ଶିଶୁ ସୁରକ୍ଷା ନେଇ ‘ଆପଦା ମିତ୍ର’ଙ୍କୁ ତାଲିମ
କଟକ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହଠାରେ ତୃଣମୂଳ ସ୍ତରରେ ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦେ୍ଦଶ୍ୟରେ ‘ଆପଦା ମିତ୍ର’ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଏହି ତାଲିମ ଶିବିରରେ ଜିଲ୍ଲା ଜରୁରୀକାଳୀନ ବିଭାଗର ଡିପିଓ ବାପି ବିଶ୍ୱଜିତ ସାହୁ ଏବଂ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୋଦ କିଶୋର ଆଚାର୍ଯ୍ୟ ବିଷାରଦ ଭାବେ ଯୋଗ ଦେଇ ପିଲାମାନଙ୍କୁ ସୁରକ୍ଷା ଯୋଗାଇଦେବା, ଅସୁରକ୍ଷିତ ଅବସ୍ଥାରେ ଥିବା ଶିଶୁମାନଙ୍କୁ ଚିହ୍ନଟ, ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ କିପରି ନିଆଯାଇ ପାରିବ, ସେ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । ଏଥିରେ ବିଭିନ୍ନ ବ୍ଲକରୁ ୪୦ଜଣ ଆପଦା ମିତ୍ର ଯୋଗ ଦେଇ ତାଲିମ ଗ୍ରହଣ କରିଥିଲେ । ତୃଣମୂଳ ସ୍ତରରେ ଥିବା ଶିଶୁମାନଙ୍କର ସୁରକ୍ଷା ଦିଗରେ କିପରି ଉତ୍ତରଦାୟୀ ବ୍ୟବସ୍ଥା ସମୂହ କାର୍ଯ୍ୟଶୀଳ ରହିବେ ସେ ଦିଗରେ ତାଲିମ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆୟୋଜନ ଓ ପରିଚାଳନା କରିଥିଲେ ।