୪ ଲକ୍ଷ ଲେଖାଏ ସହୟେତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ : OSSC ୨୫ କିଲୋମିଟର ଦୌଡ଼ ପରୀକ୍ଷା ବେଳେ ୨ ଆଶାୟୀ ମୃତ

୪ ଲକ୍ଷ ଲେଖାଏ ସହୟେତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ : OSSC ୨୫ କିଲୋମିଟର ଦୌଡ଼ ପରୀକ୍ଷା ବେଳେ ୨ ଆଶାୟୀ ମୃତ

ଭୁବନେଶ୍ୱର :  ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ବେଳେ ୨ ଯୁବକଙ୍କ ମତ୍ୟୁ ଘଟଣାରେ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି। ଫରେଷ୍ଟର, ଫରେଷ୍ଟ ଗାର୍ଡ ଶାରୀରିକ ପରୀକ୍ଷା ବେଳେ ମୃତ୍ୟୁ ଘଟିଥିଲା କେନ୍ଦୁଝରର ଜଣେ, ସୁନ୍ଦରଗଡ଼ର ଆଉ ଜଣେ ଯୁବକଙ୍କର ମତ୍ୟୁ ହୋଇଥିଲା। ଉରକେଲା ଟାଙ୍ଗରପାଲି ଥାନା ଅଞ୍ଚଳର ପ୍ରବୀଣ କୁମାର ପଣ୍ଡା ଏହି ପରୀକ୍ଷାର ବ୍ୟାଚ ନମ୍ବର ଏ-୦୨ ଥିଲେ। ସେ ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ପଦବୀ ପାଇଁ ଆବେଦନ କରିଥିଲେ ।ମଙ୍ଗଳବାର ସକାଳେ ସୁନ୍ଦରଗଡ ଭବାନୀପୁରରୁ ବାରଗଡ଼ ପର୍ଯ୍ୟନ୍ତ ୨୫ କିଲୋମିଟର ଦୌଡ଼ରେ ଭାଗ ନେଇଥିବା ବେଳେ ସଦର ଥାନା ଅଞ୍ଚଳର କିରେଇ ନିକଟରେ ସେ ଅଚେତ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ସୁନ୍ଦରଗଡ ସରକାରୀ ମେଡ଼ିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅଘଟଣା କାରଣରେ ପରୀକ୍ଷାରେ ଅଂଶଗ୍ରହଣ କରୁଥିବା ଅନ୍ୟାନ୍ୟ ପ୍ରାର୍ଥୀମାନେ ଅତ୍ୟନ୍ତ ଦୁଃଖିତ ହୋଇପଡ଼ିଛନ୍ତି। ଓଏସ୍‌ଏସ୍‌ସି ଦ୍ୱାରା ଏହି ଅଘଟଣା ବିଷୟରେ ତଦନ୍ତ ଆରମ୍ଭ କରାଯାଇଛି। ଖବରପାଇ ସୁନ୍ଦର ଗଡ ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁ ଘଟଣାର ଅନୁଧ୍ୟାନ ସହ, ସଦରଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।