କୋମନା ସାହିତ୍ୟ ସଂସଦ ଗଠିତ : ସଭାପତି ପ୍ରବୋଧ, ସମ୍ପାଦକ ମାୟାଧର
ନୂଆପଡା : ନୂଆପଡ଼ା ଜିଲ୍ଲା କୋମନା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କୋମନା ସାହିତ୍ୟ ସଂସଦ ଗଠିତ ହୋଇ ଯାଇଛି । ପ୍ରମୋଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାହିତ୍ୟର ଉନ୍ନତି ବିଧାନ ପାଇଁ ଚର୍ଚ୍ଚା ହୋଇଥିଲା । ଅଶୋକ ପାଢ଼ୀ ସମେତ ଅନ୍ୟାନ୍ୟ ସୁଧୀବୃନ୍ଦ ସାହିତ୍ୟ ସାଧନା ପାଇଁ ଯୁବ ସାହିତ୍ୟିକ ଙ୍କ ଅଗ୍ରାଧିକାର ସହ ଶ୍ରୀବୃଦ୍ଧି ପାଇଁ ମତାମତ ପୋଷଣ କରିଥିଲେ । କୋମନା ସାହିତ୍ୟ ସଂସଦର ସଭାପତି ରୂପେ ପ୍ରବୋଧ କୁମାର ହୋତା ଓ ସମ୍ପାଦକ ରୂପେ ମାୟାଧର ସରାଫ ନିର୍ବାର୍ଚିତ ହୋଇଥିଲେ । ଉପସଭାପତି ରଜତ ପାଣିଗ୍ରାହୀ, ସହସମ୍ପାଦକ ମିୟୋଗ ରଞ୍ଜନ ପାତ୍ର, କୋଷାଧ୍ୟକ୍ଷ ମାନସ ପଦ୍ମ ପଣ୍ଡା, ସକ୍ରିୟ ସଦସ୍ୟ ମନୋଜ କୁମାର ଅଦା ଓ ମନୋଜ କୁମାର ମଲ୍ଲିକ ନିର୍ବାର୍ଚିତ ହୋଇଥିଲେ । ଉପଦେଷ୍ଟା ମଣ୍ଡଳୀରେ ଗଙ୍ଗାଧର ପାଣିଗ୍ରାହୀ, ପ୍ରମୋଦ ପାଢ଼ୀ, ଯୁଗଳ କିଶୋର ମିଶ୍ର, ବୀରେନ୍ଦ୍ର ପ୍ରଧାନ, ଶରତ ଚନ୍ଦ୍ର ପାଣିଗ୍ରାହୀ, ଘନଶ୍ୟାମ କରୁଆ, କୃଷ୍ଣରାଜ ମହାପାତ୍ର, ଅଶୋକ ମିଶ୍ର, ନଗେନ୍ଦ୍ର ନାଥ ପଣ୍ଡା ମନୋନୀତ ହୋଇଥିଲେ । ରାଜେଶ ହୋତା ଓ ଅଶ୍ୱିନୀ ମଲ୍ଲିକ ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।