କେମିତି କଟିବ ଆଜିର ଦିନ ?
ମେଷ : ଆଜି ଧାରକରଜ କରି କାମ ତୁଲାଇ ନେବେ । ଚିନ୍ତା କରି ସମ୍ପର୍କୀୟମାନେ ପାଖ ମଡ଼ିବେ ନାହିଁ । ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ ହେବେ ।
ବୃଷ : ଆଜି ବନ୍ଧୁମିଳନ ପ୍ରକୁଷ୍ଟ ସମୟ ହେବ । ପରିବହନ ଦିଗରୁ ଲାଭବାନ ହେବେ । ଆଜି କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କାମରେ ଦୃତ ପଦକ୍ଷେପ ଗ୍ରହଣ କରିବେ ।
ମିଥୁନ : ଆଜି ଆକସ୍ମିକ ଭାବେ ଧନପ୍ରାପ୍ତ ହେବ । ବହୁଦିନରୁ ରହିଯାଇଥିବା କାର୍ଯ୍ୟ ଆଦାୟ କରିବାରେ ସକ୍ଷମ ହେବେ । ବାକ୍ ଅସଂଯମତା ଯୋଗୁ ସହସମ୍ପର୍କ ବ୍ୟାହତ ହେବ ।
କର୍କଟ : ଆଜି ବିଭିନ୍ନ ପ୍ରକାର ଘଟଣା ପ୍ରବାହ ଜନିତ ମାନସିକ ଅସ୍ଥିରତା କରିପାରେ । ବହୁ ଦିନର କାମ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା କରିବେ ।
ସିଂହ : ରାଜନୈତିକ କ୍ଷେତ୍ରରେ ଅସଫଳ ହୋଇପାରନ୍ତି । ଆଶା କରୁଥିବା ଖବରଟି ଆଜି ଅପରାହ୍ନରେ ପାଇପାରନ୍ତି । ଆଗାମୀ କାଲିର ମାଙ୍ଗଳିକ କାର୍ଯ୍ୟ ଆଲୋଚନା ହେବ ।
କନ୍ୟା : ଆଜି ବନ୍ଧୁଙ୍କ ପରାମର୍ଶାନୁଯାୟୀ କିଛି ନୂତନ କାମ ଆରମ୍ଭ କରିବେ । କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ ।
ତୁଳା : ଆଜି ପ୍ରତ୍ୟେକ ସ୍ତରରେ ସମସ୍ତ ପ୍ରକାର ସୁବିଧା ପାଇ ପାରିବେ । ଅଧୁରା କାମ ପୂର୍ଣ୍ଣାଙ୍ଗ ହେବ । ବ୍ୟବସାୟ ପରିବହନ ଚଳଚଞ୍ଚଳ ହେବ ।
ବିଛା : ଆପଣ ଯେତେ ପ୍ରକାର ସୁବିଧା ସୃଷ୍ଟ କଲେ ମଧ୍ୟ ପରିସ୍ଥିତି ଭଲ ରହିବ ନାହିଁ । ସତର୍କ ନରହିଲେ ବିପଦରେ ପଡ଼ିପାରନ୍ତି । ହଠାତ ଧନ ମିଳିପାରେ ।
ଧନୁ : ଆଜି ଆପଣ ଆତ୍ମୀୟ ସ୍ୱଜନ କିମ୍ବା ପାଖ ଲୋକଙ୍କ ଦ୍ୱରା ପୁରସ୍କୃତ ହେବେ । ଅପରାହ୍ନରେ ଭଲ ଖାଇବା ହେବ । ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବ ।
ମକର : ଆଜି ଏଣୁ ତେଣୁ ଗୁଡ଼ାଏ କଥା ମନରେ ସ୍ଥାନ ପାଇପାରେ । କୌଣସି ଅଭାବ ନଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ପିଲାଙ୍କ ଆଚାରଣରେ ପରିବର୍ତ୍ତନ ଆସିବ ।
କୁମ୍ଭ : ଆନ୍ତରିକ ବନ୍ଧୁମାନଙ୍କୁ ଆପଣାଇ ନେବାରେ ସମର୍ଥ ହେବେ । ମନୋରଞ୍ଜନ କରିପାରନ୍ତି । ବନ୍ଧୁ ମିଳନ ହୋଇପାରେ । କର୍ମ କ୍ଷେତ୍ରରେ ସମାସ୍ୟା ବଢ଼ିପାରେ ।
ମୀନ : ଆଜି ଯୋଜନାକୁ କାର୍ଯ୍ୟକାରୀ କରିବା ବିଷୟରେ ବନ୍ଧୁଙ୍କ ସହ ଆଲୋଚନା କରିବେ । ବିବାଦୀୟ ଘଟଣା ସକାଶେ ଯେଉଁଥବପାଇଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହିଁ ।