ଖଣ୍ଡଗିରି ଫ୍ଲାଏ ଓଭର୍ ବ୍ରିଜ୍ ବିପଦସଙ୍କୁଳ

ଭୁବନେଶ୍ୱର: ଖଣ୍ଡଗିରି ଫ୍ଲାଏ ଓଭର୍ ବ୍ରିଜ୍‌ର ବିପଦସଙ୍କୁଳ ଅବସ୍ଥା ଯୋଗୁଁ ମରାମତି କାର୍ଯ୍ୟ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ୧୨ ଦିନ ପାଇଁ NH-16ରେ ଟ୍ରାଫିକ୍ ଡାଇଭର୍ସନ କରିଛି। ପୋଲିସ କମିଶନରେଟ ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଗାଡ଼ିଗୁଡ଼ିକ ହୋଟେଲ ଖରବେଳା ନିକଟସ୍ଥ ସର୍ଭିସ୍ ରୋଡ୍ ଦେଇ TVS ଶୋ’ରୁମ ପର୍ଯ୍ୟନ୍ତ ଯାତାୟାତ କରୁଛନ୍ତି। ଏହି ଡାଇଭର୍ସନ ଯୋଗୁଁ ଖଣ୍ଡଗିରି ଛକରେ ପ୍ରବଳ ଟ୍ରାଫିକ୍ ଜାମ୍ ଦେଖାଦେଇଛି, ଯାହା ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। NHAI ମରାମତି କାର୍ଯ୍ୟ ପାଇଁ ସମୟ ନେଇଥିବା ସୂଚନା ଦେଇଛି। ପୁଲିସ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରଖିଛି, କିନ୍ତୁ ସର୍ଭିସ୍ ରୋଡ୍‌ରେ ଗାଡ଼ିର ଚାପ ଯୋଗୁଁ ସ୍ଥିତି ଜଟିଳ ହୋଇଛି।