ଇଫ୍କୋ ପକ୍ଷରୁ ସ୍ୱାଧୀନତା ଦିବସ
ପାରାଦୀପ: ଇଫକୋ ୟୁନିଟ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଉତ୍ସବରେ ପାରାଦୀପ ୟୁନିଟ ମୁଖ୍ୟ ପି.କେ ମହାପାତ୍ର ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଡିଏଭି ପବ୍ଲିକ ସ୍କୁଲ, ଇଫକୋର ଛାତ୍ର ଛାତ୍ରୀଙ୍କ ପକ୍ଷରୁ ପ୍ରଦର୍ଶିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ସମବେତ ଜନତାଙ୍କୁ ସମ୍ବୋଧିତ କରିବାକୁ ଯାଇ ମୁଖ୍ୟଅତିଥି ଶ୍ରୀ ମହାପାତ୍ର ସ୍ୱାଧୀନତା ଦିବସ ପାଳନର ତାତ୍ପର୍ଯ୍ୟ ଓ ଦେଶର ନାଗରିକଙ୍କ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏକ ସ୍ୱାଧୀନ ଭାରତର ସୁରକ୍ଷା ଓ ନିରାପତ୍ତା ଦେବା ସମସ୍ତଙ୍କ କର୍ତ୍ତବ୍ୟ ସେ ସମ୍ପର୍କ ରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଇଫକୋର ପ୍ରତ୍ୟେକ କର୍ମଚାରୀଙ୍କୁ ଦେଶ ପ୍ରତି ସମର୍ପିତ ଭାବନା ନେଇ କାର୍ଯ୍ୟ କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ । ଇଫକୋ ର ଅଭିବୃଦ୍ଧି ପାଇଁ କର୍ମଚାରୀଙ୍କ ଜାତୀୟ ସଫଳତା ଓ ଅବଦାନ କୁ ସ୍ୱୀକାର କରି ଏହାକୁ ଆହୁରି କିଭଳି ଦ୍ୱିଗୁଣିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ସମାଜ ପ୍ରତି ଇଫକୋ ଏହାର ପ୍ରତିବାଦରେ ବିଶ୍ୱାସ କରେ, କାରଣ ଏହା ଏକ ସମବାୟ ସଂସ୍ଥା, ଯାହା ଦେଶର କୃଷକ ମାନଙ୍କୁ ସାହାଯ୍ୟ ଓ ସେମାନଙ୍କ ଉନ୍ନତି ନିମନ୍ତେ ଉଦ୍ଦିଷ୍ଟ । ଦେଶର ଅନୁ୍ୟନ ୪୦ ପ୍ରତିଶତ ସାର ଇଫକୋ ହିଁ ଏକମାତ୍ର ଯୋଗାଇବାରେ ସକ୍ଷମ ହୋଇ ପାରିଛ୍ି । ଏହି ଅବସରରେ ଡିଏଭି ପବ୍ଲିକ ସ୍କୁଲ ଓ ଜ୍ୟୋତି ଲେଡିଜ୍ କ୍ଲବ୍୍ ପକ୍ଷରୁ ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସିଆଇଏସଫ ସୁରକ୍ଷାକର୍ମୀଙ୍କ କରାଟେ ସୋ ହୋଇଥିଲା । ଉତ୍ସବରେ ଇଫକୋର ପି ଆଣ୍ଡ ଏ ମହାପ୍ରବନ୍ଧକ ବିଜୟ ପରିଡା ଓ ଲୋକ୍ସମ୍ପର୍କ ଅଧିକାରୀ ପ୍ରସନ୍ନ ବେଉରା ପରିଚାଳନା କରିଥିବା ବେଳେ, ଇଫକୋର ବହୁ ଅଧିକାରୀ ଓ କର୍ମଚାରୀ ଏହି ଉତ୍ସବରେ ଉପସ୍ଥିତ ଥିଲେ । କିପିକେ ମହାପାତ୍ର ଇଫକୋ ପାରାଦୀପ ୟୁନିଟର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବାର ସ୍ୱଳ୍ପ ସମୟ ଭିତରେ ଇଫକୋ ଅନେକ ସଫଳତା ହାସଲ କରିଛି । ଚଳିତ ବର୍ଷ ଆୟୋଜିତ ଆଇୟୁସିଫ୍ କାର୍ଯ୍ୟକ୍ରମରେ ପାରାଦୀପ ୟୁନିଟ ଶ୍ରେଷ୍ଠ ପୁରସ୍କାର ହାସଲ କରିବା ସହିତ ରାଜ୍ୟର କ୍ଷୁଦ୍ର ଓ ଲଘୁ ଉଦ୍ୟୋଗୀଙ୍କୁ ସହଯୋଗର ହାତ ବଢ଼ାଇ ଥିବାରୁ ରାଜ୍ୟ ଶିଳ୍ପ ବିଭାଗ ପକ୍ଷରୁ ଇଫକୋ ପାରାଦୀପ ୟୁନିଟକୁ ଶ୍ରେଷ୍ଠ ପ୍ଲାଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଥିଲା ।