ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ମହକୁମାରେ ୭୯ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦୁଝର ଷ୍ଟାଡିୟମରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ଆନୁଷ୍ଠାନିକ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ । ଉଦ୍ବୋଧନ ଛଳରେ ଶ୍ରୀ ସିଂହଦେଓ ସାମ୍ପ୍ରତିକ ସ୍ଥିତିରେ ବିଶ୍ୱ ଦରବାରରେ ଦିନକୁ ଦିନ ବୃଦ୍ଧି ପାଉଥିବା ଭାରତର ଭୂମିକା ବିଷୟରେ ଅବତାରଣା କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱର ପ୍ରଶଂସା କରିଥିଲେ । କେନ୍ଦୁଝର ମାଟିକୁ ବୀର ମାଟି ଭାବେ ଅଭିହିତ କରି ଇଂରେଜ ସମର୍ଥିତ ରାଜତନ୍ତ୍ରର ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ବିପ୍ଳବୀ ଧରଣୀଧରଙ୍କ ବିଦ୍ରୋହ ସବୁବେଳେ ପ୍ରେରଣାର ଉତ୍ସହୋଇ ରହିବ ବୋଲି କହିଥିଲେ । କେନ୍ଦୁଝରର ବିଧାୟକ ମୋହନ ଚରଣ ମାଝୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟକୁ ବିକାଶ ପଥରେ ଆଗେଇ ନେଉଛନ୍ତି ଓ ଏହି କ୍ରମରେ କେନ୍ଦୁଝରଠାରେ ଏକ ବୃହତ ଷ୍ଟିଲ ପ୍ଲାଣ୍ଟର ନିର୍ମାଣ କରିବା ପାଇଁ ତାଙ୍କର ଦୀର୍ଘ ବର୍ଷର ସଂକଳ୍ପ ଆଜି ପୂରଣ ହେବାକୁ ଯାଉଛି ଯେଉଁଥିପାଇଁ କେନ୍ଦୁଝରର ସ୍ଥାନୀୟ ଯୁବକ ଯୁବତୀ କର୍ମନିଯୁକ୍ତି ଲାଭ କରିପାରିବେ ବୋଲି କହିଥିଲେ ।
ଏହି ଉପଲକ୍ଷେ ଆୟୋଜିତ ଆନୁଷ୍ଠାନିକ ପରେଡ୍ରେ ସଶସ୍ତ୍ର ରିଜର୍ଭ ପୁଲିସ୍ ବାହିନୀ, ହୋମଗାର୍ଡସ୍ ବାହିନୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଏନ୍ସିସି, ସ୍କାଉଟ୍, ଗାଇଡ୍, ରେଡ୍କ୍ରସ୍, ସିଭିଲିଆନ୍ ଦଳ ମାର୍ଚ୍ଚପାଷ୍ଟ୍ କରି ଅଭିବାଦନ ଜଣାଇଥିଲେ । ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ମାନସ ବେହେରା ଆନୁଷ୍ଠାନିକ ପରେଡ୍ ପରିଚାଳନା କରିଥିଲେ । ଏହି ସମାରୋହରେ ତେଲକୋଇ ବିଧାୟକ ଡ. ଫକୀର ମୋହନ ନାଏକ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, କେନ୍ଦୁଝରଗଡ ପୌରପାଳିକାର ଅଧ୍ୟକ୍ଷା ନିକୁ ସାହୁ, ଆଇଏଏସ୍ ପ୍ରୋବେସନର ପବନ କୁମାର, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ରବୀନ୍ଦ୍ର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ କୁମାର ନାଗଭୂଷଣ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହରପ୍ରିୟା ନାୟକ, କେନ୍ଦୁଝର ଉପଜିଲ୍ଲାପାଳ ଉମାଶଙ୍କର ଦଳେଇ, କେନ୍ଦୁଝରଗଡ ପୌରପାଳିକାର ନିର୍ବାହୀ ଅଧିକାରୀ ଲଳିତ ନାଏକ, ଜିଲ୍ଲା କ୍ରୀଡା ଅଧିକାରୀ ସରୋଜ ମଲ୍ଲିକ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ପଦ୍ମଶ୍ରୀ ତୌରୀ ନାଏକଙ୍କୁ ମୁଖ୍ୟଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ବନ୍ତ : ବନ୍ତ ବ୍ଲକର ଗଣିଜାଙ୍ଗ, ଛୟାଳସିଂ, ଓଡଙ୍ଗ, ରାମପୁର, ରାମକୃଷ୍ଣପୁର, ଟିଲୋ ସମେତ ବିଭିନ୍ନ ପଞ୍ଚାୟତରେ ଧୁମ୍ ଧାମରେ ପାଳନ ହୋଇଛି ୭୯ତମ ସ୍ୱାଧିନତା ଦିବସ । ଗ୍ରାମ ବଜାର ଠାରୁ ଆରମ୍ଭ କରି ଶିକ୍ଷା ଅନୁଷ୍ଠାନ, ପ୍ରଶାସନ କାର୍ଯ୍ୟାଳୟ, ବ୍ୟାଙ୍କ୍, ସେବା ସମବାୟ ବ୍ୟାଙ୍କ, ପଞ୍ଚାୟତ ସମେତ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଦେଶକୁ ସ୍ୱାଧୀନତା କରିବାରେ ମହାପୁରୁଷଙ୍କ ବଳିଦାନର ଗାଥା ଉପସ୍ଥିତ ଅତିଥି ବର୍ଣ୍ଣନା କରିଥିଲେ । ସେହିପରି ଛୟାଳସିଂ ପଞ୍ଚାୟତକାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସରପଞ୍ଚ ସତ୍ୟଭାମା ଧଳ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସାଂସଦ ପ୍ରତିନିଧି ସନ୍ତୋଷ ନାୟକ, ପ୍ରାକ୍ତନ ମଣ୍ଡଳ ସଭାପତି ଖଗେଶ୍ୱର ବେହେରା, ପଞ୍ଚାୟତ ସଭାପତି ଗଦାଧର ରାଉତ,ପଞ୍ଚାୟତ କାର୍ଯ୍ୟନିର୍ଭହୀ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସାହୁ, ଖଗେଶ୍ୱର ପଣ୍ଡା, ମଧୁସୂଦନ ପଣ୍ଡା, ହରିହର ପାଣିଗ୍ରାହୀ, ସୁବାଷ ପଣ୍ଡା, ଗୟାଧର ଜେନା, ଶଙ୍କର୍ଷଣ ସେଠି, ନିତ୍ୟାନନ୍ଦ ଜେନା,କନ୍ହେଇ ଗିରି, ପୀତବାସ ସାହୁ, ସୁବାଷ ଜେନା, ଚକ୍ରଧର ରାଉତ, ଗୟାଧର ଗିରି,ବସନ୍ତ ବାରିକ, ଅନାଥ ମହାନ୍ତି,ଅର୍ଜୁନ ଜେନା, ବ୍ରଜକିଶୋର ବିଶ୍ୱାଳ, ବାଦଲ ରାଉତ, ବୀରକିଶୋର ରାଉତ,ମାନସ ଜେନା,ଗୋବିନ୍ଦ ଚନ୍ଦ୍ର ମହାନ୍ତି ,ରାଜୀବ ଗିରି, ଶ୍ରଦ୍ଧାରଞ୍ଜନ ନାୟକ, ଗଜେନ୍ଦ୍ର ଜେନା,ପ୍ରଭାତ ରାଉତ,ରାଜେଶ ଗିରି, ସମେତ ଶତାଧିକ ଜନସାଧାରଣ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ପରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା । ସେହିପରି ଗଣିଜାଙ୍ଗ ରାଜସ୍ୱ ନିରୀକ୍ଷକ କାର୍ଯ୍ୟଳୟ ପରିସରରେ ଆରଆଇ ଅନୁପମା ଦାଶ ଜାତୀୟ ପତାକା ଉତ୍ତଳନ କରିଥିବା ବେଳେ ହୃଦାନନ୍ଦ ପାଢ଼ୀ, ପ୍ରଦୀପ ମଲ୍ଲିକ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ । ଗଣିଜାଙ୍ଗ ହାଇସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀ ପ୍ରତିମା ଭୂୟାଁଙ୍କ ତତ୍ୱାବଧାନରେ ପାଳିତ ହୋଇଛି । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ରଶ୍ମିତା ସେଠି ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ, ସମିତିସଭ୍ୟ ମନୋରଞ୍ଜନ ସେଠି, ସେବା ସମବାୟ ସଭାପତି ରଞ୍ଜନ ସାହୁ, ଆଇନୀଜୀବୀ ଅଣାକର ମଲ୍ଲିକ,ନିରଞ୍ଜନ ପାଢ଼ୀ, ମଧୁ ସେଠି, ଏକାଦଶୀ ସେଠି, ସମେତ ଅଭିଭାବକ ଓ କମିଟି ର କର୍ମକର୍ତା ଉପସ୍ଥିତ ଥିଲେ । କନ୍ତିଆ ଜଗନ୍ନାଥ ସଂସ୍କୃତ କଲେଜରେ ନେତା ପଞ୍ଚାନନ ରାଉତ ପତାକା ଉତ୍ତୋଳନ କରିଥିବା ବେଳେ ଅଧକ୍ଷ ଶଙ୍କର୍ଷଣ ଦାଶ ସଭାରେ ସଭାପତିତ୍ୱ କରିଥିଲେ । ସରକାରୀ ପ୍ରାଥମିକ ବିଦ୍ୟାଳୟ ବିନାୟକପୁରରେ ପ୍ରଧାନଶିକ୍ଷକ ଗଗନ ବିହାରୀ ଦାସ ପତାକା ଉତ୍ତୋଳନ କରିଥିବା ବେଳେ, ସହକରି ଶିକ୍ଷକ ଟୁଟୁ ପାଳ, ପରିଚାଳନା କମିଟି ସଦସ୍ୟ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ରାଜକନିକା : ରାଜକନିକା ବ୍ଲକର ବିଭିନ୍ନ ସ୍ଥାନରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏହି କ୍ରମରେ ଏସ ଏନ କଲେଜ ଅଧ୍ୟକ୍ଷ ପ୍ରଫେସର ଉପେନ୍ଦ୍ର ପଣ୍ଡା ରାଜକନିକା ଆଥଲେଟିକ ଆସୋସିଏସନ୍ ସଭାପତି ଦୋଳଗୋବିନ୍ଦ ନାୟକଙ୍କ ତତ୍ୱାବଧାନରେ ତହସିଲଦାର ଭାନୁମତୀ ମାଝୀ, ବ୍ଲକ ଅଫିସରେ ଅଧକ୍ଷା ମିନତୀ ରାଉତ, ତହସିଲ ଅଫିସରେ ତହସିଲଦାର ଭାନୁମତୀ ମାଝୀ, ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ସଭାପତି ମଙ୍ଗୁଳି ଚରଣ ବେହେରାଙ୍କ ତତ୍ୱାବଧାନରେ ପିସିସି ସମ୍ପାଦିକା ଦେବସ୍ମିତା ଶର୍ମା, ଓଳାଭର କଲେଜ ଅଧ୍ୟକ୍ଷ ପ୍ରଫେସର ହଳଧର ବେହେରା, ଅକ୍ସଫୋର୍ଡ ସ୍କୁଲରେ ଅଧ୍ୟକ୍ଷା ମିସ ଡଲିଙ୍କ ତତ୍ୱାବଧାନରେ ଥାନାଧିକାରୀ ସଞ୍ଜୟ ମଲିକ, ପ୍ରଫେସର ବୈକୁଣ୍ଠ ନାଥ ପରିଡା, ଯାଦବ ଭବନରେ ସଭାପତି ପଞ୍ଚାନନ ଦାସ ଓ ସମ୍ପାଦକ ମନୋଜ ପରିଡା, ସମାଜସେବୀ ବିସି କେଶନ ଦାସ, ବରଡ଼ିଆ ସରସ୍ୱତୀ ଶିଶୁବିଦ୍ୟାମନ୍ଦି ପ୍ରଧାନଆଚାର୍ଯ୍ୟ ରମେଶ ଚନ୍ଦ୍ର ନନ୍ଦ ଙ୍କ ଉପସ୍ଥିତ ରେ ସଭାପତି ଲଷ୍ମୀଧର ମିଶ୍ର, ରାଜକନିକା ଶିଶୁମନ୍ଦିର ରେ ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ଦାସ ଓ ସଭାପତି ପ୍ରବୀର କୁମାର ଦେଓ ଙ୍କ ଉପସ୍ଥିତ ରେ ଥାନାଧିକାରୀ ସଞ୍ଜୟ କୁମାର ମଲ୍ଲିକ, ଥାନାରେ ମଧ୍ୟ ସଞ୍ଜୟ କୁମାର ମଲ୍ଲିକ ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ । ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ ମୁଖ୍ୟ ସଞ୍ଚଳିକା ଲୀନ ଭଉଣୀଙ୍କ ତତ୍ୱାବଧାନରେ ଜନ୍ମାଷ୍ଟମୀ ପାଳନ ହୋଇଥିଲା ।
ଜଟଣୀ : ୭୯ତମ ସ୍ୱାଧୀନତା ଦିବସ ଅବସରରେ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳରେ ଏକ ବିଶାଳ ଓ ଦେଶଭକ୍ତିମୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ମଣ୍ଡଳ ରେଳ ପ୍ରବନ୍ଧକ ଅଲୋକ ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ରେଳ ସୁରକ୍ଷା ବଳ, ଭାରତ ସ୍କାଉଟ୍ସ ଏଣ୍ଡ ଗାଇଡ୍ସ, ସିଭିଲ୍ ଡିଫେନ୍ସ କର୍ମଚାରୀ ଓ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରଦର୍ଶିତ ଆକର୍ଷଣୀୟ ପରେଡକୁ ନିରୀକ୍ଷଣ କରିଥିଲେ । ପରେଡ୍ ସମୟରେ ଶ୍ରୀ ତ୍ରିପାଠୀ ସାଲୁ୍ୟଟ ଆଦାନ ପ୍ରଦାନ କରିଥିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଶପ୍ରେମ ଓ ଏକତାର ଜ୍ୱଳନ୍ତ ଦୃଶ୍ୟ ପ୍ରକାଶିତ ହୋଇଥିଲା । ରେଳ କର୍ମଚାରୀ ଓ ଯାତ୍ରୀଙ୍କୁ ସମ୍ବୋଧନ କରି ଶ୍ରୀ ତ୍ରିପାଠୀ ସ୍ୱାଧୀନତା ସେନାନୀଙ୍କ ତ୍ୟାଗକୁ ସ୍ମରଣ କରିଥିଲେ ଓ ଭାରତୀୟ ରେଳ ଦେଶର ବିକାଶ, ସଂଯୋଗ ଓ ଏକତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ କହିଥିଲେ ।
ବାଲିଅନ୍ତା : ବାଳକକାଟିର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନିର୍ମାଣ ଏଜୁକେସନାଲ ଟ୍ରଷ୍ଟ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଓରା ଅନୁଷ୍ଠାନର ମୁଖ୍ୟ ସ୍ମିତା ନାୟକ, ଶିକ୍ଷାବିତ୍ ବିଦୁଭୂଷଣ ପଟ୍ଟନାୟକ ଓ ନିର୍ମାଣ ଅଧ୍ୟକ୍ଷ ସିଦେ୍ଧଶ୍ୱର ମହାନ୍ତି ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଦ୍ୱାରା ପ୍ରତାପଶାସନର ବିଭିନ୍ନ ଗାଁ ପ୍ରଭାତ ଫେରିରେ ପିଲାମାନେ ଦେଶାତ୍ମକ ବୋଧକ ଓ ଜାତୀୟତା ବୋଧକ ସ୍ଲୋଗାନ ଦେଇ ଲୋକଙ୍କୁ ଦେଶପ୍ରେମର ବାର୍ତ୍ତା ବଣ୍ଟନ କରିଥିଲେ । ପରେ ପିଲାଙ୍କ ଦ୍ୱାରା ଝୋଟି, ଦେଶାତ୍ମକ ବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଶିକ୍ଷକ ଓ ଶିକ୍ଷୟତ୍ରୀ ପରିଚାଳନାକରିଥିଲେ । ଶେଷରେ ବାସୁଦେବ ଆଚାର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଆନନ୍ଦପୁର : ସ୍ୱାଧୀନତା ଦିବସ ପାଳନ ଅବସରରେ ଉପଜିଲ୍ଲାପାଳ ନୀଳମାଧବ ସୁନା ଅଭିବାଦନ ଗ୍ରହଣ କରିଥିଲେ । ସଉପଖଣ୍ଡର ବିଭିନ୍ନ ପ୍ରାନ୍ତରୁ ୪୧ଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ୟାରେଡରେ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟଅତିଥି ଶ୍ରୀ ସୁନା ଜାତୀୟ ପତାକା ଉତୋଳନ କରିବାପରେ ଜାତି ଉଦେଶ୍ୟରେ ନିଜର ମତ ରଖଥିଲେ । ପ୍ରଫେସର ଗଦାଧର ମିଶ୍ର ଏବଂ ବିଜୟ ସାହୁ ଧାରବିବାରଣୀ ପ୍ରଦାନ କରିଥିଲେ । ସେହିପରି ବିଭିନ୍ନ କ୍ଷେତ୍ରରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ । ଆନନ୍ଦପୁର ସରକାରୀ ହାଇସ୍କୁଲର ୯୭ ମସିହା ଛାତ୍ରଛାତ୍ରୀଙ୍କ ପକ୍ଷରୁ ଉପଖଣ୍ଡର ମେଧାବୀ ଛାତ୍ର ଛାତ୍ରୀଙ୍କୁ ‘ଛାତ୍ର ପ୍ରତିଭା ସମ୍ନାନ'ରେ ସମ୍ମାନୀତ କରାଯାଇଥିଲା । ଏହି ସମୟରେ ପୁରାତନ ଛାତ୍ରଙ୍କ ପକ୍ଷରୁ ଜାନଭି ସିଂ, ଶୁଭଶ୍ରୀ ରାମ, ସୁବ୍ରତ ନାୟକ, ଫୁକୁ ଦିବେଦୀ ଏବଂ ଶୈଳେନ୍ଦ୍ର ରାଉଳ ପ୍ରମୁଖ ଉପସ୍ଥିତ ରହିଥିଲେ । ସୂଚନା ଲୋକସମ୍ପର୍କ ବିଭାଗର ନାରାୟଣ ଦାସ, ଚନ୍ଦ୍ରଶେଖର ଦଳେଇ ସହଯୋଗ କରିଥିଲେ । ସେହିପରି ପୌର କାର୍ଯ୍ୟାଳୟରେ ପୌରାଧ୍ୟକ୍ଷା ରାଜନୀରାଣୀ ଖଟୁଆ ପତାକା ଉତୋଳନ କରିଥିବା ବେଳେ, ପୌରପରିଷଦ ଅନ୍ତର୍ଗତ ଏସିଟିପି ପ୍ଲାଣ୍ଟରେ ଓଡିଶା ନିର୍ମାଣ ନିଗମ କନିଷ୍ଠ ଯନ୍ତ୍ରୀ ଇଂ. ସୁଭାଶିଷ ପାଢ଼ୀ ପତାକା ଉତୋଳନ କରିଥିଲେ । ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ସଦସ୍ୟା ସାବିତ୍ରୀ ଦାସ, ବାବା ସାହେବ ଆମ୍ବେଦକରଙ୍କ ବାଇଲୋ କାର୍ଯ୍ୟାଳୟ ରେ ଉପସଭାପତି ପ୍ରାଣନାଥ ଜେନା, ଆନନ୍ଦପୁର ସରସ୍ୱତୀ ଶିଶୁ ମନ୍ଦିରରେ ପରଚଳନା କମିଟି ସଭାପତି ଉଷାରାଣୀ ଜେନା ଆନନ୍ଦପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରେ ଗୋପାଳ କୃଷ୍ଣ ସାହୁ ପ୍ରମୁଖ ଜାତୀୟ ପତାକା ଉତୋଳନ କରିଥିଲେ ।
ବନ୍ତ : ପଞ୍ଚାୟତ ବେଲଦା ମୁଣ୍ଡାସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ମିଠା ଖୁଆଇ ଓ ଶିକ୍ଷା ସାମଗ୍ରୀ ପ୍ରଦାନ ସହିତ ସ୍ୱାଧୀନତା ଦିବସ ପାଳିଲେ ଭାରପ୍ରାପ୍ତ ତହସିଲଦାର ପ୍ରସନ୍ନ ମହାନ୍ତି । ସାରା ଭାରତ ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ, ଭାରପ୍ରାପ୍ତ ତହସିଲଦାର ପ୍ରସନ୍ନ ମହାନ୍ତି ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ପିଲାଙ୍କ ପାଇଁ ଥିବା ହଷ୍ଟେଲ, ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରରେ ପହଂଚି ବୁଲି ଦେଖିବା ସହିତ ପିଲାଙ୍କ ସମସ୍ତ ସୁବିଧା ଓ ଅସୁବିଧା କଥା ପଚାରିବୁଝିଥିଲେ । ସାଙ୍ଗରେ ନେଇଥିବା ମିଠା ଖୁଆଇବା ସହିତ ସମସ୍ତ ପିଲାଙ୍କୁ ପାଠ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ଭାରପ୍ରାପ୍ତ ତହସିଲଦାରଙ୍କ ସମେତ ଆଇନୀଜୀବୀ ଅଣାକାର ମଲ୍ଲିକ ସ୍କୁଲ ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ମହାପାତ୍ର, ସହକାରୀ ଶିକ୍ଷକ ନୀଳମାଧବ ଦାସ, ସମାଜସେବୀ ନାରାୟଣ ବାରିକ, ଆନନ୍ଦ ନାୟକ, ନିରାକାର ଗାହାଣ, ଲକ୍ଷ୍ମୀଧର ଜେନା, ବିଦ୍ୟାଳୟ ଓ ହଷ୍ଟେଲ କର୍ମଚାରୀ ଅଶାନ୍ତି ଖଟୁଆ, ମିନତୀ ମୁଣ୍ଡା, ରୂପା ରଣା, ସରସ୍ୱତୀ ନାୟକ, ଅନୁସୟା ବାରିକ, ମିତା ରାଣି ନାଥ, ରମାକାନ୍ତ ମଳିକ, ବସନ୍ତ ମଳିକ, ଗୌରୀ ରଣା, ପ୍ରଶାନ୍ତି ନାଥ, ସସ୍ମିତା ନାଥ, ଅଙ୍ଗନୱାଡି କର୍ମୀ ସେବତୀ ଲତା ନାୟକ, ଶାନ୍ତିଲତା ମଳିକ ସମେତ ଗ୍ରାମବାସୀ ଉପସ୍ଥିତ ଥିବା ବେଳେ ବନ୍ତ ଭାରପ୍ରାପ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି ଏହି ମହାନକାର୍ଯ୍ୟ ପାଇଁ ଭୂସୟୀ ପ୍ରଶଂସା କରିଥିଲେ । ଏହି ବିଷୟରେବନ୍ତ ଭାରପ୍ରାପ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି ସାମାଜିକ ସେବାରେ ଜଡିତ ରହିବାକୁ ତାଙ୍କ ଭଲ ଲାଗିଥାଏ ।
