କଳିଙ୍ଗନଗରରେ ଛାଇଗଲେଣି ବାଂଲାଦେଶୀ ରୋହିଙ୍ଗୀୟା 


ାା ପ୍ରଭାନୁ୍ୟଜ ।ା ଦାନଗଦୀ: ଦିନକୁ ଦିନ ବାଂଲାଦେଶୀ ରୋହିଙ୍ଗିୟା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଛାଇ ହୋଇ ଗଲେଣି । ଶିଳ୍ପାଞ୍ଚଳର କାମ କରିବା ସହ ପାର୍ଶ୍ୱବର୍ତ୍ତୀ ଗାଁ ଗୁଡିକରେ ନିଜର ବେପାର ବଢାଇବାରେ ଲାଗିଗଲେଣି ଏହି ଅନୁପ୍ରବେଶକାରୀ । ବାଂଲାଦେଶରେ ଏବେ ପରିସ୍ଥିତି ଭୟଙ୍କର ହିନ୍ଦୁ ମାନଙ୍କ ଉପରେ ଏକଥନୀୟ ଅତ୍ୟାଚାର ଧନ ଜୀବନ ନଷ୍ଟ କରୁଛନ୍ତି ।  ଓଡିଶାରେ ଦୀର୍ଘ ଦିନ ହେବ ଭୋଟ ବ୍ୟାଙ୍କ ବୃଦ୍ଧି କରିବା ଲୋଭରେ ନେତା ମାନଙ୍କର ଭୂଲ ପାଇଁ ଆଜି ସବୁଆଡେ ଭର୍ତ୍ତି ହେଲାଣି ରୋହୀଙ୍ଗିୟା । ଯାଜପୁର ଜିଲାର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ହେଲା କଳିଙ୍ଗନଗର ଶିଳ୍ପାଞ୍ଚଳ । ଦିନକୁ ଦିନ ବାହାରୁ ଆସୁଥିବା ଲୋକଙ୍କ ସଂଖ୍ୟା ଆଶାତିତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।  କିନ୍ତୁ ଏହି ଅଞ୍ଚଳରେ ବାଂଲାଦେଶୀ ରୋହିଙ୍ଗା ଏତେ ସଂଖ୍ୟାରେ ବଢ଼ି ଗଲେଣି ଏସବୁ ଦେଖିଲେ ମନରେ ସ୍ୱତଃ ଆଶଙ୍କା ସୃଷ୍ଟି ହେଉଛି, ଗାଁ ଗଣ୍ଡାରେ ଫେରିବାଲା ବାଇକ ପଛରେ ବିଭିନ୍ନ ପ୍ରକାର ଫେରି ଜିନିଷ ଧରି ବେପାର କରୁଛନ୍ତି । ବିଭିନ୍ନ ପ୍ରକାର ଡ୍ରେସ, ହରେକ ମାଲ, ବାସନକୁସନ, ପ୍ରଶାଧାନ ସାମଗ୍ରୀ, ମୁଣ୍ଡ କେଶ, ପ୍ଲାଷ୍ଟିକ ଜିନିଷ, ଭଙ୍ଗାଲୁହା ସବୁ ବେପାରୀ ଏମାନେ । କଳିଙ୍ଗନଗରରେ ଏମାନଙ୍କ ଅନୁପ୍ରବେଶ ପରେ ସ୍ଥାନୀୟ ବେପାରୀ ଚିନ୍ତାରେ । ସେମାନଙ୍କ ବେପାର କମିଗଲାଣି, କାରଣ ଏହି ରୋହିଙ୍ଗୀୟ ମାନେ ଗାଁର ଗଳିକନ୍ଦୀରେ ପଶି ଘରେ ଘରେ ବୁଲି ଜିନିଷ ବିକିଲେଣି । ପ୍ରଥମେ ସ୍ଥାନୀୟ ବେପାରୀ ଗୁରୁତ୍ୱ ଦେଉ ନ ଥିଲେ ଏବେ ଏହି