ଗୁରୁଦିବସରେ ନିଆରା ଗୁରୁପୂଜନ
ଧର୍ମଶାଳା : ଧର୍ମଶାଳା ବ୍ଲକ ମିର୍ଜାପୁର ପଞ୍ଚାୟତ ଶ୍ୟାମସୁନ୍ଦର ଜୀଉ କଲ୍ୟାଣ ମଣ୍ଡପଠାରେ ଶ୍ୟାମସୁନ୍ଦର ହାଇସ୍କୁଲ ମିର୍ଜାପୁରଗୁରୁଦିବସ ଅବସରରେ ନିଆରାଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ପ୍ରାଧ୍ୟାପକ ବଳଭଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗୁରୁପୂଜନ କାର୍ଯ୍ୟକ୍ରମରେ ଶ୍ୟାମସୁନ୍ଦର ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମନାଭ ସାହୁ, ଅବରପ୍ରାପ୍ତ କ୍ରୀଡା ଶିକ୍ଷକ ଜତିନ୍ଦ୍ରନାଥ ଦାଶ, ଶ୍ୟାମସୁନ୍ଦର ବିଦ୍ୟାପୀଠର ଅବସରପ୍ରାପ୍ତ ଶିକ୍ଷକ ସୁଦର୍ଶନ ନାୟକ, ଅବସପ୍ରାପ୍ତ ଶିକ୍ଷକ ପ୍ରଶନ୍ନକୁମାର ପାଣିଗ୍ରାହୀ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶିକ୍ଷକମାନଙ୍କୁ ଉପଢୌକନ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଶ୍ୟାମସୁନ୍ଦର ହାଇସ୍କୁଲ ଏବଂ ଶ୍ୟାମସୁନ୍ଦର ବିଦ୍ୟାପୀଠର ଦିବଙ୍ଗତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆତ୍ମାର ସଦ୍ଗତି କାମନା କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା । ପୁରାତନ ଛାତ୍ରୀ ନିର୍ମଳା ପଣ୍ଡା ଗୁରୁଙ୍କୁ ସମ୍ମାନ ଜଣାଇ ଏକ ସ୍ୱରଚିତ କବିତା ପାଠ କରିଥିଲେ । ବ୍ରଜକିଶୋର ମହାନ୍ତି, ପ୍ରଭାତ କୁମାର ପଣ୍ଡା, ହୃଷିକେଶ ସାହୁ, ଦୟାନିଧି ଦାଶ, ସୁଦର୍ଶନ ପଣ୍ଡା, ନିରୂପମା ପଣ୍ଡା, ଶାନ୍ତିଲତା ପଣ୍ଡା, ପଦ୍ମିନୀ ସ୍ୱାଇଁ, ବିଳାସିନୀ ସାହୁ, କସ୍ତୁରୀ ମିଶ୍ର, ଅନନ୍ତ ମହାରଣା ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପୁରାତନ ଛାତ୍ର ନିତ୍ୟାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।