ଡିଏନଏ ପ୍ଲେ ସ୍କୁଲର ବାର୍ଷିକୋତ୍ସବ
କଟକ : ସ୍ଥାନୀୟ ସିଡିଏ ସେକ୍ଟର-୭ ସ୍ଥିତ ଡିଏନଏ ଜୁନିୟର ପ୍ରି ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ସାଗରିକା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡଗରପଡା ସାଇବର ଥାନାର ଭାରପ୍ରାପ୍ତ ଅଧିକାରୀ ରଶ୍ମିତା ଜେନା ଯୋଗ ଦେଇ ପ୍ରାଥମିକସ୍ତରରେ ଶିଶୁମାନଙ୍କର ମାନସିକ ବିକାଶ ପାଇଁ ଉଭୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକ ମାନେ ଯନôବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ସ୍କୁଲର ନିଦେ୍ର୍ଦଶକ ଇଂ ସୁମିତ ରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ପୁରାତନ ପ୍ରଧାନଶିକ୍ଷକ ଏନ୍ଏସ ପ୍ରସାଦ, ଡିଏଭି ସ୍କୁଲର ପ୍ରାକ୍ତନ ଶିକ୍ଷୟିତ୍ରୀ ସି ସନ୍ଧ୍ୟା, ଓଡିଶା ଶାଖାର ରୋଟାରୀ ସଦସ୍ୟ ଯଜ୍ଞାଶୀଷ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ପ୍ରେମ ନିଶାନ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ‘କଂସ ବଧ’ ନାଟକ ପରିବେଷଣ ହୋଇଥିଲା । ଏଥିସହ ବରିଷ୍ଠ ଅଧିବକ୍ତା ପ୍ରମୋଦ କୁମାର ପ୍ରଧାନ, ସୁବାଷ ସାହୁ, ମହେନ୍ଦ୍ର କୁମାର ବସ୍ତିଆ ପ୍ରମୁଖ ମଞ୍ଚ ଉପରେ ନୂତନ ଆଇନ ସମ୍ପର୍କରେ ନିଜର ଅଭିମତ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଦର୍ଶ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ଆଇନ ଛାତ୍ରଛାତ୍ରୀଙ୍କ ସହ ଶତାଧିକ ଅଧିବକ୍ତା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଉକ୍ତ କର୍ମଶାଳାରେ ବାର ଆସୋସିଏସନର ସଭାପତି ଦିଲ୍ଲୀପ କୁମାର ସାହୁ, ସାଧାରଣ ସମ୍ପାଦକ ଧ୍ରୁବଚରଣ ସାହୁ, ଉପସଭାପତି ଶିବାଶିଷ କର, ସହ ସମ୍ପାଦକ ପ୍ରଦୀପ କୁମାର ଭୁତିଆ, କୋସାଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ, ସାଂସ୍କୃତିକ ସମ୍ପାଦକ ବିନୋଦ ବିହାରୀ ପ୍ରଧାନଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତା ଏବଂ ଆଇନଜୀବୀ ପ୍ରମୁଖ ସହଯୋଗ କରିଥିଲେ । କର୍ମଶାଳା ଶେଷରେ ସମ୍ପାଦକ ଧ୍ରୁବଚରଣ ସାହୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।