କଟକ ବିଶୃଙ୍ଖଳାକୁ ନେଇ ଭର୍ତ୍ତୃହରି ମହତାବଙ୍କ ବଡ଼ ବୟାନ

କଟକ ବିଶୃଙ୍ଖଳାକୁ ନେଇ ଭର୍ତ୍ତୃହରି ମହତାବଙ୍କ ବଡ଼ ବୟାନ

କଟକ : ସାମ୍ପ୍ରତିକ ସମୟରେ କଟକ ସହରରେ ବିଶୃଙ୍ଖଳାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ଏମପି ଭର୍ତ୍ତୃହରି ମହତାବ । ସେ କହିଛନ୍ତି ଯେ, କିଛି ଅସାମାଜିକ ବ୍ୟକ୍ତି ଜେଲରୁ ମୁକୁଳି ଆସି ଏହି ବିଶୃଙ୍ଖଳା ସୃଷ୍ଟି କରିଛନ୍ତି । କିଛି ଲୋକ ଏହି ଅସାମାଜିକ ବ୍ୟକ୍ତିଙ୍କୁ ଉସୁକାଇ ଏପରି ଘଟଣା ଘଟାଇଛନ୍ତି । ମହତାବ ଆହୁରି ମଧ୍ୟ କହିଛନ୍ତି, “ମୋ ପାଖରେ ଯେଉଁ ସୂଚନା ଥିଲା, ତାହା ମୁଁ ପୂର୍ବରୁ ଜଣାଇ ଦେଇଥିଲି। କିଛି ଲୋକଙ୍କର ବଦମାସି କରିବାର ଅଭ୍ୟାସ ରହିଛି, ଯାହାଙ୍କୁ ଆଗରୁ ଚିହ୍ନଟ କରିବା ଦରକାର ଥିଲା" । ସରକାର ନେଉଥିବା କଠୋର କାର୍ଯ୍ୟାନୁଷ୍ଠାନ ଶାନ୍ତି ଫେରାଇ ଆଣିବ ବୋଲି ସେ କହିଛନ୍ତି ।