ଗୁରୁଜନ ପୂଜନ ଓ ସମ୍ବର୍ଦ୍ଧନା ଉସବ
ରାଜନଗର : ରାଜନଗର ବ୍ଲକ ଡାଙ୍ଗମାଳ ପଞ୍ଚାୟତ ବଡଆଡିଆ ଗ୍ରାମରେ ପବିତ୍ର ଶିବରାତ୍ରୀ ଅବସରରେ ଗୁରୁଜନ ପୂଜନ ଓ ସମ୍ବର୍ଦ୍ଧନା ଉସôବ ଅନୁଷ୍ଠିତ ହୋଇଯାଇଛି । ବଡଆଡିଆ ସିଦେ୍ଧଶ୍ୱର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଓମପ୍ରକାଶ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉସôବରେ ମୁଖ୍ୟଅତିଥି ଭାବେ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ, ମୁଖ୍ୟବକ୍ତା ଭାବେ ସହକାରୀ ବନସଂରକ୍ଷକ ମାନସକୁମାର ଦାସ, ସମ୍ମାନୀତ ଅତିଥି ଭାବେ ରଘୁନାଥ ବେହେରା, ବିଷ୍ଣୁଚରଣ ରାଜ, କାର୍ତ୍ତିକ ବେହେରା ପ୍ରମୁଖ ଯୋଗଦେଇ ବୟସ୍କ ଗୁରୁଜନମାନଙ୍କୁ ସମ୍ମାନ ପ୍ରଦର୍ଶନ କଲେ ସମାଜର ମଙ୍ଗଳ ହେବ ବୋଲି ମତବ୍ୟକ୍ତ କରିଥିଲେ । ଅବସରପ୍ରାପ୍ତ ଶିକ୍ଷାବିତ୍ ଚୈ÷ତନ୍ୟଚରଣ ବେହେରା, ଗଗନ ବେହେରା, କୃର୍ତ୍ତିବାସ ବେହେରା, ନିରଞ୍ଜନ ବେହେରାଙ୍କ ସହ ୫୦ଜଣ ବୟସ୍କ ପୁରୁଷ ଓ ମହିଳାଙ୍କୁ ଯୁବକ ଯୁବତୀମାନେ ହଳଦୀ ପାଣିରେ ପାଦ ଧୋଇବା ସହ ଫୁଲଚନ୍ଦନ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମସ୍ତ ଆୟୋଜକମାନେ ଗୁରୁଜନମାନଙ୍କ ପାଦ ଛୁଇଁ ଆଶୀର୍ବାଦ କାମନା କରିଥିଲେ । ପ୍ରାକ୍ତନ ସରପଞ୍ଚ ରମେଶଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଷଦର ସମସ୍ତ କର୍ମକର୍ତ୍ତାମାନେ ପରିଚାଳନାରେ ସହଯୋଗ କରିଥିଲେ । ଗାଁର କୁନିକୁନି ପିଲାମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ନାଗାନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍କାଉଟ ଗାଇଡ ପକ୍ଷରୁ ଜଳଛତ୍ର ପ୍ରଦାନ କରାଯାଇଥିଲା ।