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଲାଲ ବହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ଅନୁଷ୍ଠିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ଏନେଇ ମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଦେଶ ସ୍ୱାଧୀନକୁ ୭୮ ବର୍ଷ ପୁରିଛି । ବର୍ତ୍ତମାନ ସମୟରେ ବିଜ୍ଞାନ କ୍ଷେତ୍ରରେ ବହୁତ ପ୍ରଗତି କରିଥିବା ବେଳେ, ୨୦୩୬ ରେ ୧୦୦ ବର୍ଷ ପୂରଣ ହେବ । ସେହି ସମୟରେ ଆମ ରାଜ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ।କଳାହାଣ୍ଡି ଜିଲ୍ଲା ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ସେହିପରି ଦେଶ ସ୍ୱାଧୀନତାରେ ମହାପୁରୁଷମାନଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି ।ପୂର୍ବ କଳାହାଣ୍ଡି ତାହାର ଚିତ୍ର ଓ ସଜ୍ଞା ବଦଳାଇ ପାରିଛି । ଆଜିର କଳାହାଣ୍ଡି ଓ ବିଗତ କଳାହାଣ୍ଡି ଭିତରେ ଅନେକ ଦୂରତା ରହିଥିବା ବେଳେ ଆଜି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ କୃଷି କ୍ଷେତ୍ରରେ ସାରାଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । କଳାହାଣ୍ଡି ମାଟିର ଆଦିବାସୀ ସର୍ଦ୍ଦାର ସହିଦ ରେଣ୍ଡୋ ମାଝୀଙ୍କ ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ ।ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀ, ବିଶିଷ୍ଟ ନାଗରିକମାନଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ଏସପି ନାଗରାଜ ଦେବରକୋଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଜୟପୁର : ଜୟପୁର ଦଶହରା ପଡ଼ିଆରେ ଉପଖଣ୍ଡସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଜୟପୁର ଉପଜିଲ୍ଲାପାଳ ଏ ସସ୍ୟା ରେଡ୍ଡୀ ମୁଖ୍ୟଅତିଥି ଏବଂ ସମ୍ମାନିତଅତିଥି ଭାବେ ଜୟପୁର ଉପଖଣ୍ଡ ପୁଲିସ ଅଧିକାରୀ ପାର୍ଥ ଜଗଦୀଶ କାଶ୍ୟପ, ତହସିଲଦାର ସାବ୍ୟସାଚି ଜେନା, ଗୋଷ୍ଟି ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର ଅତିରିକ୍ତ ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଉପ ଜିଲ୍ଲାପାଳ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ଦଶହରା ପଡ଼ିଆ ଠାରେ ଅନୁଷ୍ଠିତ ଉପଖଣ୍ଡ ସ୍ତରୀୟ ପ୍ୟାରେଡରେ ବିଭିନ୍ନ ସ୍କୁଲ କଲେଜର ୩୯ଟି ଗୋଷ୍ଠୀରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରେଡ ପ୍ରଦର୍ଶନ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀ ଏବଂ କର୍ମଚାରୀଙ୍କୁ ଉପଜିଲ୍ଲାପାଳ ଏ ସସ୍ୟା ରେଡ୍ଡୀ ପୁରସ୍କୃତ କରିବା ସହ ସମ୍ନାନିତ କରିଥିଲେ । କାର୍ଯ୍ୟକ୍ରମକୁ ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯୋସଦା ଗାଦବା ଧନ୍ୟବାଦ ଦେଇଥିଲେ । ଏଥି ସହିତ ଜୟପୁର ସହରର ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ତରଫରୁ ମଧ୍ୟ ବହୁ ଯାକ ଜମକ ସହକାରେ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା । ଜୟପୁର ସିଟିଜେନ କମିଟି ସଭାପତି ବିନୋଦିନି ସନ୍ତ୍ରାପାତ୍ର, ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜୟପୁର ବିଧାୟକ, ନିର୍ମାଣ ଶ୍ରମକ ସଂଘର ବାଲା ରାଇ, ଅଟୋ ଚାଳକ ସଂଘର ଗୌତମ ସାମନ୍ତରାୟ, ବାବା ସାହେବ କୁଲି ସଂଘର ହିମାଂଶୁ ମହାପାତ୍ର, ସିନିୟର ସିଟିଜେନ ୱେଲଫର ଆସସିଏସନର ସଭାପତି ମିନକେତନ ଦାସ, ବାରିକ ସଂଘର ଏ ଆନନ୍ଦ ରାଓ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଉତ୍ସବରେ ସମାଜସେବୀ ସଞ୍ଜୟ ଜୈନ, ପୀତବାସ ବିଶ୍ୱାଳ, ଅଶୋକ ବିଶ୍ୱାଳ, ରବି ନାୟକ ଡ. ଲକ୍ଷ୍ମଣ ପାତ୍ର ଏନସିସି ଅଫିସର, ନିରଞ୍ଜନ ପାଣିଗ୍ରାହୀ, ଗଣେଶ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।
ବୁଗୁଡ଼ା : ୭୯ତମ ସ୍ୱାଧୀନତା ଦିବସ ଆନନ୍ଦ-ଉଲ୍ଲାସରେ ପାଳିତ ହୋଇଛି । ଏ ଅବସରରେ ସ୍ଥାନୀୟ ସ୍ଥାନୀୟ ମିଡିଆ କ୍ଲବରେ ସଭାପତି ଅନିଲ ପଟ୍ଟନାୟକ, ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ସଭାପତି ୟୁ.ପୂର୍ଣ୍ଣଚନ୍ଦ୍ର ପାତ୍ର, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସଭାପତି ପ୍ରମୋଦ ଚନ୍ଦ୍ର ସେନାପତି, ନିୟୁ ଏରା ପବ୍ଲିକ୍ ସ୍କୁଲରେ ସଭାପତି କାଳୀ ଚରଣ ଦାଶ, ବିଏନ୍ ପବ୍ଲିକ୍ ସ୍କୁଲରେ ଏମଡି ଚନ୍ଦନ ଚର୍ଚ୍ଚିତ ପାତ୍ର, ପିପୁଲ୍ସ ହାଇସ୍କୁଲରେ ପ୍ରଧାନଶିକ୍ଷକ କାଳୀ ଚରଣ ବେହେରା, ବିରଞ୍ଚô ନାରାୟଣ ହାଇସ୍କୁଲରେ ପ୍ରଧାନଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣା, ପିପୁଲ୍ସ କଲେଜରେ ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ମିଶ୍ର , ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ମନୋଜ ସ୍ୱାଇଁ, ମାଣିତରା ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷ ଅନୁପ ପଣ୍ଡା, ବାଲିପଦର ଡିଗ୍ରୀ କଲେଜରେ ଅଧ୍ୟକ୍ଷ ଗୋପୀନାଥ ମହାନ୍ତି ଓ ଫାଣ୍ଡିରେ ଅଧିକାରୀ କେ.ନିଳାଦ୍ରୀ ରେଡି, ଏନ୍ଏସି କାର୍ଯ୍ୟାଳୟ ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ତହସିଲଦାର ତାପସ ରାଉତ, ଜେଏମଏଫସି କୋର୍ଟ ବିଚାରପତି ସୁଧାଶ୍ରୀ ସୁରଝାଲିଆ, ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ବନ ବିଭାଗ କାର୍ଯ୍ୟାଳୟରେ ରେଞ୍ଜର ପ୍ରଦୀପ କୁମାର ମିଶ୍ର, ବାଘୁଆ ଜଳସେଚନ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ପାଳ, କନିଷ୍ଠ ଯନ୍ତ୍ରୀ ଗୟାଚାନ୍ଦ ନାୟକ, କନିଷ୍ଠ ଯନ୍ତ୍ରୀ ଲମ୍ବୋଦର ବେହେରା, କାରଗିଲ ଶହୀଦ ସ୍ମୃତି ପୀଠରେ ସଭାପତି ସୂର୍ଯ୍ୟ ନାରାୟଣ ଦାଶ, ବିଜୁ ସେବା ସଦନରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ଗୋଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚିଚିଆ ହାଇସ୍କୁଲରେ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଭାରତୀୟ ସମ୍ବିଧାନ ଅନୁଯାଇ ସୂର୍ଯ୍ୟାସ୍ତ ପୂର୍ବରୁ ପତାକା ଖୋଲିବାର ନିୟମ ଥିବା ବେଳେ ଉକ୍ତ ସ୍କୁଲରେ ରାତିସାରା ତ୍ରିରଙ୍ଗା ପତାକା ଉଡୁଥିବା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସ୍କୁଲରେ ଥିବା ସମସ୍ତ କର୍ମଚାରୀ ଭାରତୀୟ ହୋଇଥିବା ବେଳେ ଆଜି ଭାରତୀୟ ତ୍ରିରଙ୍ଗା