ପଟ୍ଟାମୁଣ୍ଡାଇରେ ଶିବରାତ୍ରୀ ଓ ଜାଗରଯାତ୍ରା ପାଳିତ

 ପଟ୍ଟାମୁଣ୍ଡାଇ  : ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ବିଭିନ୍ନ ମହାଶିବରାତ୍ରି ଓ ଜାଗର ଯାତ୍ରା ପାଳିତ ହୋଇଯାଇଛି  । ପ୍ରସିଦ୍ଧ ଶୈବ ପୀଠ ଚନ୍ଦନନଗର ଚନ୍ଦ୍ରମଉଳି ପୀଠରେ ଜନଗହଳି ଦେଖିବାକୁ ମିଳିଥିଲା  । ପୂଜକ ପଣ୍ଡାମାନଙ୍କ ଦ୍ୱାରା ପ୍ରଭୁ ଚନ୍ଦ୍ରମଉଳି ମହାଦେବଙ୍କ ପୂଜାର୍ଚ୍ଚନା କରାଯାଇଥିଲା  । ପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତୁ୍ୟଷରୁ ରାତ୍ରି ପର୍ଯ୍ୟନ୍ତ  ଶହ ଶହ ଶ୍ରଦ୍ଧାଳୁ ଦୀପ ଜାଳି ଆଶୀର୍ବାଦ ଭିକ୍ଷା କରିଥିଲେ  । ସେହିପରି ପୋଖରୀଆପଡା ହରପାର୍ବତୀ ମନ୍ଦିର ମୁଖ୍ୟ ପୂଜକ କାଉନସିଲର ମୃତୁ୍ୟଞ୍ଜୟ ପାଢ଼ୀ ପୂଜାର୍ଚ୍ଚନା କରିଥିଲେ  । ପ୍ରଭୁ ହରପାର୍ବତୀଙ୍କ ଦର୍ଶନ ପାଇଁ ପ୍ରତୁ୍ୟଷରୁ ରାତ୍ରି ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା  । ଏପରିକି ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ ହୋଇ ଧାଡିରେ ଭକ୍ତ ମାନଙ୍କୁ ଦିଅଁ ଦର୍ଶନ କରାଇଥିଲେ  । ଏଇ ଅବସରରେ ପଟ୍ଟାମୁଣ୍ଡାଇ କସ୍ତୁରୀ କଳା ନିକେତନ ଓ କେନ୍ଦ୍ରାପଡ଼ା ଭାବଗ୍ରାହୀ କଳା ନିକେତନ କଳାକାରମାନେ ଭଜନ ପରିବେଷଣ କରିଥିଲେ  । ରାଧାରମଣ ମଠରେ ଥିବା ଗୋପେଶ୍ୱର ମହାଦେବ ମନ୍ଦିରରେ ମହାଶିବରାତ୍ରି  ମହନ୍ତ ଅସୀମାନନ୍ଦ ଦାସ ମହାରାଜଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା  । ଏହା ଛଡା ବେଳତଳର ବେଳେଶ୍ୱର ମହାଦେବ ମନ୍ଦିର, ରାମେଶ୍ୱର ମହାଦେବ ମନ୍ଦିରରେ ମୁଖ୍ୟ ପୂଜକ ନବକିଶୋର ପଣ୍ଡାଙ୍କଦ୍ୱାରା ପୂଜାକରଯାଇଥିଲା  । ପୋଖରିଆପଡାର ପତିତପାବନଜୀଉ ମନ୍ଦିରରୁ ଶୋଭାଯାତ୍ରାରେ ଆସି ଥାନା ପରିସରରେ ଥିବା ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ମନ୍ଦିରରେ ହରିହର ଭେଟ ହୋଇଥିଲା  । କଷଣଅଣ୍ଟା ଲକ୍ଷେଶ୍ୱର ମହାଦେବ ମନ୍ଦିର, ଅଣ୍ଢରା, ଅମୃତମଣୋହି, ବଲୁରିଆ, ପେଣ୍ଠପାଳ, ତରଡ଼ିପାଳ, ଅଳପୁଆ, ସିଂହଗାଁ, ଶ୍ରୀରାମପୁର ନରସିଂହପୁର, ଡିହାପଡା, ବଡ଼ମୂଳବସନ୍ତ, ଅରଡ଼ପଲ୍ଲୀ, ଡାମରପୁର, ଶାସନ, ସଂସାରପାଳ, ଔପଦା, ବିଲିକଣା, ଖଣତା, ବଡ଼ପଡା, ବଡ଼ମୋହନପୁର, ଦିହୁଡିପୁର, ସାନଜରିଆ, ଗଙ୍ଗାରାମପୁର, ଖଡ଼ିଅଣ୍ଟା, କଖାରୁଣୀ ଆଦି ବିଭିନ୍ନ ପଞ୍ଚÿାୟତ ଓ ପୌରାଞ୍ଚଳର ବାଲିପଡ଼ା, ତନୁପୁର, ଷଣ୍ଢପଲ୍ଲୀ, ମାଟିଆ, ବକ୍ତାରପୁର, ତାତନା ଆଦି ବିଭିନ୍ନ ଗ୍ରାମରେ ଥିବା ଶିବ ମନ୍ଦିରରେ ମହାଶିବରାତ୍ରି ପାଳିତ ହୋଇଯାଇଛି  ।