ଓସିସି ତାଡିଦେଲା ନଦୀ ବନ୍ଧ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ଜଳସମ୍ପଦ ବିଭାଗ ଅଧୀନ କୃଷ୍ଣାନନ୍ଦପୁର ଠାରୁ ପୋଷଲ ମହାନଦୀ ବନ୍ଧ ସୁଦୃଢ଼ୀ କରଣରେ ବ୍ୟାପକ ଅନିୟମିତତା ଦେଖାଦେଇଛି । ଏହି ବନ୍ଧ ହେଉଛି ଧୋୟା ଅଞ୍ଚଳର ୫ ଟି ପଞ୍ଚାୟତର ଜୀବନ ରେଖା କହିଲେ ଅତୁ୍ୟକ୍ତି ହେବନାହିଁ । ଓସିସି ଏହି ନଦୀ ବନ୍ଧକୁ ଟେଣ୍ଡର ନେଇ ଖାଲି ବନ୍ଧ ସହିତ ଖେଳ ଖେଳିନି ହଜାର ହଜାର ଜନସାଧାରଣଙ୍କ ଜୀବନ ସହିତ ଖେଳ ଖେଳିଛି । ଏହି ୭ କିଲୋମିଟର ବନ୍ଧର ଟେଣ୍ଡର ଓଡ଼ିଶା କନଷ୍ଟ୍ରକସନ କର୍ପୋରେସନ ସଂସ୍ଥା (ଓସିସି) ୮ କୋଟିରୁ ଅଧିକ ଅର୍ଥରେ ପ୍ରାପ୍ତ କରିଛି । ଠିକାଦାର ନଦୀବନ୍ଧର ଦୁଇ କଡରେ ଥିବା ବହୁ ପୁରୁଣା ଗଛ କାଟି ନଦୀ ବନ୍ଧ କଡରୁ ବାଲି ମିଶା ମାଟି ତାଡି ବନ୍ଧ କଡରେ ପକାଇଛି । ଦୁଇ କଡରେ ବେଞ୍ଚô କରି ନୂଆ ମାଟି ପକାଇବା ବଦଳରେ ବନ୍ଧ ତାଡି ପକାଇବାରୁ ବନ୍ୟା ଆସିଲେ ବନ୍ଧ ଭାଙ୍ଗିବାର ସମ୍ଭାବନା ରହିଛି । ପୁରୁଣା ବନ୍ଧରୁ ମାଟି ତାଡିବା ଦ୍ୱାରା ବଡ଼ ଗାତ ସୃଷ୍ଟି ହୋଇଛି, ଯାହାଫଳରେ ବନ୍ୟା ଆସିଲେ ବନ୍ୟା ପାଣିରେ ମାଟି ଧସି ହୋଇ ଭାଙ୍ଗିବାର ସମ୍ଭାବନା ରହୁଛି । ଏହି ନଦୀ ବନ୍ଧ ଅଞ୍ଚଳରେ ୫ ଟି ପଞ୍ଚାୟତ ବାସିନ୍ଦା ବସବାସ କରନ୍ତି । ଜଳସମ୍ପଦ ବିଭାଗ ମଣିଜଙ୍ଗା ପକ୍ଷରୁ ଏଭଳି ଅନିୟମିତତା କାର୍ଯ୍ୟ ପାଇଁ ବନ୍ଧର କାମକୁ ବନ୍ଦ କରିବା ସତ୍ୱେ ଠିକାଦାର ଜୋର ଜବରଦସ୍ତ ଏଭଳି ଦୁର୍ନୀତି କରିଛି । ସରକାରଙ୍କ କୋଟି କୋଟି ଟଙ୍କା ଆତ୍ମସାତ କରିବାପାଇଁ ମସୁଧା ଚଳାଇଥିବା ଜନସାଧାରଣ ଅଭିଯୋଗ କରୁଛନ୍ତି । ଟେଣ୍ଡର ମୁତାବକ କୃଷ୍ଣାନନ୍ଦପୁର-ପୋଷଲ ପର୍ଯ୍ୟନ୍ତ ନଦୀ ବନ୍ଧ ପିଚୁ ରାସ୍ତା ନିର୍ମାଣ କରାଯିବ । ସେଥିପାଇଁ ନଦୀ ବନ୍ଧର ଦୁଇ ପାର୍ଶ୍ୱରେ ବେଞ୍ଚô କରାଯାଇ ବାହାରୁ ମାଟି ଆସି ବର କରାଯିବା କଥା । ଆଶ୍ଚର୍ଯ୍ୟର ବିଷୟ ହେଉଛି ବାହାରୁ ମାଟି ଆଣିବା ବଦଳରେ ବନ୍ଧର ଦୁଇ ପାର୍ଶ୍ୱରୁ ବାଲି ମିଶା ମାଟିକୁ ତାଡି ଠିକାଦାର ଓ ଓସିସି କର୍ତ୍ତୃପକ୍ଷ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିବାପାଇଁ ମସୁଧା ଚାଲିଛି । ଓସିସିର ଠିକାଦାର କାର୍ଯସ୍ଥଳ କୁ ନ ଆସି ସ୍ଥାନୀୟ ଅଞ୍ଚଳର ଜନୈକ ଯୁବକ କୁ ଦେଇ ଅଚିନ୍ତାରେ ବସିପଡିଛନ୍ତି । ଏପଟେ ଏହି ବ୍ୟକ୍ତି ଜଣଙ୍କ ବଡ ବଡ ଜେସିବି ମେସିନ ଦ୍ୱାରା ନଦୀ ବନ୍ଧର ଦୁଇ ପାର୍ଶ୍ୱରେ ଥିବା ବଡ ବଡ ଗଛ ଗୁଡିକୁ ଓପାଡି ଫୋଫାଡି ଦେଇଛନ୍ତି । ସ୍ଥାନୀୟ ବାସିନ୍ଦା ଓ ଜନସାଧାରଣଙ୍କ ଅଭିଯୋଗ କ୍ରମେ ମଣିଜଙ୍ଗା ଜଳସମ୍ପଦ ସବ ଡିଭିଜନ ଏସ୍ଡିଓ ପ୍ରତୁ୍ୟଷ ତରାଇ ଓ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ନଦୀ ବନ୍ଧ ପରିଦର୍ଶନ କରି ଓସିସିକୁ ଅବଗତ କରାଇବା ସହିତ ଆଇନି ଗତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଚେତାବନୀ ଦେଇଛନ୍ତି । ନଦୀ ବନ୍ଧ ପୂର୍ବଭଳି କରିବା ପାଇଁ ଦୁଇ କଡରେ ଆବଶ୍ୟକ ଅନୁଯାଇ ବେଞ୍ଚô କରି ବାହାରୁ ମାଟି ଆଣି ପକାଇବା ସହିତ ସୁଦୃଢ କରିବାପାଇଁ ଜନସାଧାରଣ ଦାବି କରିଛନ୍ତି ।