ଜିଲ୍ଲାସ୍ତରୀୟ ଗୁରୁ ଦିବସ ଓ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ ଉତ୍ସବ
ଯାଜପୁର : ଶୁକ୍ରବାର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲାସ୍ତରୀୟ ଗୁରୁ ଦିବସ ଓ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଉତ୍ସବକୁ ନାରାୟଣ ମହାଲିକ ସଂଯୋଜନା କରିଥିଲେ । ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ମହେଶ୍ୱର ସାହୁ, ଅତିରିକ୍ତ ଜିଲା ଶିକ୍ଷାଅଧିକାରୀ ସୁରମା ମହାପାତ୍ର, ସବିତା ସାହୁ, ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ନିବେଦିତା ଗୁରୁ, ଜିଲା ସୂଚନା ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ସୁକିନ୍ଦା, ଦାନଗଦୀ ଓ କୋରେଇର ମଣ୍ଡଳ ଶିକ୍ଷାଧିକାରୀ ଯୋଗ ଦେଇ ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କୁ ମନେପକାଇବା ସହ ଗୁରୁ ଦିବସର ମାହାତ୍ମ୍ୟ ସମ୍ପର୍କରେ ମତବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାକୁ ଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଜିଲ୍ଲାର ୪୫ ଜଣ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଜିଲ୍ଲା ବିଜ୍ଞାନ ନିରୀକ୍ଷକ କୁମାର ସେନ ସେନାପତି ଧନ୍ୟବାଦ ଅର୍ପଣ କରଥିଲେ । ମୋ ସ୍କୁଲ କୋଡିନେଟର ରାଜେନ୍ଦ୍ର କୁମାର ଶତପଥୀ ଓ ଦିବ୍ୟାଲୋଚନ ମହାପାତ୍ର ଏହି ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରାଇଥିଲେ । ସୁଧୀର ସାମଲ, ଚିନ୍ମୟ ରଥ, ଶିବବ୍ରତ ପାଣି, ସତ୍ୟବ୍ରତ ପାଣି, ଜ୍ୟୋତିରଞ୍ଜନ ସାମଲ, ଶ୍ରୀଧର ସ୍ୱାଇଁ, ପ୍ରିୟମ୍ବଦା ମିଶ୍ର, ଅରୁଣ ସାହୁ, ସୁଧୀର ରଞ୍ଜନ ଦାସ, ରମା ସେଠି, ବିଶ୍ୱରଞ୍ଜନ ଅଧିକାରୀ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ ।