ଆଜିଠୁ ବନ୍ଦ ହେଲା ମଦ ଦୋକାନ
ବ୍ୟାସନଗର: ଜୁନ ୧ରେ ହେବାକୁ ଥିବା ନିର୍ବାଚନରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି କ୍ରମେ ବୁଧବାର ଠାରୁ ସମସ୍ତ ମଦ ଦୋକନକୁ ବନ୍ଦ କରି ଦିଆଯାଇଛି । ଜିଲାପାଳ ତଥା ନିର୍ବାଚନ ଅଧିକାରୀ ନିଖିଲ ପବନ କଲ୍ୟାଣଙ୍କ ନିଦେ୍ର୍ଦଶ କ୍ରମେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ପୌରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଥିବା ସମସ୍ତ ଠିପିଖୋଲା ଏବଂ ଠିପି ବନ୍ଦ ମଦ ନୋକାନକୁ ବନ୍ଦ କରାଯାଇଛି । ଜିଲାପାଳଙ୍କ ନିଦେ୍ର୍ଦଶ ପରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ମଦ ଦୋକାନକୁ ବନ୍ଦ କରାଯାଇଥିିବା ବେଳେ ନିଦେ୍ର୍ଦଶ ଆସିବା ପରେ ଯାଇ ଖୋଲିବ । ଅନ୍ୟପକ୍ଷରେ ଶୃ୍ଙ୍ଖଳିତ ନିର୍ବାଚନ ପାଇଁ ସହରାଞ୍ଚଳରେ ରାତି ୯ଟା ଏବଂ ଗ୍ରାମାଞ୍ଚଳରେ ରାତି ୮ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । କୌଣସି ପରିସ୍ଥିତିରେ ନିୟମକୁ ଖିଲାପ କଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ରୋଡ଼ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି ।