ଏଣିକି ସରକାରୀ କାର୍ଯ୍ୟାଳୟରେ ବିଏସଏନଏଲ
ଭୁବନେଶ୍ୱର: ଭାରତ ସଞ୍ଚାର ନିଗମ ଲିମିଡେଟ (ବିଏସ୍ଏନ୍ଏଲ୍)ର ପୂର୍ବ ସ୍ଥିତି ଫେରାଇ ଆଣିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ବିଶେଷକରି କେନ୍ଦ୍ର ସରକାର ଏନେଇ ନିଦେ୍ର୍ଦଶ ଦେବା ପରେ ବିଏସଏନଏଲର ସ୍ଥିତି ସୁଧାରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏଣିକି ସରକାରୀ କାର୍ଯ୍ୟାଳୟରେ ବିଏସ୍ଏନ୍ଏଲ୍ ନେଟୱାର୍କ ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କଡା ନିଦେ୍ର୍ଦଶନାମା ଜାରି ହୋଇଛି ।
କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶ ପରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସବୁ ବିଭାଗକୁ ଚିଠି ଲେଖିଛି । ଏହି ଆଧାରରେ ଏଣିକି ସମସ୍ତ ସରକାରୀ ପ୍ରତିଷ୍ଠାନରେ ବିଏସ୍ଏନ୍ଏଲ୍, ଇଣ୍ଟରନେଟ, ବ୍ରଡ଼ ବ୍ୟାଣ୍ଡ, ଲ୍ୟାଣ୍ଡଲାଇନ, ଲିଜ୍ ଲାଇନ୍ ସେବା ବ୍ୟବହାର ହେବ । ସେହିପରି ଆଇଟି ବିଭାଗର ଚିଠି ପାଇବା ପରେ କିଛି ବିଭାଗ ଏଦିଗରେ ପଦକ୍ଷେପ ନେବାକୁ ନିଜ ନିଜ କ୍ଷେତ୍ର ସହ ଜଡ଼ିତ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।