ଜନ୍ମଦିନରେ ବୃକ୍ଷରୋପଣ କଲେ ସାମ୍ବାଦିକ
କାକଟପୁର : ଅସ୍ତରଙ୍ଗ କାକଟପୁର ବ୍ଲକ ପାଇଁ କାର୍ଯ୍ୟକରୁଥିବା ଜଣେ ଯୁବ ବୈଦୁତିକ ଓ ଡିଜିଟାଲ ଟିଭି ସାମ୍ବାଦିକ ସମୀର ବେଉରା ଆଜି ୨୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଆଜି ତାଙ୍କର ଶୁଭ ଜନ୍ମଦିନରେ ଅସ୍ତରଙ୍ଗ କୁଅଁରପୁର ସ୍ଥିତ କଳ୍ପେସ୍ୱର ଶିବ ମନ୍ଦିରରେ ବେଲ, ଚମ୍ପା ଓ ଅନେକ ଦେବ ବୃକ୍ଷ ରୋପଣ କରି ସୁନ୍ଦର ସବୁଜ ପରିବେଶ ପାଇଁ ଯୁବପିଢୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ବୃକ୍ଷରୋପଣ ଅବସରରେ ବରିଷ୍ଠ ସାମ୍ବାଦିକ ବିପିନ ଦାସ, ଅସ୍ତରଙ୍ଗ ୱାର୍ଡ ସଭ୍ୟ ତଥା ଯୁବ ସମାଜସେବୀ ମନୋଜ ବିଶ୍ୱାଳ, ଶିକ୍ଷୟତ୍ରୀ ଜ୍ୟୋସ୍ନାରାଣୀ ପାତ୍ର, ଶିକ୍ଷୟତ୍ରୀ ପ୍ରମୋଦିନୀ ସ୍ୱାଇଁ, ସମାଜସେବୀ ସଞ୍ଜୟ ପ୍ରଧାନ ଓ ହରେକୃଷ୍ଣ ଦାସ, ସାମ୍ବାଦିକ ଆର୍ତ୍ତତ୍ରାଣ ମହାନ୍ତି, ସମୀର କର ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହ ସମାଜକୁ ଅମ୍ଳଜାନ ଅଭାବରୁ ସୁରକ୍ଷା ଦେବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଏହି ମହାନ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଯୁବ ସାମ୍ବାଦିକଙ୍କ ଜନ୍ମଦିନରେ କରିଥିବା ଏହି ଅଭିନ୍ନ ପ୍ରୟାସ ପାଇଁ ତାଙ୍କୁ ଅନ୍ୟ ସାମ୍ବାଦିକ ଓ ବୁଦ୍ଧିଜୀବୀଙ୍କ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।