ବ୍ୟାପୁଛି ଡାଇରିଆ, ଲୋକେ ଭୟଭୀତ
ାା ପ୍ରଭାନୁ୍ୟଜ୍ ।ା ପାପଡାହାଣ୍ଡି: ନବରଂଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଗାଦବାକତ୍ରା ପଂଚାୟତ ଅନ୍ତର୍ଗତ ରଙ୍ଗମାଟିଗୁଡ଼ା ଗାଁ ରେ ୧୦ଦିନ ହେଲା ଡାଇରିଆ ବ୍ୟାପିବାରେ ଲାଗିଛି । ବର୍ତ୍ତମାନ ଗାଁର ୧୩ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ଗାଁର ପଦ୍ମା ମୁଦୁଲି, ଆସମତି ମୁଦୁଲି , ଗବର ମୁଦୁଲି , ବଳି ମୁଦୁଲି , ବେଲୋ ମୁଦୁଲି , ଧନୁ ମୁଦୁଲି, ବୃନ୍ଦା ମୁଦୁଲି, ଧସମତି ମୁଦୁଲି, ରୁକ ମୁଦୁଲି, ଚଞ୍ଚଳା ମୁଦୁଲି, ମିଛାୟ ମୁଦୁଲି , ତୁଲସା ମୁଦୁଲି , ରତନା ମୁଦୁଲି ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତ ରୋଗୀ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ଚିକିସôିତ ହେଉଥିବା ଜଣାପଡ଼ିଛି । ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ଗାଁ ଲୋକେ ଭୟଭୀତରେ ରହିଛନ୍ତି । ଡାଇରିଆ ବ୍ୟାପୁଥିବା ନେଇ ମଇଦଲପୁର ଡାକ୍ତର ଆଶୁତୋଷ ମିଶ୍ରଙ୍କୁ ଖବର ଦେବାରୁ ସେ କହିଥିଲେ ଯେ ଦୁଇଦିନ ତଳେ ଉକ୍ତ ଗାଁକୁ ଯାଇ ଔଷଧ ବାଣ୍ଟିଥିଲୁ ଓ ଦୁଇଟି ନଳକୂପର ପାଣି ଖରାପ ବାହାରୁଥିବାରୁ ଭିଟାମିନ ଟାବଲେଟ ମିଶାଇ ପାଣିପିଇବାକୁ ପରାମର୍ଶ ଦେଇଥିଲୁ । ବର୍ତ୍ତମାନ ମଧ୍ୟ ମେଡିକାଲ ଟିମ ଆକ୍ଟିଭ ଅଛନ୍ତି । ନଳକୂପ ପାଣି ସଂଶୋଧନ ନ ଚଲେ ଡ଼ାଇରିଆ ଭଲ ହବ ନାଇଁ ଡାକ୍ତର କହିଥିଲେ । କାରଣ ଦୂଷିତ ପାଣି ଉକ୍ତ ନଳକୂପରୁ ବାହାରୁଚି । ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ନଳକୂପର ଉତ୍ତମ ବ୍ୟବସ୍ଥା ନକଲେ ଗାଁ ଲୋକଙ୍କ ଜୀବନ ଚାଲି ଯାଇପାରେ । ଘଟଣାକୁ କେନ୍ଦ୍ରକରି ପାପଡାହାଣ୍ଡି ବ୍ଲକ ଉର୍ଣ୍ଣୟନ ଅଧିକାରୀ କପିଲଦେବ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ ତୁରନ୍ତ ମେଡିକାଲ ଟିମ ଶହ କଥା ହୋଇ ସମସ୍ୟାର ସମାଧାନ କରିବି ବୋଲି କହିଥିଲେ ।