାଳାରେ ପ୍ରତ୍ୟେକ ଜିଲ୍ଲାର କମୁ୍ୟନିଟି ସପୋର୍ଟ ଷ୍ଟାଫ, ସମ୍ଭାବ୍ୟ ଲକ୍ଷପତି ଦିଦି ଓ ଲକ୍ଷପତି ଦିଦି ପ୍ରମୁଖ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମରେ କମୁ୍ୟନିଟି ସପୋର୍ଟ ଷ୍ଟାଫ୍ମାନେ ତୃଣମୂଳ ସ୍ତରରେ କେଉଁଭଳି ଅଧିକରୁ ଅଧିକ ସମ୍ଭାବ୍ୟ ଲକ୍ଷପତି ଦିଦିମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ଲକ୍ଷପତି ଦିଦି କରିପାରିବେ ସେ ନେଇ ବିସ୍ତୃତ ଆଲୋଚନା କରାଯିବ । ଏହି ଲକ୍ଷ୍ୟ ହାସଲ ଦିଗରେ ବିଭିନ୍ନ ସରକାରୀ ବିଭାଗଙ୍କ ସହଭାଗିତାରେ ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କ କ୍ଷମତା ଓ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ, ବ୍ୟବସାୟ ବୃଦ୍ଧି ଆଦି ଉପରେ ସବିଶେଷ ଦୃଷ୍ଟି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ଏତଦବ୍ୟତୀତ ଯେଉଁ ମହିଳାମାନେ ଅଦ୍ୟାବଧି ଲକ୍ଷପତି ଦିଦି ହେଇସାରିଛନ୍ତି ଏହି କାର୍ଯ୍ୟକ୍ରମରେ ସେମାନେ ତାଙ୍କର ପ୍ରେରଣାଦାୟୀ ଆଲୋଚନା ମାଧ୍ୟମରେ ଅନ୍ୟ ସମ୍ଭାବ୍ୟ ଲକ୍ଷପତି ଦିଦିମାନଙ୍କୁ ଉସôାହିତ କରିବେ ।