ବାଂଲାଦେଶୀଙ୍କ ବେପାରୀଙ୍କ ସଂଖ୍ୟା ଏତେ ବଢ଼ି ଗଲାଣି ଯେ ସମସ୍ତେ ମୁଣ୍ଡରେ ହାତ ଦେଲେଣି । କଳିଙ୍ଗନଗର ଦିନକୁ ଦିନ ଏମାନଙ୍କ ସଂଖ୍ୟା ବଢୁଛି କାହିଁକି? କିଛି ଦିନ ରହିଲା ପରେ ସରକାରୀ ଜାଗା କିଣି ଘର କଲେଣି । ଆଉ କିଛି ଜାଗାରେ ଏମାନେ ଏକାଠି ହୋଇ ବସ୍ତି ତିଆରି କଲେଣି । ନେତା ମାନେ ଭୋଟ ଲୋଭରେ ଏମାନଙ୍କୁ ସୁରକ୍ଷା ଦେବା ସହ ଏମାନଙ୍କ ଆଧାର ଭୋଟର କରିଦେଉଛନ୍ତି । ସ୍ଥାନୀୟ ବ୍ୟବସାୟୀଙ୍କ ବେପାର କମାଇ ପଙ୍ଗୁ କରାଇବା ପାଇଁ ଏମାନଙ୍କର ଏକ ଜଘନ୍ୟ ଷଡଯନ୍ତ୍ର କଲେଣି । ଏକାଠି ହୋଇ ଧୀରେ ଧୀରେ ପ୍ରେସର କୁକର, ଗ୍ୟାସଚୁଲା, ଇଣ୍ଡକ୍ସନ ଚୁଲା ସହ ସହ କଳିଙ୍ଗନଗରରେ ଥିବା ସମସ୍ତ ଛକ ବଜାରରେ ଦୋକାନ କଲେଣି । କେବଳ ସେତିକି ନୁହେଁ କଳିଙ୍ଗନଗରରେଯେତିକି ଗୃହ ନିର୍ମାଣ ସହିତ ଅଟୋମୋବାଇଲ ବ୍ୟବସାୟରେ ପଶିଗଲେଣି ବାଂଲାଦେଶୀ ରୋହୀଙ୍ଗିୟା । ସମସ୍ତେ ବଙ୍ଗଳାରେ କଥା ହେବା ସହ ଓଡ଼ିଆ ବୁଝିଲେଣି ଧୀରେ ଧୀରେ ଓଡ଼ିଆ କହିଲେଣି ମିଛ ଗ୍ୟାରେଣ୍ଟି ଦେଇ ଧୁମ ଲୁଟୁଛନ୍ତି । ଯଦି ଜିଲା ପ୍ରଶାସନ ଏମାନଙ୍କ ଉପରେ ଅଙ୍କୁଶ ନ ଲଗାଏ କି ସ୍ଥାନୀୟ ଲୋକ ସଚେତନ ନ ହୁଅନ୍ତି ତାହାଲେ ଆଉ କିଛି ବର୍ଷ ପରେ କଳିଙ୍ଗନଗରକୁ ମିନି ବାଂଲାଦେଶ କରିଦେବେ ବୋଲି ଆଲୋଚନା ହେଉଛି । ରୋହିଙ୍ଗା ମାନେ ସ୍ଥାୟୀ ବାସିନ୍ଦା ହେବା ପାଇଁ ଯେଉଁ ଯୋଜନା କରି ଚକର ଆରମ୍ଭ କରିଦେଇଛନ୍ତି । ଏହାକୁ ରୋକା ନଯାଏ ତେବେ ନେଡି ଗୁଡ କହୁଣୀକୁ ବୋହିଯିବ । କଳିଙ୍ଗନଗରରେ ଯେପରି ସରକାରୀ ଜାଗାକୁ ଜବର ଦଖଲ କରି ଚାଲିଛନ୍ତି ତାହା ଉପରେ କିନ୍ତୁ ଜିଲ୍ଲା ପ୍ରଶାସନ, ପୁଲିସର ନଜର ପଡ଼ୁନି କିପରି? ପ୍ରଶାସନ ଯଦି ନଚେତେ କଳିଙ୍ଗନଗରରେ ଆଗକୁ ଭୟଙ୍କର ପରିସ୍ଥିତି ଉପୁଜିବା ଆଶଙ୍କାକୁ କଦାପି ଏଡାଇ ଦିଆଯାଇ ନପାରେ ।