ଆରମ୍ଭ ହେଲା ଧାନମଣ୍ଡି, ଚାଷୀଙ୍କ ମୁହଁରେ ହସର ଲହରୀ 

 ରାଇଘର: ନବରଙ୍ଗପୁର ଜିଲ୍ଲା ଉପାନ୍ତ ରାଇଘର ବ୍ଲକରେ ଖୋଲିଲା ଧାନ ମଣ୍ଡି, ପୂଜାର୍ଚ୍ଚନା ପରେ ଆରମ୍ଭ ହେଲା ଧାନ କିଣା । ନବରଙ୍ଗପୁର ଜିଲ୍ଲା ସୀମାନ୍ତବର୍ତ୍ତୀ ରାଇଘର ବ୍ଲକ ଧୋଡ୍ରାପାରା ନିକଟସ୍ଥ ଆରଏମ୍ସି ପରିସରରେ ରାଇଘର ଲ୍ୟାମ୍ପସ ପକ୍ଷରୁ ଧାନ ମଣ୍ଡିର ଶୁଭାରମ୍ଭ କରାଯାଇଛି । ମଣ୍ଡି ଖୋଲିବା ଅବସରରେ ରାଇଘର ଲ୍ୟାମ୍ପସ ମେନେଜିଙ୍ଗ ଡିରେକ୍ଟର ନିରାକାର  ରାଉତ ଏହା ଏକ ଗୁରୁତ୍ୱପୂର୍ଣ ଦିନ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଗୁପ୍ତପ୍ରସାଦ ଝାଙ୍କର,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିପିକା ବାରୋଇ, ବ୍ଲକ ଯୋଗାଣ ବିଭାଗ ଅଧିକାରୀ,ବ୍ଲକ, ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ପ୍ରୀତିସ୍ନିଗ୍ଧା ମହାପାତ୍ର, ନବରଙ୍ଗପୁର ସାଂସଦ ପ୍ରତିନିଧି ସୁଦର୍ଶନ ମାଝୀ,ଅତିରିକ୍ତ ଗୋଷ୍ଟି ଉନୟନ ଅଧିକାରୀ ବିଜୟ କୁମାର ସେଠି  ଜିଲ୍ଲା ପରିଷଦ ସଭ୍ୟ ଯତୀନ୍ଦ୍ରନାଥ ଗଣ୍ଡ, ନାନାର ଖରା,ଖଗେଶ୍ୱର ହରିଜନ  ପ୍ରମୁଖଙ୍କ ସହ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଚଳିତ ଖରିଫ ବର୍ଷ ୨୦୨୪-୨୫ ସକାଶେ ଏଫଏ.କିୟୁୁ ଧାନ କୁ୍ୟଣ୍ଟାଲ ପିଛା ୨୩୦୦ ଟଙ୍କା ପ୍ରୋସôାହନ ରାଶି  ୮୦୦ ଟଙ୍କା ବୋନସ ଆକାର ରେ ଟଙ୍କା ପାଇବେ ଚାଷୀ । ରାଇଘର, ମହଣ୍ଡ, ଗୋନା, ଯୋଡିଙ୍ଗା (ବୋରଗାଁ ), ହାଟଭରଣ୍ଡୀ (କରଲାପାରା)ଠାରେ ଧାନ କିଣିବାକୁ ନିର୍ଦ୍ଧାରଣ କରାଯାଇଛି ।ନୂଆ ସରକାର ଆସିବା ପରେ ରାଜ୍ୟରେ ପ୍ରଥମ ଥର ଧାନ ସଂଗ୍ରହ କରାଯାଇଛି, କି ଭଳି ସୁରୁଖୁରୁରେ ଧାନ କିଣା ହେବ ସେ ନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି ଧାନ କିଣାରେ ସ୍ୱଛତା ରହିବ, କଟନୀ ଛଟନୀ ଉପରେ ଗୁରୁତ୍ୱ ଦିଆଯିବ କୋଉ ଭଳି ଧାନର ମାନ ରହିଛି ତାକୁ ମଧ୍ୟ ନିୟଂତ୍ରଣ କରାଯିବ, ବାହାର ରାଜ୍ୟ ବେପାରୀ ଆସିବେ ନାହିଁ ତାକୁ ନେଇ ସ୍ୱଛତା ଅବଲମ୍ବନ କରାଯିବ ବୋଲି କହିଛନ୍ତି ।