ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ : ପ୍ରଭାତୀ

 ଭୁବନେଶ୍ୱର : ସୁରକ୍ଷିତ ଓ ମର୍ଯ୍ୟାଦାପୂର୍ଣ୍ଣ କର୍ମକ୍ଷେତ୍ର ପାଇଁ ଆମ ସରକାର ପ୍ରତିବଦ୍ଧ ଅଛନ୍ତି ବୋଲି ଯୌନ ଉତ୍ପୀଡନ (ପ୍ରତିରୋଧ, ନିଷେଧ ଓ ପ୍ରତିକାର) ଆଇନ, ୨୦୧୩ (ପୋଶ) ସମ୍ପର୍କରେ ଲୋକସେବା ଭବନ କର୍ମଚାରୀମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା  ମତ ପ୍ରକାଶ କରିଛନ୍ତି  । ଆଜି ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ଯୌନ ଉତ୍ପୀଡନ (ପ୍ରତିରୋଧ, ନିଷେଧ ଓ ପ୍ରତିକାର) ଆଇନ, ୨୦୧୩ (ପୋଶ) ସମ୍ପର୍କରେ ଲୋକସେବା ଭବନ କର୍ମଚାରୀମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକସେବା ଭବନ କର୍ମଚାରୀମାନଙ୍କୁ ଲିଙ୍ଗଗତ ଉତ୍ପୀଡନ ବିରୋଧରେ ସ୍ୱର ଉଠେଇବା ପାଇଁ ଆହ୍ୱାନ ଦେଇଥିଲେ  । ଉଭୟ ପୁରୁଷ ଓ ମହିଳା  ଲିଙ୍ଗଗତ ଉତ୍ପୀଡନର ଶିକାର ହୋଇପାରନ୍ତି  । ସେଥିପାଇଁ ଏହି ଆଇନ ବିଷୟରେ ଜାଣିବା ଓ ସଚେତନ ହେବା ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ  ।  ସମସ୍ତ ଅନୁଷ୍ଠାନ ଓ ମହାବିଦ୍ୟାଳୟରେ ଇଣ୍ଟରନାଲ କମିଟି ଗଢା ଯିବା ପାଇଁ କଡା ନିଦେ୍ର୍ଦଶ ଜାରି କରାଯାଇଛି  । ଯାଞ୍ଚ ପରେ ଦୋଷୀକୁ ଉଚିତ ଦଣ୍ଡବିଧାନ ପ୍ରଦାନ କରିବା ସହ ଭୁଲ ଅଭିଯୋଗ କରୁଥିବା ଦୋଷୀଙ୍କୁ ମଧ୍ୟ ଦଣ୍ଡ ଦିଆଯିବ ବୋଲି ସେ ମତ ରଖିଛନ୍ତି  ।