କଥାଦେଇ କଥା ରଖିଲେ ମୋହନ ସରକାର : ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ବର୍ଦ୍ଧିତ ଭତ୍ତା ବଣ୍ଟନ

 ଗୋପ/ନିମାପଡ଼ା  : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ କରକମଳରେ ଗୋପ ଅଞ୍ଚଳରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ସହିତ ବର୍ଦ୍ଧିତ ଭତ୍ତା ବଣ୍ଟନ ହୋଇଥିଲା । ଗୋପ ପଞ୍ଚାୟତ ସମିତି  କାର୍ଯ୍ୟାଳୟରେ ନୂତନ ଭତ୍ତା ସହିତ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଇଥିଲା  । ଏଥିରେ ଶ୍ରୀମତୀ ପରିଡା ଯୋଗ ଦେଇଥିବାବେଳେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ, ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ରାୟ, ସୁଶାନ୍ତ କୁମାର ସ୍ୱାଇଁ ଜଗତସିଂହପୁର ସାଂସଦଙ୍କ ଗୋପ ବ୍ଲକ ପ୍ରତିନିଧି ଛବିରାଣୀ ସାହୁ, ବିଡ଼ିଓ ମିନାକ୍ଷୀ ସାହୁ, ସିଡିପିଓ ମମତା ଜେନା, ଜନାର୍ଦ୍ଦନ ପାଢ଼ୀ, ବିଭୁଦତ୍ତ ପାତ୍ର, ଶିବପ୍ରସାଦ ସ୍ୱାଇଁ ପ୍ରଭୃତି ବ୍ୟକ୍ତି ବିଶେଷମାନେ ଯୋଗ ଦେଇଥିଲେ  । ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ୧୯୩ ଜଣ ନୂତନ ଭାବେ ଚୟନ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ୧୩୧ ଜଣ ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ହିତାଧିକାରୀଙ୍କୁ ୩୫୦୦ ଟଙ୍କାର ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଛି । ମୋହନ ସରକାର ୮୦ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୮୦ ଭାଗରୁ ଅଧିକ ଦିବ୍ୟାଙ୍ଗମାନଙ୍କ ସାମାଜିକ ସୁରକ୍ଷା ଭତ୍ତା ମାସିକ ୩୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି  ।
ବରିଷ୍ଠ ନାଗରିକ, ବିଧବା ଓ ଅସହାୟ ଲୋକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ମୋହନ ସରକାରରଙ୍କ ପ୍ରାଥମିକତା ଦେଉଛନ୍ତି  । ସମସ୍ତ ଯୋଗ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସାମାଜିକ ସୁରକ୍ଷା ପ୍ରଦାନ କରାଯିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଗୋପ ବ୍ଲକରେ ପ୍ରାୟ ୨୫୦୦ ସାମାଜିକ ସୁରକ୍ଷା ପାଉଥିବା ହିତାଧିକାରୀମାନେ ଉପକୃତ ହୋଇଛନ୍ତି  । ଏହି ଅବସରରେ କିଛି ଦିବ୍ୟାଙ୍ଗ ଭାଇ ଓ ଭଉଣୀମାନଙ୍କୁ ହୁଇଲ ଚେୟାର ଏବଂ ଶ୍ରବଣ ଯନ୍ତ୍ର ଆଦି ପ୍ରଦାନ କରିଥିଲେ  । ଗୋପ ବ୍ଲକର ନାଗପୁର ଠାରେ ମିଶନ ଶକ୍ତିଗୃହର ଶିଳାନ୍ୟାସ ମଧ୍ୟ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଏହି ଗସ୍ତ ସମୟରେ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଗ୍ରୀନ କରିଡର ମଧ୍ୟରେ କୋଣାର୍କ ନିମାପଡା ରାସ୍ତାକୁ ଛଅ ଥାକିଆ ରାସ୍ତା ନିର୍ମାଣ କରାଯିବ  । ଏହା ଦ୍ୱାରା ଏହି ରାସ୍ତାରେ ଯାତାୟତ ସୁଗମ ହେବ । ଏହି ପ୍ରକଳ୍ପ ପାଇଁ ୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ । 
ଗୋପ ପଞ୍ଚାୟତସ୍ତରୀୟ ମହିଳା ସଂଘ ଭବନ ନିର୍ମାଣ ନିମନ୍ତେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନରେ ଯୋଗଦେଥିଲେ । ଏହି ପ୍ରକଳ୍ପ ପାଇଁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚର ବ୍ୟୟ ବରାଦ ହୋଇଛି । ତମ୍ପାଳ ଠାରୁ ଗୋପ ପର୍ଯ୍ୟନ୍ତ ଏକ ରାସ୍ତାର ନବୀକରଣ ନିମନ୍ତେ ଶିଳାନ୍ୟାସ କରାଯାଇଥିଲା ।