"ଉତ୍ତମ ବିଶ୍ୱ ଗଠନରେ ସମବାୟ' ପାଳନ ପାଇଁ ପ୍ରସ୍ତୁତି
ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ୩ୟ ରାଜ୍ୟସ୍ତରୀୟ ସମବାୟ ଉନ୍ନୟନ କମିଟି ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳନ ପ୍ରସ୍ତୁତି ସଂପର୍କିତ ଆଲୋଚନା କରାଯାଇଥିଲା । ମିଳିତ ଜାତିସଂଘ ସାଧାରଣ ସଭାରେ ୨୦୨୫କୁ ଆନ୍ତର୍ଜାତିକ ସମବାୟ ବର୍ଷ ଭାବେ ଘୋଷଣା କରାଯାଇଛି । "ଉତ୍ତମ ବିଶ୍ୱ ଗଠନରେ ସମବାୟ' ଶୀର୍ଷକ ଆଧାରରେ ଏହି ବର୍ଷ ପାଳନ କରିବାକୁ ନିଷ୍ପରି ନିଆଯାଇଛି । ୨୦୩୦ ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କାର୍ଯ୍ୟକାରିତାରେ ବୈଦ୍ଧିକ ଆହ୍ୱାନର ସମାଧାନରେ ସମବାୟ ମଡେଲର ଗୁରୁତ୍ୱ ରହିଛି । ବୈଠକରେ ଓଡ଼ିଶାରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ପରିପ୍ରେକ୍ଷୀରେ ରାଜ୍ୟ ସମବାୟ ବିଭାଗ କମିଶନର ରାଜେଶ ପ୍ରଭାକର ପାଟିଲ ଚଳିତ ମାର୍ଚ୍ଚ ୨୦୨୫ରୁ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଓ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, ଗ୍ରାମ୍ୟ ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, କୃଷି ନିଦେ୍ର୍ଦଶକ ଉଦ୍ୟାନ କୃଷି ନିଦେ୍ର୍ଦଶକଙ୍କ ସମେତ କମିଟିର ଅନ୍ୟ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ଥିଲେ ।