ଜାତୀୟ ଯୁବ ସପ୍ତାହ ୧୧ରୁ ଆରମ୍ଭ
ବ୍ରହ୍ମପୁର : ରାଜ୍ୟର ଅନ୍ୟତମ ଆକର୍ଷଣୀୟ ସାଂସ୍କୃତିକ ମହୋସôବ ଜନସାଧାରଣଙ୍କ ଅନୁରୋଧ କ୍ରମେ ଆସନ୍ତା ନୂତନ ବର୍ଷରେ ଜାତୀୟ ଯୁବ ସପ୍ତାହ ଅବସରରେ ୧୧ ଜାନୁୟାରୀରୁ ୧୬ ଜାନୁୟାରୀ ପର୍ଯ୍ୟନ୍ତ ଖଲିକୋଟ ବିଶ୍ୱବିଦ୍ୟାଳୟ ଖେଳପଡିଆରେ ମହା ସମାହାରରେ ଆୟୋଜନ କରାଯିବ । ପ୍ରତ୍ୟେକ ଦିନ ରାଜ୍ୟସରକାରଙ୍କ ସାଂସ୍କୃତିକ ବିଭାଗ ଦ୍ୱାରା ପ୍ରେରିତ ସମ୍ବଲପୁରୀ, ଧେମସା,ଗୋଟି ପୁଅ, ଛଉ ନୃତ୍ୟ ସହ ଅଞ୍ଚାଲେ ଲୋକ ନୃତ୍ୟ ଓ ସ୍ଥାନୀୟ କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଦକ୍ଷିଣ ଓଡ଼ିଶାର ସାମୁହିକ ବିକାଶ ତଥା ପର୍ଯ୍ୟଟନ ସାଂସ୍କୃତିକ ସ୍ୱାସ୍ଥ୍ୟ ଶିକ୍ଷା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ମାନ୍ୟବର ରାଜ୍ୟପାଳ, ମୁଖ୍ୟ ମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ସାଂସଦ, ବିଧାୟକ, ବରିଷ୍ଟ ଗଣ ମାଧ୍ୟମ ,ସାହିତ୍ୟିକ, ଅଭିନେତା ମାନଙ୍କୁ ବିଭିନ୍ନ ଦିନରେ ଅତିଥି ଭାବେ ନିମନ୍ତ୍ରଣ କରାଯିବାସହ ମହୋସôବ କୁ ପ୍ରସାଶନିକ, ପୋଲିସ, ମହାନଗର ନିଗମ ଓ ସମସ୍ତଙ୍କ ସହୋଜୋଗରେ ଜାତୀୟ ସ୍ତରରେ ପରିଚିତ କରାଯିବ ବୋଲି ଆୟୋଜକ ତଥା ଜାତୀୟସ୍ତରର ବିଶିଷ୍ଟ ସଂଗଠକ ମହାନ୍ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ପ୍ରକାଶ କରିଛନ୍ତି । ବିଭିନ୍ନ କିଷମ ର ୧୫୦ ରୁ ଉର୍ଦ୍ଧ ଷ୍ଟଲ ଖୋଲାଯିବା ସହ ଓଲିଉଡ଼ ବଲିଉଡ କଳାକାରଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯିବା ବୋଲି ରେସ୍ପନ୍ସ ଇଭେଣ୍ଟ ର ପରିଚାଳନା ନିଦେ୍ର୍ଦଶକ ଶ୍ରୀ ରବିଶଙ୍କର ପ୍ରକାଶ କରିଛନ୍ତି । ବ୍ରହ୍ମପୁର ମହୋସôବ ସହର ତଥା ଦକ୍ଷିଣ ଓଡ଼ିଶାର ସ୍ୱାଭିମାନ ଓ ଏହାର ଆୟୋଜନ ରେ ଅଞ୍ଚଳ ର ଅର୍ଥନୀତି ବିକାଶ ସହ ସଂସ୍କୃତି, ପର୍ଯ୍ୟଟନ କଳାକାରର ବିକାଶ ଜଡ଼ିତ ଏଣୁ ଏହାକୁ ସବୁ ସ୍ତରରେ ସମସ୍ତେ ସହୋଯୋଗ କରାଯିବ ବୋଲି ଆଜି ସ୍ଥାନୀୟ ରାଜସ୍ୱ ବଙ୍ଗଳା ସମ୍ମିଳନୀ ପ୍ରକୋଷ୍ଟ ରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଶିଷ୍ଟ ବ୍ୟକ୍ତି ମାନେ ପ୍ରତିଶ୍ରୁତି ଦେଇଥିଲେ । ପୂର୍ବତନ ବିଧାୟକ ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସୁବାସ ମହାରଣା, ପ୍ରମେୟ ଡିଜିଏମ ଶ୍ରୀ ଅମ୍ବିକା ଦାସ, ଗଞ୍ଜାମ ବାର ଏସୋଷିଏସନ୍ ସଭାପତି ନୟନ ମହାପାତ୍ର, ବବିତା ପାତ୍ର, ବଦ୍ରିନାଥ ପାତ୍ର, ଦଣ୍ଡପାଣି ନାୟକ, ପି ବୁଚି ବାବୁ, ଲୋକନାଥ ମିଶ୍ର, ସୁଭାଷିନୀ ପଟ୍ଟନାୟକଙ୍କ ସମେତ ବହୁ ସାମ୍ବାଦିକ, ସଂଗଠକ, ବିଶିଷ୍ଟ ନାଗରିକ ମାନେ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ମହାନ୍ ସଂଘ ସାଧାରଣ ସଂପାଦକ ପ୍ରସାନ୍ତ ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଲେ ମହୋସôବ ସମ୍ପାଦକ ଗୋପାଳ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଚିତ ରଞ୍ଜନ ପ୍ରଧାନ, ଡ ସନ୍ଧ୍ୟାରଣି ପଟନାୟକ, ଶିବରାମ ଚଉଧୁରୀ, ଶ୍ରୀକାନ୍ତ ସାବତ, ସସ୍ମିତା ମିଶ୍ର, ସାଧନା ପାଢ଼ୀ, ନିବେଦିତା ପାଢ଼ୀ, ମନୁ ପାଢ଼ୀ, ବିଭୂତି ସାବତ, ପ୍ରଦୀପ ଚୌଧୁରୀ, ଅନନ୍ତ ପ୍ରଧାନ, ନାରାୟଣ ମହାକୁଡ଼, ଅନିଲ ପାତ୍ର, ନମିତା ରାଣୀ ରାଉତ, ସସ୍ମିତା ଶର୍ମା, ଦେବିପ୍ରଭା ରଥ, ସୁଡ଼ିପା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶତାଧିକ ବୁଦ୍ଧି ଯିବି ଯୋଗଦେଇ ବ୍ରହ୍ମପୁର ମହୋସôବ ସଫଳ କାମନା କରିଥିଲେ । ଶେଷରେ ସହ ସମ୍ପାଦକ ପ୍ରକାଶ ବଜନି ଧନ୍ୟବାଦ୍ ପ୍ରଦାନ କରିଥିଲେ ।