ସଚ୍ଚିଦାନନ୍ଦ ପରିଡାଙ୍କ ଏକାଦଶାହରେ ସ୍ମୃତିସଭା
ନାଉଗାଁ : ନାଉଗାଁ ଅଞ୍ଚଳର ନେତା ସଚ୍ଚିଦାନନ୍ଦ ପରିଡାଙ୍କ ଏକାଦଶ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଛି । ଏହି ସଭା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଛି । ଉପସ୍ଥିତ ଅତିଥିଙ୍କ ଦ୍ୱାରା ତାଙ୍କ ଫଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ । ପରବର୍ତ୍ତୀ ସଭା ସମୟରେ ଶ୍ରୀ ପରିଡାଙ୍କ ଅମାୟିକ ବ୍ୟକ୍ତିତ୍ୱ, ବହୁମୁଖୀ ପ୍ରତିଭା, ନିଷ୍ଠାପର ସେବା ଓ ତାଙ୍କ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିଥିବେ ବୋଲି ବରଣ୍ୟ ଅତିଥି ମତବ୍ୟକ୍ତ କରିଥିଲେ । ଏଥିରେ ଅତିଥି ଭାବେ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ବେହୁରା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିଚିତ୍ରାନନ୍ଦ ଲେଙ୍କା, ପୂର୍ବତନ ପୌରଧ୍ୟକ୍ଷ ବିପ୍ଳବ ଚୌଧୁରୀ, ପୂର୍ବତନ ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଜଗନ୍ନାଥ ଦାସ, ଉପାଧ୍ୟକ୍ଷ ସୁଜିତ ପୁହାଣ, କମ୍ରେଡ ସୁବାଷ ସ୍ୱାଇଁ, ନାଗରିକ ଅକ୍ଷୟ ସାହାଣୀ, ଅଧ୍ୟାପକ କାଳନ୍ଦୀ ସାହୁ ସ୍ମୃତିଚାରଣ କରିଥିଲେ । ତାଙ୍କ ସ୍ମୃତି ଉଦେ୍ଦଶ୍ୟରେ "ପିତୃ ତର୍ପଣ’ ନାମକ ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା । ସଭାକୁ ସୁକାନ୍ତ ଲେଙ୍କା ସଂଯୋଜନା କରିଥିଲା ବେଳେ, ନିରଞ୍ଜନ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।