ଗଣେଶ ପୂଜା ନେଇ ଚଳଚଞ୍ଚଳ ମୂର୍ତ୍ତି କାରିଗର
ାା ପ୍ରଭାନୁ୍ୟଜ ।ା ତାଳଚେର: ତାଳଚରର ଗଣପର୍ବ ଓଡ଼ିଶାର ପ୍ରସିଦ୍ଧ ତାଳଚେର ଗଣେଶ ପୂଜାରେ ଘର ଠାରୁ ଆରମ୍ଭ କରି ଶିକ୍ଷା ଅନୁଷ୍ଠାନ ସହିତ ସମସ୍ତ ଅନୁଷ୍ଠାନ ପ୍ରତିଷ୍ଠାନରେ ପୂଜା ପାଇବେ ଗଜାନନ । ଆଉ କିଛି ଦିନ ଗଣେଶ ପୂଜା ବାକି ରହିଥିବାବେଳେ ଏବେ ମୂର୍ତ୍ତିକାରିଗର ଓ ସାଜସଜ୍ଜାଙ୍କର ଜୋରସୋର ଉଦ୍ୟମ ଜାରି ରହିଛି । ସାଜସଜ୍ଜା, ଲାଇଟ୍ କାରିଗର ଚଳିତବର୍ଷ ଦୁଇ ପଇସା ଅଧିକ ଲାଭ ପାଇବେ ବୋଲି ଆଶାବାନ୍ଧି ବସିନ୍ତି । ଏଠାରେ ବିଭିନ୍ନ ଅନୁଷ୍ଠାନ ଓ ପ୍ରତିଷ୍ଠାନ ପକ୍ଷରୁ ଛୋଟରୁ ବଡ଼ ପର୍ଯ୍ୟନ୍ତ ଶହେରୁ ଅଧିକ ପୂଜାମଣ୍ଡମରେ ପୂଜା ପାଇବେ ପ୍ରଭୁଗଜାନନ । ଏହି ପରିପ୍ରେକ୍ଷୀରେ ଓଡ଼ିଆ ଓ ବଙ୍ଗାଳୀ ମୂର୍ତ୍ତି କାରିଗର ଭିନ୍ନ ଭିନ୍ନ ସମୟରେ ଦିନରାତି ଏକ କରି ମୂର୍ତ୍ତି ନିର୍ମାଣରେ ଲାଗି ପଡ଼ିଛନ୍ତି । ଏପରିକି ବାହାର ଜିଲ୍ଲା ଗୁଡ଼ିକରୁ ମଧ୍ୟ ଏଠାକୁ ଆସି ମୂର୍ତ୍ତି ନେଇଥାନ୍ତି ବୋଲି ମୂର୍ତ୍ତି କାରିଗରମାନେ ପ୍ରକାଶ କରିଛନ୍ତି । ତେବେ ଚଳିତ ବର୍ଷ ଯଦି ପାଗ ଅନକୂଳ ରୁହେ ତେବେ ଦୋକାନୀ ବ୍ୟବସାୟୀଙ୍କ ସମେତ ଅନ୍ୟ ବେପାରୀଙ୍କର ଭଲ ଦି’ପଇସା ରୋଜଗାର ହେବ ବୋଲି କୁହାଯାଉଛି ।