ଓଡ଼ିଶା ଷ୍ଟେଟ୍ ଟିଟି ଚାମ୍ପିଅନ୍ସିପ୍ ଅନୁଷ୍ଠିତ

ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: କଟକଠାରେ ଅନୁଷ୍ଠିତ ଟେବୁଲ୍ ଟେନିସ୍ ଚାମ୍ପିଅନ୍ସିପ୍ରେ ତୃତୀୟ ଦିନ  ଖେଳରେ ୟୁ-୧୧ ବାଳକ ସିଙ୍ଗଲ୍ସରେ ଆର୍ଯ୍ୟନ୍ ମହାନ୍ତି (ପୁରୀ), ସାନ୍ତୁନୁ ରାଉତରାୟ (କଟକ), କୀର୍ତ୍ତିମାନ ଦାସ (କଟକ) ଏବଂ ଜନାର୍ଦ୍ଦନ ମାଝିି (ରାଉରକେଲା ଇସ୍ପାତ କାରଖାନା) ଯୋଗ୍ୟତା ଅର୍ଜନ କରିଥିଲେ । 
ସେହିପରି ୟୁ-୧୧ ବାଳିକା ସିଙ୍ଗଲ୍ସରେ ପୂଜାପାଣ୍ଡା (ପୁରୀ), ଶ୍ରେୟାନସି ଶୁଭଦର୍ଶିନୀ ମିଶ୍ର, ସିଦ୍ଧିକ ଭାଗବତ (କଟକ) ଏବଂ ପାନଖୁଡି ନାୟକ (କଟକ) ଯୋଗ୍ୟତା ଅର୍ଜନ କରିଥିଲେ  । ଏହି ଚାମ୍ପିଅନ୍ସିପ୍ର କ୍ୱାର୍ଟର ଫାଇନାଲ୍ ଶନିବାର ଖେଳାଯିବ । ସେହିପରି ୟୁ-୧୫ ବାଳିକା ଏକକ କ୍ୱାର୍ଟର ଫାଇନାଲରେ ଉର୍ଜା ବର୍ମା ଇତିଶ୍ରୀ ସାହୁଙ୍କୁ ୩-୦ ଗେମ୍ରେ ପରାସ୍ତ କରିଛନ୍ତିି । ଆରାଧ୍ୟା ସାହୁ ଆଶି ସ୍ୱାୟାନସିଙ୍କୁ ୩-୦ ଗେମ୍ରେ ପରାସ୍ତ କରିଛନ୍ତି । ସକ୍ଷୀ ଭଗତ ୩-୧ ଗେମ୍ରେ ଅଶନା ଆଦିତିଙ୍କୁ ପରାସ୍ତ କରିଛନ୍ତି  । ସ୍ୱେତା ବର୍ମା  ଅନୁଷ୍କା ମହାନ୍ତିଙ୍କୁ ୩-୧ ଗେମ୍ରେ ପରାସ୍ତ କରିଥିଲେ । ପ୍ରଥମ ସେମି ଫାଇନାଲରେ ଉର୍ଜା ବର୍ମା  ଆରାଧ୍ୟା ସାହୁଙ୍କ ବିପକ୍ଷରେ ଖେଳିବେ । ୨ୟ ସେମିଫାଇନାଲରେ ଶକ୍ତି ଭଗତ (ସିଟିସି) ସ୍ୱେଟା ବିପକ୍ଷରେ ଖେଳିବେ । ଆସନ୍ତାକାଲି ଉଭୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି ।