ଅସହାୟଙ୍କୁ କମ୍ବଳ ବଣ୍ଟନ

 ଆନନ୍ଦପୁର: ଆନନ୍ଦପୁର ପୌରପରିଷଦ ୭ନମ୍ବର ୱାର୍ଡ ଅନ୍ତର୍ଗତ ବୈତରଣୀ ବିହାରରେ ଅସହାୟ ବ୍ୟକ୍ତିଙ୍କୁ କମ୍ବଳ ବଂଟନ କରାଯାଇଛି । ସ୍ୱର୍ଗତ କାଳନ୍ଦୀ ରଣା ସ୍ମୁତି ସଂସଦ ସଭାପତି ନୟନମଣୀ ରଣାଙ୍କ ସଭାପତିତ୍ୱରେ ଆୟୋଜିତ କମ୍ବଳ ବଂଟନ କାର୍ଯ୍ୟକ୍ରମରେ ୪୦୦ରୁ ଉର୍ଦ୍ଧ ଅସହାୟଙ୍କୁ କମ୍ବଳ ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ପୁତ୍ର ନଟବର, କୃଷ୍ଣଚନ୍ଦ୍ର, ବୋହୁ ଅଞ୍ଜଳୀ, ସ୍ମୁତିମୟୀ, କନ୍ୟା କଳ୍ପନା, ମିନାକ୍ଷୀ, ନାତି ନାତୁଣୀ ଅଂଶୁମାନ, ଅନ୍ୱେଷା, ଅଭିମାନ, ଅଭପିସ୍ପା, ଅଭିଷେକଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।