ପୁଣି ନଭେମ୍ବରରେ ବାତ୍ୟା ସହିତ ଭୂମିକମ୍ପ ଭୟ
ଭୁବନେଶ୍ୱର: ନଭେମ୍ବରରେ ପୁଣି ବାତ୍ୟା ସହିତ ଭୂମିକମ୍ପ ଭୟ । ପାଞ୍ଜିରେ ହୋଇଥିବା ପୂର୍ବାନୁମାନ ଏହି ଭୟ ସଂଚାର କରିଛି । ବାତ୍ୟା ଦାନାର ପ୍ରଭାବ ପଡ଼ିବା ନେଇ ପାଞ୍ଜିର ପୂର୍ବାନୁମାନ ମେଳ ଖାଇବା ପରେ ଏନେଇ ନଭେମ୍ବରରେ ବାତ୍ୟା ଓ ଭୂକମ୍ପ ପୂର୍ବାନୁମାନ ପୁଣି ଚର୍ଚ୍ଚାର ବିଷୟ ହୋଇଛି । ଅସଲି ଖଡ଼ିରତ୍ନ ପଞ୍ଜିକା ଓ ପଠାଣୀ ସାମନ୍ତ ପଞ୍ଜିକା ପୂର୍ବାନୁମାନ ଅନୁଯାୟୀ ରାଜ୍ୟର ଉପକୂଳ ଜିଲ୍ଲା ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, କାକଟପୁର, ନିଆଳି, ଯାଜପୁର, ନୟାଗଡ଼ରେ ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । ନଭେମ୍ବର ୫ରୁ ୯ ତାରିଖ ମଧ୍ୟରେ ଏବଂ ନଭେମ୍ବର ୧୧ରୁ ୧୫ ତାରିଖ ମଧ୍ୟରେ ସାମୁଦ୍ରିକ ଝଡ଼, ଲଘୁଚାପ, ବନ୍ୟା ବିତ୍ପାତ, ବାତ୍ୟା ସହ ସ୍ଖଳନ ଓ ଭୂମିକମ୍ପ ଯୋଗୁ ବହୁ ଧନଜୀବନ ପ୍ରଭାବିତ ହେବ ବୋଲି ଏଥିରେ ପୂର୍ବାନୁମାନ ହୋଇଛି ।