ଆମ ବସ ପଛରେ ଧକ୍କା ଦେଲା କାର

 ବାରଙ୍ଗ : ସୁବାଷ ସେତୁ ଉପରେ ଆମ ବସ ପଛରେ ଧକ୍କା ଦେଲା କାର ଅଳ୍ପକେ ବର୍ତ୍ତିଗଲେ ଚାଳକ । ଘଟଣାରୁ ପ୍ରକାଶ ଯେ କଟକରୁ ତ୍ରିଶୂଳିଆ ଅଭିମୁଖେ ଆସୁଥିବା ଓଡି୩୩ୟୁ୭୩୬୧ ଆମ ବସଟି ସୁବାଷ ସେତୁ ଉପରେ ପଛପଟୁ ଆସୁଥିବା ଡବ୍ଲୁ ୪ବିଜି ୧୩୮୧ କାରଟି ଦୃତଗତିରେ ଆସି ଧକ୍କା ଦେଇଥିଲା । ଫଳରେ କାର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଥିବା ବେଳେ କାର ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ । ଘଟଣାସ୍ଥଳରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା  ମର୍କତ ନଗର ଥାନା ପୁଲିସ ପହଞ୍ଚି ଟ୍ରାଫିକ ସମସ୍ୟା ଦୁର କରିବା ସହିତ ଦୃଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।