‘ଓଡ଼ିଶାର କୃଷି ବ୍ୟବସାୟ ସମ୍ଭାବନା’ ସେମିନାର ଉଦ୍ଘାଟିତ

 ଭୁବନେଶ୍ୱର : ଓୟୁଏଟି ଠାରେ ଆଜି ଓୟୁଏଟି ଏବଂ ଆଇଏସ୍ଏଏମ୍ ହାଇଦ୍ରାବାଦ ଆନୁକୂଲ୍ୟରେ  ‘ଓଡିଶାର କୃଷି ବ୍ୟବସାୟ ସମ୍ଭାବନା’ ସେମିନାର ଅନୁଷ୍ଠିତ ହୋଇଛି । ଏହି ସେମିନାର୍କୁ ଉଦ୍ଘାଟିତ କରି ରାଜ୍ୟପାଳନ ଡ. ହରିବାବୁ କମ୍ଭମପାଟି କୃଷିରେ ଅଭାବୀ କ୍ଷେତ୍ରଗୁଡ଼ିକ ଚିହ୍ନଟ କରି ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ନୀତି ନିର୍ଦ୍ଧାରକ, ବୈଜ୍ଞାନିକ ଏବଂ ଗବେଷକମାନଙ୍କୁ ଆହ୍ୱାନ ଦେଇଛନ୍ତି । ରାଜ୍ୟର କୃଷି ଶକ୍ତି ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ  ଓଡିଶାର ଅନନ୍ୟ କୃଷି ଜଳବାୟୁ ପରିସ୍ଥିତି ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରୁ ଜଙ୍ଗଲପୂର୍ଣ୍ଣ ଉଚ୍ଚଭୂମି ପର୍ଯ୍ୟନ୍ତ ଏହା ବିଭିନ୍ନ ପ୍ରକାର କୃଷି ଉଦ୍ୟୋଗ ପାଇଁ ଉପଯୁକ୍ତ । ୫୦ ଶତକଡ଼ାରୁ ଅଧିକ ଜନସଂଖ୍ୟା କୃଷି ଉପରେ ନିର୍ଭର କରୁଥିବାରୁ କୃଷି ବ୍ୟବସାୟ ଗ୍ରାମୀଣ ସମୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଏକ ଶକ୍ତିଶାଳୀ ଇଂଜିନ ଭାବରେ କାର୍ଯ୍ୟ କରିପାରିବ । କୃଷି ପ୍ରକି୍ରୟାକରଣ, ମୂଲ୍ୟବୃଦ୍ଧି, ଶୀତଳ ଶୃଙ୍ଖଳ, ଗୋଦାମ ଏବଂ ରପ୍ତାନୀ ଭିତିକ କୃଷି କ୍ଷେତ୍ରରେ ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ରହିଛି । ଷ୍ଟାର୍ଟ ଅପ୍ ଓଡିଶା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଏଗ୍ରି ବିଜିନେସ୍ ସେଣ୍ଟର ଇତ୍ୟାଦି ସରକାରଙ୍କ ପଦକ୍ଷେପ ସଂପର୍କରେ ରାଜ୍ୟପାଳ ଉଲ୍ଲେଖ କରି ଏହା କୃଷି କ୍ଷେତ୍ରରେ ନବସୃଜନ, ଉଦ୍ୟୋଗୀୟତାକୁ ପ୍ରୋସôାହିତ କରୁଛି ବୋଲି କହିଥିଲେ । ସମାରୋହରେ ଓୟୁଏଟିର ଭାଇସ୍ ଚାନସେଲର ପ୍ରଫେସର ପ୍ରଭାତ ରାଉଳ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଭାଇସ୍ ଚାନସେଲର ପ୍ରଫେସର ବିଧୁଭୂଷଣ ମିଶ୍ର, ଆଇଏସ୍ଏଏମ୍ ସେକ୍ରେଟାରୀ  ଡ. ଟି ସତ୍ୟନାରାୟଣା ବକ୍ତବ୍ୟ ପ୍ରଦାନ କରିଥିଲେ ।