ଚାଷୀଙ୍କୁ ଦଳି ଦେଲା ଦନ୍ତା 

ଚାଷୀଙ୍କୁ ଦଳି ଦେଲା ଦନ୍ତା 

ଦେବଗଡ : ଦେବଗଡ ରିଆମାଳ ବ୍ଳକରେ ପୁଣି ଦନ୍ତା ଆତଙ୍କ । ଦନ୍ତା ହାତୀ ଅକ୍ରମଣରେ ଚାଲିଯାଇଛି ଆଉଜଣଙ୍କ ଜୀବନ । ଏଭଳୀ ଅଘଟଣ ଘଟିଛି ଦେବଗଡ କୁଣ୍ଢେତଗୋଳା ବନାଞ୍ଚଳ ପଳସମା ସେକ୍ସନ୍‌ ଉଟୁଣିଆ ଗାଁରେ । ଧାନ କାଟିବା ପାଇଁ ବିଲକୁ ଯାଇଥିବାବେଳେ ଦନ୍ତା ତାଙ୍କୁ ଦଳି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ହେଲେ ଦେବଗଡ଼ ରିଆମାଳ ବ୍ଳକ ଉଟିଣିଆ ଗାଁର ହୃଦାନନ୍ଦ ବେହେରା । ଖବର ପାଇ ବନ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।