ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ଆସିକା ଏନଏସି ସମ୍ମାନିତ

 ଆସିକା: ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦିଲ୍ଲୀଠାରେ ଆୟୋଜିତ ଚେଞ୍ଜ ମେକର କନକ୍ଲେଭରେ ସମ୍ମାନୀତ କରାଯାଇଛି । ଓଡ଼ିଶାର ଚିକିଟି, ନୁଆଁପଡା, ସୋର, ଆସ୍କା, ସମ୍ବଲପୁର, ପାରାଦ୍ୱୀପ ଏବଂ ରାଉଲକେଲା ୟୁଏଲବି ଦିଲ୍ଲୀରେ ସିଏସଇ ପକ୍ଷରୁ ଆୟୋଜିତ ଚେଞ୍ଜ ମେକର କନକ୍ଲେଭରେ ଜାତୀୟ ସ୍ୱଛ ଭାରତ ମିଶନର ନିଦେ୍ର୍ଦଶିକା ରୁପା ମିଶ୍ରଙ୍କ ସଭାପତିତ୍ୱରେ ପଦ୍ମଶ୍ରୀ ସୁନିତା ନାରାୟନଙ୍କ ଠାରୁ ଆସିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ ଓ ସ୍ୱଛ ଭାରତ ମିଶନର ପରିମଳ ବିଶେଷଜ୍ଞ ଦୀପ୍ତିମୟୀ ସାହୁ ମାନପତ୍ର ଗ୍ରହଣ କରିଥିଲେ । ଆସିକା ଏନଏସିର ସମସ୍ତ ୱାର୍ଡ ଓ ବସ୍ତି ଅଞ୍ଚଳରୁ କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା, ସହର ପରିଷ୍କାର ପରିଚ୍ଛନ୍ନତା, ଘରମାନଙ୍କରୁ ବାହାରୁଥିବା ମଇଳାକୁ ପୃଥକୀକରଣ କରିବା, ମଳ ଉପଚାର କେନ୍ଦ୍ରର ସୁପରିଚାଳନା, ମଇଳା ପଡୁଥିବା ସ୍ଥାନକୁ ସଫା ରଖିବା, ଅଣୁ ଜୈବ ଖତ ପ୍ରସ୍ତୁତି କେନ୍ଦ୍ର, ସାମଗ୍ରୀ ପୁନଃ ଲାଭ କେନ୍ଦ୍ରଗୁଡିକର ସଫଳ ପରିଚଲାନା କରି ଏହି ଶ୍ରେଷ୍ଠତା ଆଣି ପାରିଛନ୍ତି  । ଏହି ଅବସରରେ ବିନେତା ସ୍ୱାଇଁ, ଉପାଧ୍ୟକ୍ଷା ଜୟନ୍ତୀ ବିଷୋୟୀ, ପୂର୍ବ ତନ ସାଂସଦ ପ୍ରତିନିଧି ସତ୍ୟ ନାରାୟଣ ସ୍ୱାଇଁ, କାଉନସିଲର, କର୍ମଚାରୀ, ସ୍ୱଚ୍ଛÿ ସାଥି ଓ ସହରବାସୀଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।