ଓଡ଼ିଆ ଓ ଇଂରାଜୀ ବିଭାଗର ଆଲୋଚନାଚକ୍ର 

 ଆସିକା: ଆସ୍କା ବ୍ଲକସ୍ଥିତ ନିମିନା ବୃନ୍ଦାବନଚନ୍ଦ୍ର ମହାବିଦ୍ୟାଳୟ କେନ୍ଦୁପଦରରେ ଓଡ଼ିଆ ଓ ଇଂରାଜୀ ବିଭାଗର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ହରି ଶଙ୍କର ପାଣ୍ଡେ ସଭାପତିତ୍ୱ କରିଛନ୍ତି । ଏହି ପାଠଚକ୍ର ଆଲୋଚନାର ବିଷୟ ଥିଲା "ଅନୁବାଦ ତତ୍ତ୍ୱ ଓ ପ୍ରୟୋଗ ଯାହା ଇଂରାଜୀ ଭାଷାରେ ଇଂରାଜୀ ବିଭାଗରେ ସ୍ନାତକ ପ୍ରଥମ ବର୍ଷର ଛାତ୍ରୀ ସୁଶ୍ରୀ ରିଙ୍କି ରାଣୀ ମୋହିନୀ, ଓଡ଼ିଆ ବିଭାଗର ଛାତ୍ରୀ ସୋନାଲି ପ୍ରଧାନ ଓ କିରଣ କୁମାରୀ ମିଶ୍ର ଉପସ୍ଥାପନ କରିଥିଲେ । ପାଠଚକ୍ରର ସାଧନ ବ୍ୟକ୍ତି ଭାବେ ଉପସ୍ଥିତ ଥିଲେ ଏମ୍ ପିସି ସ୍ୱୟଂଶାସିତ ମହାବିଦ୍ୟାଳୟ, ବାରିପଦା ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ସହାୟକ ପ୍ରାଧ୍ୟାପକ ଦୟାନିଧି ପରିଡା ଓ କାର୍ଯ୍ୟକ୍ରମର  ଇଂରାଜୀ ବିଭାଗର ମୁଖ୍ୟ ପ୍ରଫୁଲ୍ଲ କାଣ୍ଡଗୋରୀ, ଅଧ୍ୟାପିକା ସୂଚିସ୍ମିତା ସାହୁ, ଓଡ଼ିଆ ବିଭାଗର ମୁଖ୍ୟ ଅଧିକାରୀ କୁନା ସୁନା, ଅଧ୍ୟାପିକା ସୁଜାତା ସିଂ, ଅଧ୍ୟାପକ ଅଜିତ କୁମାର ମୁଖି, ପ୍ରଶାସନିକ ଅଧିକାରୀ, ଅଭିଷେକ ବେହେରା, ବିତ୍ତୀୟ ଅଧିକାରୀ ରୁଦ୍ରମାଧବ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।