ଗୋଚର ଜମି ହଡ଼ପ ଅଭିଯୋଗ 

 ନବରଙ୍ଗପୁର:  ଗୋଚର ଜମି ହଡପ ସହ ଦୁର୍ନୀତି ଅଭିଯୋଗ ନେଇ ପୂର୍ବତନ ସରପଞ୍ଚଙ୍କ ବିରୋଧରେ ବର୍ତ୍ତମାନର ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଭଳି ଜନପ୍ରତିନିଧିଙ୍କ ସହ ଗ୍ରାମବାସୀ ପୁଣି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ମାନିଗାଁ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ମଞ୍ଜୁଳା ଯାନୀ ନିଜ କ୍ଷମତାର  ଅପବ୍ୟବହାର କରି ହରିଶ୍ଚନ୍ଦ୍ର ଟଙ୍କା ହଡ଼ପ କରିଥିବା ସହ ନିଜ ପରିବାର ପାଇଁ ରାଇଲିଗୁଡା ଗ୍ରାମରେ ୨୦ ଏକର ଗୋଚର କମି ଜବରଦଖଲ କରିଥିବା ସହ ସେହି ଗୋଚର ଜମିକୁ ମଞ୍ଜୁଳା ଙ୍କ ନିଜ ଶ୍ୱଶୁର  ଘର ସଦସ୍ୟ ମାନେ ଚାଷ କରୁଥିବା ଅଭିଯୋଗ କରିଛନ୍ତି  । ଏମିତି କି ସେହି ଗୋଚର ଜମିରେ ସରକାରୀ ଟଙ୍କାରେ ଗୋଟିଏ ବରବେଲ୍ ଖୋଳାଯାଇଥିବା ଦର୍ଶାଇଛନ୍ତି । ଗୋଚର ଜମିକୁ ହଡପ କରିବା ଦ୍ୱାରା ରାଉଲିଗୁଡା ଗ୍ରାମବାସୀ ଗାଇ ଚରାଇବା ପାଇଁ ବହୁତ ଅସୁବିଧା ଭୋଗ କରୁଥିବା କହିଛନ୍ତି   । ସେହି ଗୋଚର ଜମି ଆଡକୁ ଯଦି ଗାଇ ଗଲେ  ତେବେ ଉକ୍ତ ଗାଈ ମାଲିକଙ୍କୁ ମାଡ଼ ମାରିବା ସହ ଗାଈକୁ ବିଷ ଦେଇ ମାରି ଦେବାକୁ ଧମକ ଦେଉଛନ୍ତି  । ଏମିତିକି ଅତୀତରେ କେତୋଟି ଗାଈକୁ ବିଷ ଦେଇ ମାରି  ଦେଇଥିବା ଅଭିଯୋଗ କରିଛନ୍ତି  । ତେଣୁକରି ରାଉଲିଗୁଡା ଗ୍ରାମବାସୀ ଗାଇ ଚରାଇବା ପାଇଁ ବହୁତ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି   । ଏହି ଗୋଚର ଜମିକୁ ସେମାନଙ୍କ ଠାରୁ ଉଦ୍ଧାର କରି ଗ୍ରାମବାସୀଙ୍କୁ ହସ୍ତାନ୍ତର କରିବା ପାଇଁ ଦାବି କରିଛନ୍ତି  । ସେହିଭଳି ସରପଂଚ ଥିବା ସମୟରେ  ମଞ୍ଜୁଳା  ଜାନୀ ତାଙ୍କ ପଦବୀର ଅପବ୍ୟବହାର କରି ତାଙ୍କ ପରିବାରର ଅନେକ ଅଯୋଗ୍ୟ ଲୋକଙ୍କ ନାମରେ ରାସନ୍ କାର୍ଡ କରାଇ ଦେଇଥିବା ଅଭିଯୋଗ କରିବା ସହ ଉକ୍ତ ଅଯୋଗ୍ୟ ହିତାଧିକାରୀଙ୍କ ରାଶନ କାର୍ଡକୁ ବାତିଲ କରି ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି  । ମାନିଗାଁ ପଞ୍ଚାୟତ କେନ୍ଦୁଗୁଡା ଗ୍ରାମର ଅଙ୍ଗନୱାଡି କର୍ମୀ ସୁଭଦ୍ରା ସାନ୍ତା ଛୁଆଙ୍କ ଅଣ୍ଡା, ଛତୁଆ ଖାଇଦେବା ସହ ମନରେଗା ଯୋଜନାରେ କାମ କରିଥିବା ଦର୍ଶାଇ ଟଙ୍କା ହଡ଼ପ କରିଥିବା ଅଭିଯୋଗ କରିଛନ୍ତି   । ସୁଭଦ୍ରା ସାନ୍ତା ମାସକୁ ଚାରି ପାଞ୍ଚ ଥର ଅଙ୍ଗନବାଡ଼ି କେନ୍ଦ୍ର ଖୋଲୁଛି  । କେତେ ବର୍ଷ ହେବ ଶିଶୁ ମାନଙ୍କୁ ଅଣ୍ଡା ଛତୁଆ ଠିକ୍ ରେ ଦେଉ ନଥିବା ଅଭିଯୋଗ କରିଛନ୍ତି  ।  ଗର୍ଭବତୀ ଏବଂ ପ୍ରସ୍ତୁତି ମାନଙ୍କୁ ଅଣ୍ଡା ଛତୁଆ କାହିଁକି ଦିଆଯାଉନାହିଁ ବୋଲି ପଚାରିଲେ ସେମାନଙ୍କ ନାମରେ କିଛି  ଅଣ୍ଡା ଛତୁଆ ଆସୁନଥିବାରୁ ସେ କିଭଳି ଦେବେ ବୋଲି ଉତ୍ତର ଦେଉଥିବା ଦର୍ଶାଉଥିବା ଅଭିଯୋଗ କରିଛନ୍ତି  । ଅଙ୍ଗନବାଡି   କେନ୍ଦ୍ର କାହିଁକି ଖୋଲା ଯାଉନାହିଁ  ପଚାରିଲେ ରାଗିଯାଇ ବିଭିନ୍ନ ପ୍ରକାର ଗାଳିଗୁଲଜ କରିବା ସହ ମୋ ଦେଉରାନୀ ଚେୟାରମେନ ଅଛି କଉ ବିଡ଼ିଓ କିମ୍ବା ସିଡିପିଓ ମୋର କିଛି କରି ପାରିବେ ନାହିଁ ବୋଲି କହୁଥିବା ଅଭିଯୋଗ କରିଛନ୍ତି  । ଏମିତି କି ସେ ଟଙ୍କା ଲୋଭରେ ନିଜକୁ ମନରେଗାର ଶ୍ରମିକ ଦର୍ଶାଇ ସାତ ଦିନର ଟଙ୍କା ହଡ଼ପ କରିଥିବା ଅଭିଯୋଗ କରିଛନ୍ତି  ।