ପତାକାକୁ ଅସମ୍ମାନ କରିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେଶ କୁମାର ନାଏକଙ୍କୁ ଫୋନ ଯୋଗେ ପଚାରିବାରୁ ଏହାର ତଦନ୍ତ କରାଯିବ ଏବଂ ଦୋଷୀ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷବ ସମେତ ଆଖପାଖ ଅଂଚଳର ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ହିଞ୍ଜିଳିକାଟୁ ପ୍ରେସକ୍ଲବ ପକ୍ଷରୁ ସ୍ୱାଧୀନତା ଦିବସରେ ପ୍ରେସକ୍ଲବ ସଭାପତି ଦୂତିକଣ୍ଠ ପଣ୍ଡା, ବିଶ୍ୱମ୍ବର ସାହୁ, ସୁରେନ୍ଦ୍ର ନାୟକ, ସୁନିଳ ପଟ୍ଟନାୟକ, ଶୁସାନ୍ତ ପ୍ରଧାନ, ବିଭୂପ୍ରସାଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ପୌରପରିଷଦ କାର୍ଯ୍ୟାଳୟରେ ଅଧ୍ୟକ୍ଷ ସୁବାସ ପୋଲେଇ ପଡକା ଉତ୍ତୋଳନ କରିଥିବାବେଳେ, କାର୍ଯ୍ୟନିର୍ବାହୀ ଅଧୂକାରୀ ସୁକାନ୍ତ ଚନ୍ଦ୍ର ବେଉରାଙ୍କ ସମେତ ସମସ୍ତ କର୍ମଚାରୀ ଓ କାଉନସିଲର ଓ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ଉପସ୍ଥିତଥିଲେ । ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷ ସରସ୍ୱତୀ ସେଠୀ ପତାକା ଉତ୍ତୋଳନ କରିଥୁବାବେଳେ, ବିଡ଼ିଓ ସୁଶ୍ରୀ ସାଗରିକା ସାରଙ୍ଗୀ ଉପସ୍ଥିତ ଥିଲେ । ତହସିଲ କାର୍ଯ୍ୟାଳୟରେ ତହସିଲଦାର ତପନ ମହାପାତ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ. ଶ୍ରୀକାନ୍ତ ସାହୁ, ଆଇଆଇସି ଶ୍ରୀନିବାସ ସେଠି, ମିନି ଷ୍ଟାଡିୟମ ପରିସରରେ ଅବସରପ୍ରାପ୍ତ ଭାରତୀୟ ସେନାନୀ ହିଞ୍ଜିଳିକାଟୁ ସଂଘ ପକ୍ଷରୁ ସଭାପତି ଅଭିମନୁ୍ୟ ଦଳାଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କାର୍ଯକ୍ରମରେ ସମ୍ପାଦକ ସୁଧାକର ପରିଡ଼ା, କୋଷାଧକ ଶ୍ୟାମ ସୁନ୍ଦର ସାହୁ, ଉପସଭାପତି ଗୁପ୍ତ ପ୍ରସାଦ ପଟ୍ଟନାୟକଙ୍କ ସମେତ ୨୦ଜଣ ସଦସ୍ୟ ଉପସ୍ଥିତଥିଲେ । ଏନଏସି ହାଇସ୍କୁଲ ପ୍ରଧାନଶିକ୍ଷକ ରଜନୀକାନ୍ତ ସାହୁ, ସୟଂଶାସିତ କଲେଜ ଅଧ୍ୟକ୍ଷ, ବୃନ୍ଦାବନ ହାଇସ୍କୁଲ ପ୍ରଧାନଶିକ୍ଷକ ଉପେନ୍ଦ୍ର ସାବତ, ହିଞ୍ଜିଳିକାଟୁ କେନ୍ଦ୍ରୀୟ ସ୍କୁଲ ଅଧ୍ୟକ୍ଷ ରଞ୍ଜନ ବେହେରା ପତକା ଉତ୍ତୋଳନ କରି ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ । ଶିକ୍ଷକ ଅରୁଣ ଯୋଶି, ଶିକ୍ଷକ ଦୀପକ କୁଶୱାହା, ମୁକେଶ ପାଠିଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ତ୍ରିରଙ୍ଗା ଯୁବକ ସଙ୍ଘ ମିନି ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପୋଲେଇ ପତକା ଉତ୍ତୋଳନ କରିଥିବା ବେଳେ, ସଙ୍ଘ ସଭାପତି ଗଞ୍ଜନକୁମାର ସାହୁଙ୍କ ସମେତ ବହୁ ସଭ୍ୟ ଉପସ୍ଥିତ ଥିଲେ । ଧରିତ୍ରୀ ପବ୍ଲିକ ସ୍କୁଲରେ ସ୍କୁଲର ଅଧ୍ୟକ୍ଷ ଡ. ଶିବପ୍ରସନ୍ନ ପାଠୀ, ବିଦୁ୍ୟତ କାର୍ଯ୍ୟାଳୟରେ ନିର୍ବାହୀ ଯନ୍ତ୍ରୀ ଇଂ. ଗୋପାଳ କୃଷ୍ଣ ପଣ୍ଡା ଓ ଶ୍ରୀ ଇଣ୍ଟର ନ୍ୟାସନାଲ ସ୍କୁଲରେ ଏଲ. କାମେଶ୍ୱର ରାଓ, ବୁରୁପଡା ଭଗବତି ବିଦ୍ୟାପୀଠରେ ପ୍ରଧାନଶିକ୍ଷକ, ହିଞ୍ଜିଳି ବିଜେପି କାର୍ଯ୍ୟାଳୟରେ ବିଜେପି ଘୁମୁସର ସାଙ୍ଗଠନିକ ଜିଲ୍ଲାର ସଭାପତି ବିଜୟ କୁମାର ସ୍ୱାଇଁ ପତକା ଉତ୍ତୋଳନ କରିଥିବା ବେଳେ ବହୁ କର୍ମୀ ଉପସ୍ଥିତ ଥିଲେ । ସେହିପରି ପିତଳ ପଞ୍ଚାୟତ କର୍ଯ୍ୟାଳୟ ଠାରେ ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ର ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ ।