୪ ଆତଙ୍କବାଦୀଙ୍କ ସ୍କେଚ୍ ଜାରି ଧରାଇଦେଲେ ମିଳିବ ୨୦ ଲକ୍ଷ


ାା ଏଜେନ୍ସି ।ା ଶ୍ରୀନଗର : ଆଜି ଜମ୍ମୁ କାଶ୍ମୀର ପୁଲିସ ଚାରି ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି । ଏମାନେ କଠୁଆ ଅଞ୍ଚଳରେ ଲୁଚିଥିବା ପୁଲିସ ସନେ୍ଦହ କରୁଛି । ତେଣୁ ଏମାନଙ୍କୁ ଧରିବା ପାଇଁ ସ୍କେଚ୍ ଜାରି କରି ଲୋକଙ୍କୁ ସତର୍କ କରାଇଛି ପୁଲିସ । ଏଥିସହ ଏମାନଙ୍କ ନାଁରେ ମଧ୍ୟ ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି । ଯଦି କେହି ଏମାନଙ୍କୁ ଧରାଇ ଦିଅନ୍ତି, ତେବେ ତାଙ୍କୁ ୨୦ ଲକ୍ଷ ଟଙ୍କା ମିଳିବ । ଗତମାସ କଠୁଆ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଉପରେ ବଡ଼ ଧରଣର ଆତଙ୍କୀ ହମଲା ହୋଇଥିଲା । ଏଥିରେ ପାଞ୍ଚ ଜଣ ଯବାନ ସହିଦ ହୋଇଥିଲେ । ଆଖ ପାଖ ଜିଲ୍ଲାରେ ମଧ୍ୟ କିଛି ଦିନ ହେବ ଆତଙ୍କୀ କାର୍ଯ୍ୟକଳାପ ବଢିଯାଇଛି । ଆଜି ମଧ୍ୟ ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ସେପଟେ କଠୁଆ ଜିଲ୍ଲାରେ ଆତଙ୍କବାଦୀ ଲୁଚିଥିବା ସନେ୍ଦହ କରୁଛି ପୁଲିସ । ସେମାନଙ୍କୁ ଧରିବା ପାଇଁ ପୁଲିସ ସ୍କେଚ୍ ଜାରି କରିଛି ।