ଆସୁଛନ୍ତି ରାଷ୍ଟ୍ରପତି: କଟକରେ ସୁରକ୍ଷା ପରଖିଲେ ଡିଜିପି
କଟକ : ଆସନ୍ତା ୧୫ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକ ଗସ୍ତରେ ଆସୁଛନ୍ତି । ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ଓ ପ୍ରସ୍ତୁତିର ଅନୁଧ୍ୟାନ ଆଜି ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ କରିଛନ୍ତି । କଟକ ସହରରେ ରାଷ୍ଟ୍ରପତିଙ୍କ ୪ଟି କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି । ୧୫ ତାରିଖ ପୂର୍ବାହ୍ନରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ବାର୍ଷିକ ସମାବର୍ତ୍ତନ ଉସôବରେ ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପରେ ସେ ରେଭେନ୍ସା ବାଳିକା ବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଅପରାହ୍ଣରେ ରାଷ୍ଟ୍ରପତି ସ୍ଥାନୀୟ ତୁଳସୀପୁର ବିଜୁପଟ୍ଟନାୟକ ଛକ ସ୍ଥିତ ସାରଳା ଭବନ ଯାଇ ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଆଦିକବି ସାରଳା ଦାସଙ୍କ ୬୦୦ ତମ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହ ‘କଳିଙ୍ଗରନô’ ପୁରସ୍କାର-୨୦୨୪ ପ୍ରଦାନ କରିବେ । ରାଷ୍ଟ୍ରପତିଙ୍କ ସୁରକ୍ଷା, କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଥିବା ସ୍ଥାନର ସୁରକ୍ଷା ବ୍ୟବସ୍ଥା ସହ ଅନ୍ୟାନ୍ୟ ପ୍ରସ୍ତୁତିର ସମୀକ୍ଷା ଆଜି ଡିଜି କରିଛନ୍ତି ।
ଏହି ଅବସରରେ ଡିଜି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଥିବା ସମସ୍ତ ସ୍ଥାନର ସ୍ଥିତି ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା କାର୍ଯ୍ୟକ୍ରମରେ ପୁଲିସ କମିଶନର, କଟକ ଡିସିପି ଓ ଜିଲ୍ଲାପାଳ ଉପସ୍ଥିତ ଥିଲେ । ରାସ୍ତାକଡ଼ରେ ଥିବା ବିପଦସଂକୁଳ ହୋଡ଼ିଂ ହଟେଇବା ପାଇଁ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଆସନ୍ତା ୧୩ ତାରିଖରେ କାରକେଡ଼ ରିହର୍ସାଲ ହେବ ବୋଲି ଜିଲ୍ଳାପାଳ ସୂଚନା ଦେଇଛନ୍ତି ।