ଜିଲ୍ଲାସ୍ତରୀୟ ବିଶ୍ୱ ରେଡ୍ କ୍ରସ୍ ଦିବସ ପାଳିତ

 ଜଗତସିଂହପୁର : ଜିଲ୍ଲା ଜୁନିଅର୍ ରେଡ୍ କ୍ରସ୍ ସଂଗଠନ ଜଗତସିଂହପୁର ଦ୍ୱାରା ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ୍ କ୍ରସ୍ ଦିବସ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କ ନିଦେ୍ର୍ଦଶ ତଥା ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଜୟନ୍ତ କୁମାର ରାୟଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଜୁନିଅର୍ ରେଡ୍ କ୍ରସ୍ ଅଧିକାରୀ ତ୍ରିଲୋଚନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅତିରିକ୍ତ ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର, ରଜ୍ୟଶ୍ରୀ ସାହୁ ସୁଶାନ୍ତ କୁମାର ମହାନ୍ତି, ପ୍ରଧାନଶିକ୍ଷକ  ମିହିର କୁମାର ପାଲ, ରମାକାନ୍ତ ପତି ପୂର୍ବତନ ପ୍ରଧାନ ଶିକ୍ଷକ  ବିଜୟ କୁମାର ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରେଡ୍ କ୍ରସ୍ର ପ୍ରତିଷ୍ଠାତା ସାର୍ ଜିନ୍ ହେନରୀ ଡୁନାଣ୍ଟଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅପ୍ରଣ କରି ତାଙ୍କର ଜୀବନୀ ଓ କାର୍ଯ୍ୟ ଶୈଳୀ ସମ୍ବନ୍ଧରେ ବକ୍ତବ୍ୟ ମାନ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ଅତୁଲ ବିକ୍ରମ ପ୍ରଧାନ ଅତିଥି ପରିଚୟ ଓ ପ୍ରତାପ କୁମାର ବେହେରା ଧନ୍ୟବାଦ୍ ପ୍ରଦାନ କରିଥିଲେ । ଚଳିତ ବର୍ଷର ଥିମ୍ ଅନ ଦି ସାଇଡି ଅଫ ହୁମାନୀଟି ସମ୍ପର୍କରେ ଆଲୋଚନା କରାଯାଇଥିଲା । 
ଏହି କାର୍ଯ୍ୟ କ୍ରମରେ ପରାମର୍ଶ ଦାତା ଶୁକଦେବ ଜେନା, ଧର୍ମେନ୍ଦ୍ର ଦାସ, ବିଜୟଲକ୍ଷ୍ମୀ ଦାସ, ମଙ୍ଗରାଜ ସାହୁ, ସାରଦା ଅଧିକାରୀ, କାନ୍ତିମତି ସାହୁ, ନିରଞ୍ଜନ ବିଶ୍ୱାଳ,ମିଲନ ଓଝା, ଚିନ୍ମୟୀ ଆଚର୍ଯ୍ୟ ଓ ରୋଜାଲିନ ସାହୁ ପ୍ରମୁଖ ଯୋଗଦେଇ ସେହି ମହାନ୍ ବ୍ୟକ୍ତିତ୍ୱଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଚନ୍ଦନ ବେହେରା ପରିଚାଳନା କରିଥିଲେ ।