୭ରୁ ୧୬ତମ ଜାତୀୟ ନୀଳାଚଳ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ

 ପୁରୀ  : ଆସନ୍ତା ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୫ଦିନିଆ ୧୬ତମ ଜାତୀୟ ସ୍ତରୀୟ ନୀଳାଚଳ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଜଗନ୍ନାଥ ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ହେବ । ପାୟୋନିୟର କ୍ଲବ ପକ୍ଷରୁ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟକୁ କ୍ଲବର ଜଣେ ବିଶିଷ୍ଟ ସଦସ୍ୟ ଓ ପୁରୀ କ୍ରୀଡ଼ା ସଂସଦର ପୂର୍ବତନ କ୍ରିକେଟ ସଚିବ ସ୍ୱର୍ଗତ ଜଗଦିଶ ଚନ୍ଦ୍ର ରାଉତରାୟଙ୍କ ସ୍ମତିରେ ଉସôର୍ଗ କରାଯାଇଛି ବୋଲି ନୀଳାଚଳ ଟ୍ରଫିର ସଂପାଦକ ହରେଶ କୁମାର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମିଶ୍ର କହିଥିଲେ ଯେ ପ୍ରତି ପାଶ୍ୱର୍ରେ ୨୦ଓଭର ଖେଳାଯିବ । ଟୁର୍ଣ୍ଣମେଣ୍ଟରେ କୋଲକାତାରୁ ଗୋଟିଏ, ଝାଡ଼ଖଣ୍ଡରୁ ଗୋଟିଏ, ଭୁବନେଶ୍ୱରରୁ ୨ଟି, କଟକରୁ ୨ଟି, ରାଉରକେଲାରୁ ଗୋଟିଏ ଓ ପୁରୀରୁ ଗୋଟିଏ ଦଳ ଅଂଶଗ୍ରହଣ କରିବେ । କ୍ରିକେଟ ଖେଳ ଦେଖିବା ପାଇଁ କୌଣସି ପ୍ରବେଶ ଶୁଳ୍କ ନାହିଁ । ଖେଳାଳୀମାନଙ୍କ ପାଇଁ ରହଣି, ଯାତାୟତ ଖର୍ଚ୍ଚ ପାୟୋନିୟର କ୍ଲବ ବହନ କରିବ । ଚମ୍ପିୟାନ ଦଳକୁ ୫୦ହଜାର ଟଙ୍କା, ଧାବନକାରୀଙ୍କୁ ୩୦ହଜାର ଟଙ୍କା, ମ୍ୟାନ ଅଫ ଦି ସିରିଜଙ୍କୁ ୫୦୦୦ଟଙ୍କା, ମ୍ୟାନ ଅଫ ଦି ମ୍ୟାଚ୍ଙ୍କୁ ୩ହଜାର ଟଙ୍କା, ମ୍ୟାନ ଅଫ ଦି ମ୍ୟାଚ୍ (ଲିଗ ମ୍ୟାଚ୍) ୨୦୦୦ଟଙ୍କା, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ଶ୍ରେଷ୍ଠ ବୋଲର ଏବଂ ଶ୍ରେଷ୍ଠ କ୍ଷେତ୍ର ରକ୍ଷକଙ୍କୁ ୫୦୦୦ ଟଙ୍କା ଲେଖାଏଁ ଅର୍ଥ ପୁରସ୍କାର ପ୍ରଦାନ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କମିଟି ସଦସ୍ୟ ରାଜେଶ ମିଶ୍ର, ଯୁଗ୍ମ ସଂପାଦକ ଅଗ୍ନି ଋଷି ରାୟ, ଟ୍ରଫିର ଉପସଭାପତି ସଞ୍ଜୀବ ଦଇତାପତି, କମିଟି ସଦସ୍ୟ ଶକ୍ିପ୍ରସନ୍ନ ନାୟକ, ଆଶିଷ କୁମାର ଶତପଥୀ, ଅମ୍ବିକା ପ୍ରସାଦ ଦାସ, ସୁମନ ମିଶ୍ର, ଦେବକାନ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।