ସରପଞ୍ଚ ରାଘବ ନନ୍ଦ ମହାପାତ୍ର, ସମିତି ସଭ୍ୟ ଜନାରଦନ ପାତ୍ର, ପିତଳ ମଣ୍ଡଳ ସଭାପତି ବିଜୟ ପ୍ରଧାନ, ପୂର୍ବତନ ପିତଳ ମଣ୍ଡଳ ସଭାପତି ନୟନ କୁମାର ମଲ୍ଲିକ, କଞ୍ଚୁରୁ ମଣ୍ଡଳ ସଭାପତି ରବୀନ୍ଦ୍ର ପାଣିଗ୍ରାହୀ, ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ଜୟଦେବ ଜେନା, ହିଞ୍ଜିଳି ନଗର ମଣ୍ଡଳ ସଭାପତି ପପୁ ସାବତ, ହିଞ୍ଜିଳି ବିଜେପି ଚେୟାରମେନ ପ୍ରାର୍ଥୀ ସନ୍ତୋଷ ପାଣିଗ୍ରାହୀ, ଜିଲ୍ଲା ଉପସଭାପତି ମାଧବ ଗୌଡ଼, ଧବଳପୁର ମଣ୍ଡଳ ସଭାପତି ଜିତେନ୍ଦ୍ର ମହାରଣା, ଅଟଳ ଯୁବ ବାହିନୀ ଶେରଗଡ଼ ବ୍ଲକ ସଭାପତି ସମିର ଗୌଡ଼, ସଧାରଣ ସମ୍ପାଦକ ତ୍ରିଲୋଚନ ବେହେରା, ଶେରଗଡ଼ ମଣ୍ଡଳ ସଭାପତି ସଞ୍ଜୟ ଜେନା, ବିଜେପି ର ବହୁ କାର୍ଯ୍ୟକ୍ରତା, ପଞ୍ଚାୟତ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଉପସ୍ଥିତ ଥିଲେ ।
ରାୟଗଡା : ୭୯ତମ ସ୍ୱାଧୀନତା ଦିବସ ରାୟଗଡ ଜିଲ୍ଲା ସଦର ମହକୁମାର ଜିସିଡି ଜିଲ୍ଲା ହାଇସ୍କୁଲରେ ଅନୁଷ୍ଠିତ ହୋଇଛି । ଏହି ଉତ୍ସବରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ ଅଭିବାଦନ ଗ୍ରହଣ କରିଥିଲେ । ଜିଲ୍ଲାବାସୀଙ୍କ ଉଦେ୍ଦଶରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଉଦ୍ବୋଧନ ଦେଇଥିଲେ । ମୁକ୍ତି ଯୋଦ୍ଧାର ସହୀଦ ବୀରମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଦେଶର ସ୍ୱାଧୀନତା ଯେଉଁ ସଂଗ୍ରାମୀଙ୍କୁ ଆତ୍ମ ବଳିଦାନ ଦେଇ ସ୍ୱାଧୀନତାର ସୂର୍ଯ୍ୟଦୟ ହୋଇଥିଲା ଓ ଯେଉଁ ମାନଙ୍କ ପାଇଁ ଆଜି ଆମେ ନିଜ ନାଆର ନିଜେ ନାଉରି ସାଜିଛେ ସେହି ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଉଛି ବୋଲି କହିଥିଲେ । ପୁଲିସ ରିଜର୍ଭ ଇନଷ୍ପେକ୍ଟର କବିବର ଦେଉରୀଙ୍କ ନେତୃତ୍ୱରେ ୩୬ ଦଳ ପ୍ୟାରେଡ ପରିବେଷଣ କରିଥିଲେ । ସ୍କୁଲ ଏବଂ କଲେଜସ୍ତରରେ ଅନୁଷ୍ଠିତ ବକ୍ତୃତା, ପ୍ରବନ୍ଧ ଲିଖନ ଓ ଦେଶାତ୍ମବୋଧକ ସଂଙ୍ଗୀତ ପ୍ରତିଯୋଗିତାର ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଚଳିତବର୍ଷ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଜିଲ୍ଲାରେ ସର୍ବୋର୍ଚ୍ଚ ନମ୍ୱର ରଖି ଉତ୍ତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟର ସର୍ବୋର୍ଚ୍ଚ ନମ୍ୱର ରଖିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାପରେ ସ୍ୱର୍ଗତ ତ୍ରିନାଥ ଦାଶଙ୍କୁ ମୋରଣତ୍ତର ଭାବରେ ତାଙ୍କ ସ୍ତ୍ରୀ ପ୍ରେମଲତା ଦାଶଙ୍କୁ ଏବଂ ଗୁଣୁପୁର ବ୍ଲକର ଜଗୁଲୁ ଶବର ବିହାର ରେଜିମେଣ୍ଟ ଦକ୍ଷ ସିପାହୀ ଭାବେ ଦାୟିତ୍ୱ ବହନ କରି ସୌର ଚକ୍ରରେ ସମ୍ମାନିତ ହୋଇଥିବା ଶ୍ରୀ ଶବରଙ୍କୁ ସମ୍ମାନୀତ କରାଯାଇଥିଲା । ଏହା ପରେ ମୁଖ୍ୟଅତିଥି ଶ୍ରୀଯୁକ୍ତ ମଲ୍ଲିକ, ଜିଲ୍ଲାପାଳ ଆଷୁତୋଷ କୁଲକର୍ଣ୍ଣୀ, ଆରକ୍ଷୀ ଅଧିକ୍ଷକ ଏସ୍ ସ୍ୱାତୀ କୁମାର, ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ସ୍ୱଦ୍ଧାର ଗୃହରେ ସୁଦର୍ଶନ ପାଢୀଙ୍କ, ସମାଜସେବୀ ଫଳ ବଣ୍ଟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଉପନିଦେ୍ର୍ଦଶକବସନ୍ତ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ, ଜିସିଡ଼ି ହାଇସ୍କୁଲ ଏନ୍ସିସି ଶିକ୍ଷକ ଅଶୋକ ଦାଶ ମଞ୍ଚ ପରିଚାଳନା କରିଥିଲେ ।