କୋହଳ ହେଲା କଟକରେ କର୍ଫ୍ୟୁ
ଭାଇଚାରାର ସହର କଟକରେ କର୍ଫ୍ୟୁ କୋହଳ କରାଯାଇଛି । ଆଜି ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ରହିଥିଲା । ବର୍ତ୍ତମାନ କର୍ଫ୍ୟୁ କୋହଳ କରାଯାଇଛି । ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ ଲାଗିଥିଲା କର୍ଫ୍ୟୁ ଲାଗିଥିଲା ।
କର୍ଫ୍ୟୁ ହଟିବା ପରେ ସହରରେ ଜୀବନଯାତ୍ରା ସ୍ୱାଭାବିକ ହେଉଛି । ହିଂସାକାଣ୍ଡ ଘଟଣାରେ ୨୦୦ ଜଣଙ୍କ ନଁାରେ ମାମଲା ରୁଜୁ ହୋଇଥିବାବେଳେ ୪୨ରୁ ଊର୍ଦ୍ଧ୍ବ ଅଭିଯୁକ୍ତଙ୍କୁ ପୁଲିସ ଚୌଦ୍ବାର, ସିଡିଏ ଫେଜ୍-୨, ନନ୍ଦନକାନନ ଓ ବାରଙ୍ଗ ଥାନାରେ ଅଟକ ରଖିଛି। ଇତିମଧ୍ୟରେ ୩ଟି ମାମଲା ରୁଜୁ କରାଯାଇ ୮ଜଣଙ୍କୁ ଗିରଫ କରାଯାଇଛି।