ଏନ୍‌ କାଉଣ୍ଟରରେ ଟଳିପଡିଲେ ୩ ମାଓବାଦୀ 

ଏନ୍‌ କାଉଣ୍ଟରରେ ଟଳିପଡିଲେ ୩ ମାଓବାଦୀ 

ମାଲକାନଗିରି : ପୁଣି ଏନ୍‌ କାଉଣ୍ଟରରେ ଟଳିପଡିଲେ ୩ ମାଓବାଦୀ । ଛତିଶଗଡ ସୁକମା ଜିଲ୍ଲା ଗୋଲାପଲ୍ଲୀ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମାଓ କ୍ୟାମ୍ପରେ ଶତାଧିକ ମାଓବାଦୀ ଲୁଚି ରହି ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ଧରଣର ଟାର୍ଗେଟ କରିବାକୁ ଯୋଜନା କରୁଥିଲେ । ଅପରେସନରେ ଡିଆରଜି ଯବାନ ସାମିଲ ହୋଇଛନ୍ତି । ଏବେବି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ତିନି ମାଉବାଦୀଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣା ପଡ଼ିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି ।