କିମସରେ "ନୋଡୋପାଥି'ର ସଫଳ ଚିକିତ୍ସା

କିମସରେ  "ନୋଡୋପାଥି'ର  ସଫଳ ଚିକିତ୍ସା

ଭୁବନେଶ୍ୱର : କିମସ ଡାକ୍ତରମାନେ ନୋଡୋପାଥି ଓ ପାରାନୋଡୋପାଥି ଭଳି ନୂତନ ଆବିଷ୍କୃତ ଅତି ବିରଳ ସ୍ନାୟୁ ରୋଗରେ ସଫଳ ଚିକିତ୍ସା କରି ଉଦାହରଣ ସୃଷ୍ଟି କରିଛନ୍ତି । ଜଣେ ୩୪ ବର୍ଷୀୟ ମହିଳା ପକ୍ଷାଘାତ ଗ୍ରସ୍ତ ରୋଗରେ ଆକ୍ରାନ୍ତ ହୋଇ ମୁଣ୍ଡ ବ୍ୟତୀତ ଶରୀରର ଅନ୍ୟ କୌଣସି ଅଂଶ କାମ କରୁନଥିଲା । ଗୁରୁତର ଅବସ୍ଥା ସତ୍ତେ୍ୱ ସେ ସଂପୂର୍ଣ୍ଣ ସଚେତନ ଥିଲେ । କିମ୍‌ସରେ ଭର୍ତ୍ତି ହେବା ପରେ ସ୍ନାୟୁରୋଗ ବିଭାଗ ମୁଖ୍ୟ ଡା ସନ୍ତୋଷ ଦାଶ ତାଙ୍କ ରୋଗ ସମ୍ପର୍କରେ ବ୍ୟାପକ ତର୍ଜମା କରିଥିଲେ । ଶେଷରେ ତାଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷାରୁ ତାଙ୍କଠାରେ ନୋଡୋପାଥି ଓ ପାରାନୋଡୋପାଥି ଭଳି ନୂତନ ଆବିଷ୍କୃତ ଅତି ବିରଳ ସ୍ନାୟୁ ରୋଗରେ ପୀଡିତ ବୋଲି ଜଣାପଡିଥିଲା । ଏଭଳି ବିରଳ ସ୍ନାୟୁ ରୋଗ ଗୁରୁତର ସ୍ନାୟୁଗତ କ୍ଷତି କରିଥାଏ ଏବଂ ସଂପୂର୍ଣ୍ଣ ପକ୍ଷାଘାତର କାରଣ ହୋଇଥାଏ । ଏଭଳି ଘଟଣା ସମଗ୍ର ଭାରତରେ ବିରଳ ବୋଲି ଡ.ଦାଶ ଦାବି କରିଛନ୍ତି । ଏଭଳି ରୋଗକୁ ଅଳ୍ପ କିଛି ଦିନ ପୂର୍ବରୁ ଚିକିତ୍ସାରେ ଅନ୍ତର୍ଭୁକ୍ତ କରାଯାଇଥିବା ଡା ଦାଶ ପ୍ରକାଶ କରିଛନ୍ତି ।

ଡ.ଦାଶଙ୍କ ନେତୃତ୍ୱରେ କିମସର ଡାକ୍ତର ଅବିନାଶ ବଡପଣ୍ଡା ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଏହି ଚିକିତ୍ସା ଚ୍ୟାଲେଞ୍ଜକୁ ଦୃଢତାର ସହିତ ଗ୍ରହଣ କରିଥିଲେ । ବିରଳ ରୋଗର ଜଟିଳତା ସତ୍ତେ୍ୱ ରୋଗୀଙ୍କ ସଫଳ ଚିକିତ୍ସା କରିଥିଲେ । ରୋଗୀଙ୍କ ଅବସ୍ଥା ଏପରି ଥିଲା ଯେ, ତାଙ୍କୁ ଭେଣ୍ଟିଲେଟରରେ ରଖିବାକୁ ପଡିଥିଲା । ଆବଶ୍ୟକ ରକ୍ତ ପରୀକ୍ଷା କେରଳରେ କରାଯାଉଥିବାରୁ ଓଡିଶାରେ ରୋଗ ନିର୍ଣ୍ଣୟ ସମ୍ଭବ ହେଉନଥିଲା । ଶେଷରେ କିମ୍‌ସ ଡାକ୍ତରମାନେ ସଫଳତାର ସହ ମହିଳାଙ୍କ ଚିକିତ୍ସା କରିଛନ୍ତି । ଏବେ ସେ ସୁସ୍ଥ ଅଛନ୍ତି ଓ ସାଧାରଣ ଜୀବନ ଜୀଉଛନ୍ତି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ କିମ୍‌ସ କର୍ମଚାରୀଙ୍କ ସେବା ପାଇଁ ସେ କିମ୍‌ସକୁ ଧନ୍ୟବାଦ ଜଣାଛନ୍ତି । ରୋଗୀ ଜଣକ କହିଛନ୍ତି, ‘ମୁଁ କେବେ ଭାବି ନଥିଲି ଯେ ମୁଁ ଜୀବିତ ଫେରିବି । କିମସର ଡାକ୍ତରମାନେ ମୋତେ ଏକ ନୂତନ ଜୀବନ ଦେଇଛନ୍ତି ।’ ଅପରପକ୍ଷରେ ଏଭଳି ବିରଳ ରୋଗ ଚିହ୍ନଟ ଓ ସଫଳ ଚିକିତ୍ସା କରିପାରିଥିବାରୁ କିଟ୍‌, କିସ୍‌ ଓ କିମ୍‌ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିମ୍‌ସ ସଂପୃକ୍ତ ଡାକ୍ତର ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରୋଗୀଙ୍କ ସୁସ୍ଥଜୀବନ କାମନା କରିଛନ୍ତି ।ଅଭିନେତା ପଙ୍କଜ ଧୀର । ୬୮ ବର୍ଷ ବୟସରେ କ୍ୟାନସରରେ ପିଡ଼ିତ ହୋଇ ପ୍ରାଣ ହରାଇଛନ୍ତି । ପ୍ରଶଂସକ ଓ ସେଲିବ୍ରିଟିମାନେ ପଙ୍କଜଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ପଙ୍କଜ ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ବଡ ବଡ ପ୍ରୋଜେକ୍ଟରେ କାମ କରିଥିଲେ । କିନ୍ତୁ ତାଙ୍କୁ ବି.ଆର. ଚୋପ୍ରାଙ୍କ ‘ମହାଭାରତ'ରୁ ପ୍ରସିଦ୍ଧି ମିଳିଥିଲା । ଏହି ଧାରାବାହିକରେ ସେ କର୍ଣ୍ଣ ଭୂମିକାରେ ଅଭିନୟ କରଖୁବ୍‌ ଲୋକ ପ୍ରିୟଲାଭ କରିଥିଲେ ।