ବ୍ରାଉନ ସୁଗର ଜବତ, ୨ ଗିରଫ 


ାା ପ୍ରଭାନୁ୍ୟଜ୍ ।ା ସମ୍ବଲପୁର: ସମ୍ବଲପୁର ସହରର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରୁ ପୁଣି ଥରେ ଧଳା ଜହର ବ୍ରାଉନ ସୁଗର ଜବତ କରାଯାଇଛି । ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ସୁନାପାଲି ଥାନା ଅଞ୍ଚଳରେ ଖାନତଲାସ କରିଥିଲେ । ଏମାନଙ୍କ ଠାରୁ ୨୫ ଗ୍ରାମ୍ ଓଜନର ୨.୫ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ କରାଯାଇଥିଲା । ଗିରଫ ଅଭିଯୁକ୍ତ ମହମ୍ମଦ କାଲୋ ଓ ପ୍ରକାଶ ଓରାମ୍ଙ୍କ ଠାରୁ ଗୋଟିଏ ଏକ୍ଟିଭା ସ୍କୁଟି ଓ ଦୁଇଟି ମୋବାଇଲ ଫୋନ୍ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ବ୍ରାଉନ୍ ସୁଗରର ଉତ୍ସରେ ପହଞ୍ଚôବା ପାଇଁ ଅନୁସନ୍ଧାନ ଜାରି ରହିଥିବା ଜିଳ୍ଲା ଅବକାରୀ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ । ଅନ୍ୟ ପକ୍ଷରେ  ସହରରେ ବେଆଇନ୍ ବ୍ରାଉନ ସୁଗର କାରବାରରେ ସାମିଲ୍ ୧୧ ଜଣଙ୍କୁ ଅବକାରୀ ବିଭାଗ ତରଫରୁ ଗିରଫ କରାଯାଇଛି । ପୂର୍ବରୁ ସୁନାପାଲିରୁ ୨୫ ଗ୍ରାମ୍ ବ୍ରାଉନ୍ସୁଗର ଜବତ କରାଯାଇଥିଲା । ତେବେ ଏହି ଅଞ୍ଚଳରେ ବ୍ରାଛନ ସୁଗର କଳା କାରବାର ଚାଲିଥିବାରୁ ଜନସାଧାରଣମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି ।