ନିଶାଦ୍ରବ୍ୟ ବିରୁଦ୍ଧରେ ସଚେତନତା ରଥ
ନବରଙ୍ଗପୁର : ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବକାରୀ ବିଭାଗ ଦ୍ୱାରା ଆୟୋଜିତ ବିଭିନ୍ନ ନିଶାଦ୍ରବ୍ୟ ଓ ଅପମିଶ୍ରିତ ବିଷାକ୍ତ ମାଦକଦ୍ରବ୍ୟ ବ୍ୟବହାର ବିରୁଦ୍ଧରେ ସଚେତନତା ରଥ ଶୁଭାରମ୍ଭ ହୋଇଛି । ମୁଖ୍ୟଅତିଥି ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ଯୋଗଦେଇ ସଚେତନତା ରଥକୁ ଜିଲ୍ଲାରେ ପରିକ୍ରମା ପାଇଁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ତପନ ର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ୍, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚô ନାରାୟଣ ଦରୱାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ, ଅବକାରୀ ଅଧିକ୍ଷକ ପ୍ରଭାସ ଦାସ, ଆଞ୍ଚଳିକ ପରିବହନ ଅଧିକାରୀ ଜୀତେନ୍ଦ୍ର ଭୋଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ଅବକାରୀ ଓ ପୋଲିସ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ । ବିଭିନ୍ନ ପ୍ରକାରର ମାଦକଦ୍ରବ୍ୟ ଓ ଡ୍ରଗସ୍ କାରବାର ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ । ଗଞ୍ଜେଇ ଚାଷ ଓ ପରିବହନ, ଅପମିଶ୍ରିତ ବିଷାକ୍ତ ମଦ ବିକ୍ରୟ, ସାଇକୋଟ୍ରପିକ ଡ୍ରଗସ୍ ଭଳି ଘାତକ ନିଶାର ବିକ୍ରି କଲେ ଅବକାରୀ ଆଇନ-୨୦୦୮ ଏବଂ ନାର୍କୋଟିକ ଡ୍ରଗସ୍ ଏଣ୍ଡ ସାଇକୋଟ୍ରପିକ ଆଇନ ୧୯୮୫ ଅନୁଯାୟୀ ସଶ୍ରମ କାରାଦଣ୍ଡ ଓ ଫାଇନ୍ ର ବ୍ୟବସ୍ଥା ରହିଛି । ଗାଁ ରୁ ସହର ସମ୍ପୂର୍ଣ ଓଡ଼ିଶାକୁ ଘାତକ ନିଶା କବଳରୁ ମୁକ୍ତ କରିବା ପାଇଁ ଏହି ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହୋଇଛି ।