ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ବୈଠକ 

 ରାୟଗଡ : ରାୟଗଡ ଜିଲ୍ଲାରେ  ଗ୍ରୀଷ୍ମ ପ୍ରବାହରେ ସତର୍କ ରହିବା ଓ ଅଂଶୁଘାତ ପାଇଁ ଏକ ପ୍ରସ୍ତୁତି ବୈଠକ  ଅତିରିକ୍ତ ଜିଲ୍ଲାପାଳ  ନବୀନ ଚନ୍ଦ୍ର ନାୟକଙ୍କ  ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି  । ଚଳିତ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ଗ୍ରୀଷ୍ମ ପ୍ରବାହ ଅଂଶୁଘାତ ନିୟନ୍ତ୍ରଣ ପାଇଁ କିପରି ପ୍ରସ୍ତୁତି ହେବା ଆବଶ୍ୟକ ସେ ବିଷୟରେ ଜିଲ୍ଲାର ବିଭିନ୍ନ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ  । ଚଳିତ ବର୍ଷର ପ୍ରଥମାର୍ଦ୍ଧରୁ ହିଁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ଆଗକୁ ଏହା ଆହୁରି ତୀବ୍ର ରୂପ ନେବାର ଆଶଙ୍କା ରହିଛି  । ତେଣୁ ବିଭିନ୍ନ ସମୟରେ ଅଂଶୁଘାତ ହୋଇ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି  । ତେଣୁ ସ୍ୱାସ୍ଥ୍ୟ ବିଭାଗକୁ ଉପଯୁକ୍ତ ପରିମାଣ ଓଆର୍ଏସ୍ ପ୍ୟାକେଟ ଓ ଔଷଧ ମହଜୁଦ ରଖିବା ସହିତ ସଜାଗ ରହିବାକୁ କୁହାଯାଇଛି  । ଜିଲ୍ଲା ମୁଖ୍ୟ ଚିକିସôାଳୟ ମଧ୍ୟରେ ଏକ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ କରାଯିବା ସହ ଅଂଶୁଘାତ ରୋଗୀଙ୍କ ପାଇଁ ସମସ୍ତ ପ୍ରକାର ଆଶୁ ଚିକିସôା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ କୁହାଯାଇଥିଲା  । ସେହିପରି ବିଭିନ୍ନ ଗ୍ରାମାଞ୍ଚଳ, ପୌର ପରିଷଦ, ବ୍ଲକ, ଏନ୍?ଏସି ପକ୍ଷରୁ ଜଳଛତ୍ର ଖୋଲାଯିବାକୁ ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକୁ ସିଡିଓ ତଥା ଇଓ ଜିଲ୍ଲାପରିଷଦ ଅକ୍ଷୟ କୁମାର ଖେମୁଣ୍ଡୁ ବୈଠକରେ ପୁଣିଥରେ ବିଡିଓ ମାନଙ୍କୁ ସୂଚନା ଦେଇଥିଲେ  । ଜିଲ୍ଲାର ସମସ୍ତ ଗ୍ରାମରେ ଜଳକ୍ଳିଷ୍ଟ  ସ୍ଥାନ ଗୁଡିକରେ ପାନୀୟ ଜଳ ବ୍ୟବସ୍ଥା କରାଯିବକ୍ଷ, ଅଚଳ ନଳକୂପ, ସୌର ଚାଳିତ ନଳକୂପ ଗୁଡିକ କାର୍ଯ୍ୟକ୍ଷମ କରିବା ନିମନ୍ତେ ଜିଲା ଗ୍ରାମୀୟ ଜଳଯୋଗାଣ  ସଂସ୍ଥା  ନିର୍ବାହୀ ଯନ୍ତ୍ରୀଙ୍କୁ କୁହାଯାଇଛି   । ଖରାପ ନଳକୂଅ ତୁରନ୍ତ ମରାମତି କରିବାକୁ କୁହାଯାଇଛି  ।  ସେହିପରି ମଧ୍ୟାହ୍ନ ସମୟରେ ବାହାରେ ବୁଲିବା ବେଳେ ପାଣି ବୋତଲ, ଛତା, ଟୋପି ତଥା ଓଦା କପଡା ଇତ୍ୟାଦି ମୁଣ୍ଡରେ ପକାଇ ଯାତାୟାତ କରିବା ଏବଂ ଏନେଇ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ବ୍ୟାପକ ସଚେତନ କରାଇବାକୁ ମଧ୍ୟ ବିଭିନ୍ନ ବ୍ୟବସ୍ଥା ପାଇଁ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା  । ସ୍ୱଚ୍ଛାସେବୀ ଅନୁଷ୍ଠାନ, ପଞ୍ଚାୟତ ଜନପ୍ରତିନିଧି ମାନଙ୍କୁ ନେଇ ଜନସଚେତନତା କରିବା ପାଇଁ କୁହାଯାଇଛି । ଗ୍ରୀଷ୍ମ ଦିନରେ ବିଶେଷ କରି ପାନୀୟଜଳ ସମସ୍ୟା ଯେପରି ନ ଉପୁଜେ, ବିଦୁ୍ୟତ ବିଭ୍ରାଟ ନ ହେବ, ପଶୁମାନଙ୍କ ଯନô ନେବା, ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ସକାଳ ସମୟରେ ଖୋଲିବା, ଜୀବନ ରକ୍ଷକ ଔଷଧ ମହୁଜୁଦ ରଖିବା  ଶ୍ରମିକମାନଙ୍କ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ସମୟ ସାରଣୀ ପରିବର୍ତ୍ତନ କରିବା, ଜଙ୍ଗଲ ସୁରକ୍ଷା ଇତ୍ୟାଦି ଦୃଷ୍ଟି ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି  । ଯାତ୍ରୀବାହୀ ବସ୍ ଯାତାୟତ କରିବା ସମୟ ଓ ଶ୍ରମିକ ମାନଙ୍କ ସମୟରେ ପରିବର୍ତ୍ତନ କରିବାକୁ କୁହାଯାଇଛି । ବନ୍ୟଜନ୍ତୁଙ୍କ ନିମନ୍ତେ ପିଇବା ପାଣି ବ୍ୟବସ୍ଥା କରିବାକୁ ବନ ବିଭାଗ ଅଧିକାରୀଙ୍କୁ  ଅତିରିକ୍ତ ଜିଲ୍ଲାପାଳ  ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ଅଂଶୁଘାତରେ କାହାର ମୃତୁ୍ୟ ହୁଏ ତେବେ ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ତହସିଲଦାର/ବିଡ଼ିଓ ମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି  ।  ଜିଲ୍ଲାର ଜିଲ୍ଲାସ୍ଥରରେ, ବ୍ଲକ, ଜିଲ୍ଲାସ୍ୱାସ୍ଥ୍ୟ କେନ୍ଦ୍ର ଓÿ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିସôା କେନ୍ଦ୍ରରେ ୨୪/୭ ନିୟନ୍ତ୍ରଣ କକ୍ଷ୍ୟ ଖୋଲାଯିବାକୁ  ନିଦେ୍ର୍ଦଶ ଦେଇଛନ୍ତି । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିିର୍ବାହୀ ଜିଲ୍ଲାପରିଷଦ, ରାୟଗଡ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ  ରାୟଗଡ, ରମେଶ ଜେନା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ  ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମନୋଜ କୁମାର ନାହାକ ଆଦି ଯୋଗଦାନ କରିଥିଲେ ।