ଖାଇବା ଦେବାରେ ବିଳମ୍ବ ହେବାରୁ ୱେଟରଙ୍କୁ ନିସ୍ତୁକ ମାଡ଼

ରୁଟି ପାଇଁ ୱେଟେରଙ୍କୁ ମାଡ଼ ଦେଲେ।  ଖାଇବାକୁ ମାଗିଲେ ହେଲେ ଟିକିଏ ବିଳମ୍ବ ହେବାରୁ ନିସ୍ତୁକ ମାଡ଼।  ଭରତପୁର ଥାନା ଘାଟିକିଆ ନାକା ଗେଟ୍ ଛକ ନିକଟରେ ଥିବା  ଏକ ହୋଟେଲରେ ଗଣ୍ଡଗୋଳ ।   ହୋଟେଲକୁ ଆସି ୨ ଜଣ ଯୁବକ ଖାଇବାକୁ ମାଗିଥିଲେ। ହେଲେ ଖାଇବା ଦେବାରେ ୨ ମିନିଟ୍ ବିଳମ୍ବ ହେବାରୁ ପ୍ରଥମେ ହୋଟେଲ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ  ।   ଏହା ପରେ ହୋଟେଲର ୱେଟରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ହୋଟେଲ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।  ପୋଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି  ।