ଓଡ଼ିଶା ଗସ୍ତରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା

ଓଡ଼ିଶା ଗସ୍ତରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା

ଭୁବନେଶ୍ୱର : ଆଜି ଓଡିଶା ଗସ୍ତରେ ଆସିଛନ୍ତି ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମେଳାରେ ମୁଖ୍ୟବକ୍ତା ଭାବେ ଯୋଗଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ଶୁଭ୍ରାଂଶୁ ବିଦ୍ୟାଳୟରେ  ଛାତ୍ରଛାତ୍ରୀ ମାନଙ୍କ ସହ ମହାକାଶର ଅଭିଜ୍ଞତା ଓ ଅନୁଭୂତି ବର୍ଣ୍ଣନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଅନ୍ତର୍ଗତ ସରକାରୀ ଓ ବେସରାକାରୀ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେବେ।

    ସେ କହିଛନ୍ତି, ଓଡିଶା ଆସି ବହୁତ ଖୁସି ଲାଗୁଛି । ମହାକାଶର ଅନୁଭୂତି ଅତ୍ୟନ୍ତ ନିଆରା ଥିଲା । ପିଲାମାନଙ୍କୁ କହିଲେ କି ‘ପ୍ରଥମ ୪/୫ ଦିନ ଖାପ ଖୁଆଇବା ଚ୍ୟାଲେଞ୍ଜିଂ, ସେହିପରି ଫେରିବା ପରେ ପୃଥିବୀପୃଷ୍ଠ ବି ତା ଠାରୁ ଆହୁରି ଚ୍ୟାଲେଞ୍ଜିଂ ଥିଲା । କାରଣ ମହାକାଶରେ ଡ୍ରାଏଫୁଡ୍‌ ଖାଇବା ସମ୍ଭବ ନୁହେଁ, କିନ୍ତୁ ଖୋଲିଯାଇ ପାରିବ । ସେଥିପାଇଁ କିଛି ଆଦ୍ରଯୁକ୍ତ ଖାଦ୍ୟ ସାମଗ୍ରୀ ଖାଇଥାଉ । ୨୦୨୪୦ ସୁଦ୍ଧା ଆମେ ଚନ୍ଦ୍ରକୁ ଯିବୁ ବୋଲି ଶୁଭାଂଶୁ କହିଥିଲେ । ଗଗନଯାନ ମିଶନର ଏବେ କାମ ଚାଲିଛି ।

    ଶୁଭାଂଶୁ ଭାରତୀୟ ବାୟୁସେନା (IAF) ର ଜଣେ ଗ୍ରୁପ୍ କ୍ୟାପ୍ଟେନ୍ ଏବଂ ପରୀକ୍ଷଣ ପାଇଲଟ୍ ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ର ମହାକାଶଚାରୀ । ୨୦୨୫ ଜୁଲାଇରେ ଶୁଭ୍ରାଂଶୁ ପ୍ରଥମ ISRO ମହାକାଶଚାରୀ ଭାବେ ମହାକାଶ ଉଡ଼ାଣ ଆକ୍ସିୟମ ମିଶନ ୪ରେ ଅଂଶଗ୍ରହଣ କରି ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ପରିଦର୍ଶନ କରିଥିଲେ । ରାକେଶ ଶର୍ମାଙ୍କ ଉଡ଼ାଣ ପରେ ମହାକାଶ ଯାତ୍ରା କରିଥିବା ଦ୍ୱିତୀୟ ଭାରତୀୟ ହେଉଛନ୍ତି ଶୁଭ୍ରାଂଶୁ ଶୁକ୍ଳା ।