ଓଡ଼ିଶା ଡ୍ରାଇଭର ମହାସଂଘର ବ୍ଲକ୍ ସଭା 

 ନୂଆପଡା : ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଓଡିଶା ଡ୍ରାଇଭର ମହାସଂଘ ଖଡିଆଳ ବ୍ଲକ ଶାଖା ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି ।  ଏହି ସଭାରେ ସଭାପତି ନିର୍ବାଚନ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସଭାକୁ ସୁରେଶ ଦଣ୍ଡସେନା ପରିଚାଳନା କରିଥିବା ବେଳେ  ଜିଲ୍ଲା ସଭାପତି ଜିତୁ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ସଭାରେ ଜିଲ୍ଲା  ଉପ-ସଭାପତି ଗୋକୁଲା ନନ୍ଦ ବାଗ, ଜିଲ୍ଲା ସମ୍ପାଦକ ବୁଲୁ ପଟେଲ, ଜିଲ୍ଲା କୋଷାଧ୍ୟକ୍ଷ ଧବଲେଶ୍ୱର୍ କୁଲଦୀପ, ଜିଲ୍ଲା ଯୁଗ୍ମ- ସମ୍ପାଦକ ନରେଶ ରାଉତ, ବ୍ଲକ ସମ୍ପାଦକ କୀର୍ତ୍ତନ ରାଉତ ରାୟ, ବ୍ଲକ କୋଷାଧ୍ୟକ୍ଷ କିଶୋର ବାଗ, ବ୍ଲକ ଯୁଗ୍ମ ସମ୍ପାଦକ ମଧୁ ଚରଣ ହଂସ,ବ୍ଲକ ଏଡମିନ ମଣ୍ଟୁ ପ୍ରଧାନୀ, ଧନଜୟ ପ୍ରଧାନୀ, ମୁକେଶ ଦୀପ, ଫଗୁନ ଅଦା ପ୍ରମୁଖ ସହାୟତା କରିଥିଲେ । ନୂତନ ବ୍ଳକ କମିଟିରେ ସଭାପତି ଭାବେ ଫଗୁଣ ଅଦା,ଉପ ସଭାପତି ଭାବେ ସୁରେଶ ଚନ୍ଦ୍ର ଦଣ୍ଡସେନା, ସମ୍ପାଦକ କୀର୍ତନ ରାଉତ ରାୟ, ଯୁଗ୍ମ ସମ୍ପାଦକ ଧବଳେଶ୍ୱର ଦୀପ, କୋଷାଧ୍ୟକ୍ଷ କିଶୋର ବାଗଙ୍କୁ ମନୋନୀତ କରାଯାଇଥିଲା  ।