ମନମୁଖୀ କାର୍ଯ୍ୟ ପାଇଁ ଡାକ୍ତରଙ୍କ ବିରୁଦ୍ଧରେ ଅଭିଯୋଗ 

 କାକଟପୁର : ପୁରୀଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରେ ନିୟୋଜିତ ଥିବା ଡାକ୍ତର ସୁବ୍ରଜିତ୍ ମାହାରୀଙ୍କ ମନମୁଖୀ କାର୍ଯ୍ୟକଳାପ ପାଇଁ ଆଜି ଅସ୍ତରଙ୍ଗର କିଛି ବୁଦ୍ଧିଜୀବୀ ପୁରୀ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି, ଅଭିଯୋଗ ମୁତାବକ ଡାକ୍ତର ମାହାରୀ ରୋଗୀଙ୍କୁ ଚିକିସôା ଦେବା ଆଳରେ ନିଜର ବ୍ୟବସାୟ ବୃଦ୍ଧି କରିବାକୁ ସାଧାରଣ ଓ ଗରିବ ଲୋକମାନଙ୍କୁ ବିଭିନ୍ନ ସମୟରେ ଭୟଭିତ କରାଇ ତାଙ୍କଠୁ ଅର୍ଥ ହରିଲୁଟ କରୁଛନ୍ତି, ଗୋଟେ ପଟେ ସରକାରଙ୍କ ତରଫରୁ ଦରମା ନେଉଥିବା ବେଳେ ଅନ୍ୟ ପଟେ କାକଟପୁର ଓ ବାଙ୍ଗୁରୀଗାଁରେ ନିଜେ ୨ ଗୋଟି ଫିଜିଓଥେରାପି କ୍ଲିନିକ ଖୋଲି ଅନେକ ରୋଗୀଙ୍କୁ ପରାମର୍ଶ ଦେଉଛନ୍ତି ଏହି ସ୍ଥାନକୁ ଚାଲ ଫିଜିଓଥେରାପି କର ତୁମ ସ୍ୱାସ୍ଥ୍ୟ ଠିକ ହେଇଯିବ ଯଦି କୌଣସି ରୋଗୀ ରାଜିହେଇଗଲା ତାହେଲେ ଡାକ୍ତର ବାବୁ ଖୁସି ନଚେତ ରୋଗୀଙ୍କ ଉପରେ ରାଗି ପୂରା ନିଆଁ ବାଣ ହେଇଯାନ୍ତି । 
ଠିକ ସେହିପରି ଅସ୍ତରଙ୍ଗରେ ରାଜ୍ୟ ସରକାରଙ୍କ ନିଦାନ କେନ୍ଦ୍ର ଥିବା ବେଳେ ଡାକ୍ତର ମାହାରୀ ଗୋଟେ ନିର୍ଦ୍ଧିଷ୍ଟ ପାଥାଲ୍ୟାବକୁ ରୋଗୀଙ୍କୁ ପଠାଉଛନ୍ତି ରକ୍ତ ପରୀକ୍ଷା କରିବାକୁ, ଏଠି ପ୍ରଶ୍ନ ଉଠୁଛି ଚାକିରି କରିବେ ସରକାରଙ୍କ ପାଖରେ କିନ୍ତୁ ପରୀକ୍ଷା କରିବେ ପ୍ରାଇଭେଟ ଲ୍ୟାବରେ, ରୋଗୀଙ୍କୁ ଅନେକ ସମୟରେ ମଧ୍ୟ କୁହନ୍ତି ନିଦାନରେ ସବୁ ନକଲି ତୁମେ ସେହି ଲ୍ୟାବକୁ ଯାଅ ସେଠି ରିପୋର୍ଟ ସବୁଠୁ ଭଲ କାରଣ ଡାକ୍ତର ବାବୁଙ୍କର ସେହି ଲ୍ୟାବ ସହିତ କମିସନ ବେପାର ଚାଲୁଛି ଯାହା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଅନ୍ୟ ଅଭିଯୋଗ ମୁତାବକ ସରକାରଙ୍କ ଔଷଧ ଭଣ୍ଡାରରେ ମହଜୁଦ ଔଷଧ ଥିବା ବେଳେ କିଛି ନିର୍ଦ୍ଧିଷ୍ଟ ହାତଗଣତି ଔଷଧ ଦୋକାନକୁ ମଧ୍ୟ ରୋଗୀଙ୍କୁ ପଠାଉଛନ୍ତି ଦାମୀ ଦାମୀ ଔଷଧ କିଣିବାକୁ, ଏପଟେ କହୁଛନ୍ତି ସରକାର ଔଷଧ ନାମରେ ଚକ୍ ଗୁଣ୍ଡ ଦେଉଛନ୍ତି, ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଚାକିରି କରିବେ ଆଉ ସରକାରଙ୍କ ବ୍ୟବସ୍ଥାକୁ ନକଲି କହିବା କେତେ ଦୁର ଯଥାର୍ଥ, ଏପରିକି ସରକାରୀ ପ୍ରେସକ୍ରିପସନରେ ନିଜ ଫିଜିଓଥେରାପିର ଭିଜିଟିଙ୍ଗ କାର୍ଡ କୁ ଷ୍ଟାପ୍ଲିଂ କରି ରୋଗୀଙ୍କୁ ଦେଇଥିବାର ଅନେକ ଫୋଟୋ ଚିତ୍ର ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି, ଅନେକ ଅଭିଯୋଗ ତାଙ୍କ ନାମରେ ଚର୍ଚ୍ଚା ହେଉଥିବା ବେଳେ ଏ ନେଇ ଅସ୍ତରଙ୍ଗ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସଞ୍ଜୟ ପ୍ରଧାନଙ୍କୁ ପଚାରିବାରୁ ସେ କୁହନ୍ତି ଆଗରୁ ମଧ୍ୟ ଏହିଭଳି ଅଭିଯୋଗ ଆମେ ପାଇଛୁ ଆଉ ସମ୍ପୃକ୍ତ ଡାକ୍ତରଙ୍କୁ ତାଗିଦ ମଧ୍ୟ କରିଛୁ ଯଦି ଏହିଭଳି ଘଟଣା ପୁନଃବାର ଆସୁଛି ତେବେ ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନିଆଯିବ, ଏନେଇ ଅସ୍ତରଙ୍ଗ ଅଞ୍ଚଳ ରୁ କିଛି ବୁଦ୍ଧିଜୀବୀ ଯଥା ରାଜ କିଶୋର ପ୍ରଧାନ, କୃତିବାସ ଛାଟୋଇ, ରମାକାନ୍ତ ବସ୍ତିଆ, ତ୍ରିନାଥ ସ୍ୱାଇଁ, ପ୍ରଶାନ୍ତ ମୁଦୁଲୀ, ଲଷ୍ମୀଧର ଛାଟୋଇ ଓ ଅନ୍ୟାନ୍ୟ ବ୍ୟକ୍ତି ମିଳିତ ଭାବେ ଲିଖିତ ଭାବେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅଭିଯୋଗ କରିବା ସହିତ ଏହାର ନକଲ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ, ଓଡିଶା ସରକାର ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶକ, ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ମଧ୍ୟ ପ୍ରେରଣ କରିଛନ୍ତି ।